ବିଶ୍ବ କ୍ୟାଡେଟ୍ ଚେସରେ ଭାରତ ଜିତିଲା ୨ଟି ସ୍ବର୍ଣ୍ଣ ପଦକ

ଭୁବନେଶ୍ବର (କେନ୍ୟୁଜ୍) : ସ୍ପେନରେ ଆୟୋଜିତ ବିଶ୍ବ କ୍ୟାଡେଟ୍ ଚେସରେ ଭାରତୀୟ ଦଳ ୨ଟି ସ୍ବର୍ଣ୍ଣପଦକ ଜିତିଛି । ୧୨ ବର୍ଷରୁ କମ୍ ଉଭୟ ବାଳକ ଓ ବାଳିକା ବିଭାଗରେ ଏହି ସଫଳତା ହାସଲ କରିଛି । ଆନ୍ତର୍ଜାତିକ ମାଷ୍ଟର ଗୁକେଶ ଡି ବାଳକ ବର୍ଗରେ ଏବଂ ସବିତା ଶ୍ରୀ ବାଳିକା ବର୍ଗରେ ଚାମ୍ପିଅନ୍ ହୋଇଛନ୍ତି । ସେହିପରି ଚୀନ୍ ୨ଟି ସ୍ବର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ଏବଂ ଆମେରିକା ଗୋଟିଏ ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ୨ଟି ବ୍ରୋଞ୍ଜ ପଦକ ଜିତିଛନ୍ତି ।

CHESS-1
ଚାମ୍ପିଅନ୍ ଖେଳାଳିଙ୍କ ସହ ଅପରାଜିତା

୧୨ ବର୍ଷରୁ କମ୍ ବାଳକ ବର୍ଗରେ ଭାରତର ଗୁକେଶ ୧୦ଟି ବିଜୟ ହାସଲ କରିଥିବା ବେଳେ ଗୋଟିଏ ପରାଜୟ ଲଭିଥିଲେ ମଧ୍ୟ ସହଜରେ ଅନ୍ୟ ପ୍ରତିଦ୍ବନ୍ଦ୍ବୀଙ୍କୁ ପଛରେ ପକାଇ ଟାଇଟଲ୍ ହାସଲ କରିଥିଲେ । ଅନ୍ୟପକ୍ଷରେ ବାଳିକା ବର୍ଗରେ ସବିତା ଅପରାଜେୟ ରହିଥିଲେ । ସେ ୮ଟି ବିଜୟ ହାସଲ କରିଥିବା ବେଳେ ଦୁଇଟି ରାଉଣ୍ଡ ମ୍ୟାଚ ଡ୍ର ରଖିଥିଲେ । ତେବେ ଅନ୍ୟ ସବୁ ବର୍ଗରେ ଭାରତୀୟ ଖେଳାଳିମାନେ ପ୍ରଥମ ତିନି ସ୍ଥାନ ଭିତରେ ରହି ପାରିନଥିଲେ । ସମୂହ ପ୍ରଦର୍ଶନକୁ ଭିତ୍ତି କରି ଭାରତୀୟ ଦଳକୁ ପ୍ରଦାନ କରାଯାଇଛି ରୌପ୍ୟ ପଦକ ।

ଓଡ଼ିଶା ପାଇଁ ଗୌରବ ଆଣିଲେ ଅପରାଜିତା

ଭାରତୀୟ ଦଳର ଏହି ସଫଳତାରେ ଭାଗିଦାରୀ ଅଛନ୍ତି ଜେଣ ଓଡ଼ିଆ । ସେ ଅବଶ୍ୟ ଖେଳାଳି ଭାବେ ଖେଳି ନଥିଲେ ହେଲେ ଦଳର କୋଚ୍ ଭାବେ ଗୁରୁ ଦାୟିତ୍ବରେ ରହିଥିଲେ । ସେ ହେଉଛନ୍ତି ଓଡ଼ିଶାର ମହିଳା ଚେସ୍ ଖେଳାଳି ତଥା କୋଚ୍ ଅପରାଜିତା ଗୋଛିକାର । ଅପରାଜିତ ଭାରତୀୟ କ୍ୟାଡେଟ୍ ଟିମର କୋଚ୍ ଭାବେ ସ୍ପେନ୍ ଯାଇଛନ୍ତି ।

CHESS-2
ଭାରତୀୟ କ୍ୟାଡେଟ୍ ଚେସ୍ ଦଳର କୋଚ୍ ଅପରାଜିତା ଗୋଛିକାର

ଅପରାଜିତ ଏବେ ଭୁବନେଶ୍ବର କିଟ୍ ବିଶ୍ବବିଦ୍ୟାଳୟରେ ଜଣେ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି । ସ୍ପେନର ସାଣ୍ଟିଆଗୋ ଠାରେ ଆୟୋଜିତ ଏହି ବିଶ୍ବ କ୍ୟାଡେଟ୍ ଚେସ୍ ପ୍ରତିଯୋଗିତାରେ ୮, ୧୦ ଓ ୧୨ ବର୍ଷରୁ କମ୍ ବର୍ଗରେ ଭାରତୀୟ ଦଳ ଭାଗ ନେଇଥିଲା । ଦେଶରୁ ମୋଟ୍ ୨୩ ଜଣ ଖେଳାଳି ଏଥିରେ ପ୍ରତିନିଧିତ୍ବ କରିଥିଲେ । ଅପରାଜିତା ହେଉଛନ୍ତି ଦେଶର ସର୍ବକନିଷ୍ଠ ଚେସ୍ କୋଚ୍ । ଓଡ଼ିଶାର ଏହି ଫିଡେ ଇନଷ୍ଟ୍ରକ୍ଟର ଗତ ବର୍ଷ ତାସକେଣ୍ଟ ଏବଂ ଚଳିତ ବର୍ଷ ଉଜବେକିସ୍ତାନରେ ଠାରେ ଆୟୋଜିତ ଏସୀୟ ଯୁବ ଚେସ୍, ଚଳିତ ବର୍ଷ ଏପ୍ରିଲରେ ବ୍ରାଜିଲ ଆରାକୁଝ ଠାରେ ଅନୁଷ୍ଠିତ ବିଶ୍ବ ବିଶ୍ବବିଦ୍ୟାଳୟ ଚେସ୍ ପ୍ରତିଯୋଗିତାରେ କୋଚ୍ ଓ ପ୍ରତିନିଧି ଦଳ ମୁଖ୍ୟ ଭାବେ ଯୋଗ ଦେଇଥିଲେ ।

ଭାରତୀୟ ଦଳର ଏହି ସଫଳତା ପାଇଁ ଅପରାଜିତାଙ୍କୁ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା ରାଜ୍ୟସଭା ସାଂସଦ ଡ. ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି । ଏହା ସହିତ ବିଶ୍ବ କ୍ୟାଡେଟ୍ ଚେସରେ ଭାଗ ନେଇଥିବା ଭାରତୀୟ ଦଳକୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.