IPL ୨୦୨୧ରେ ରିଷଭ ପନ୍ଥ ହିଁ ରହିବେ ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପ୍ଟେନ୍, ଖେଳିନପାରନ୍ତି ଶ୍ରେୟସ ଅୟର
ୟୁଏଇରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ଇଣ୍ଡିଆନ୍ ପ୍ରିମିୟର ଲିଗ୍। ଏଥିପାଇଁ ସବୁ ଦଳର ଖେଳାଳି ନିଜକୁ ପ୍ରସ୍ତୁତ କରୁଛନ୍ତି। ତେବେ ଇତି ମଧ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦ୍ୱିତୀୟ ପର୍ଯ୍ୟାୟରେ ଭାରତୀୟ ଓ୍ଵିକେଟ୍ କିପର ରିଷଭ ପନ୍ଥ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକତ୍ୱ କରିବେ ବୋଲି ଜଣାଯାଇଛି।
ଫ୍ରାଞ୍ଚାଇଜ୍ ସହ ଜଡ଼ିତ ସୂତ୍ରଙ୍କ କହିବାନୁସାରେ, ପନ୍ଥ ଆଇପିଏଲ୍ ୨୦୨୧ରେ କ୍ୟାପ୍ଟେନ୍ ଭାବେ ଟିମ୍ର କମାଣ ସମ୍ଭାଳିବେ। କାରଣ ଟିମ୍ ନିଜ ସ୍ଥାୟୀ କ୍ୟାପ୍ଟେନ୍ ଶ୍ରେୟସ ଅୟରଙ୍କୁ ସୁସ୍ଥ ହେବାକୁ ଆଉ କିଛି ଦିନ ଦେବାକୁ ଚାହୁଁଛି। ତେବେ ଖୁସିର କଥା ହେଉଛି, ଶ୍ରେୟସ ଏବେ ପୁଣିଥରେ ଫିଟ୍ ହୋଇଛନ୍ତି ଓ ମଇଦାନକୁ ଆସିବାକୁ ଚାହୁଁଛନ୍ତି। କିନ୍ତୁ ଡିସିର ମ୍ୟାନେଜମେଣ୍ଟ ଚାହୁଁଛନ୍ତି ଶ୍ରେୟସ ଆଉ କିଛି ଦିନ ଆରାମ କରନ୍ତୁ। ସେ ଫେରିବା ଯାଏଁ ଏବେ ପନ୍ଥ ହିଁ ଅଧିନାୟକ ପଦରେ ରହିବେ।
ସୂଚନାଯୋଗ୍ୟ ଯେ ପନ୍ଥଙ୍କ ଅଧିନାୟକତ୍ୱରେ ଦିଲ୍ଲୀ ଟିମ୍ ଏଥରକ ଆଇପିଏଲ ୨୦୨୧ରେ ସ୍କୋର ବୋର୍ଡରେ ସବୁଠୁ ଉପରେ ଅଛି। କ୍ୟାପିଟାଲ୍ସ ନିଜର ସମସ୍ତ ୮ଟି ମ୍ୟାଚ୍ରୁ ୬ଟିରେ ବିଜୟ ଲାଭ କରିଛି। ଏବେ ଖେଳାଳିମାନେ ୟୁଏଇରେ ହେବାକୁ ଥିବା ବାକି ମ୍ୟାଚ୍ ପାଇଁ ଫୁଲ୍ ଦମ୍ରେ ଲାଗିପଡ଼ିଛନ୍ତି।