ଆଇପିଏଲ : ଶେଷ ବଲରେ କୋଲକାତାକୁ ମାତ ଦେଲା ଧୋନିଙ୍କ ଚେନ୍ନାଇ

ଆବୁଧାବି : ଏକ ରୋମାଞ୍ଚକର ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ଚେନ୍ନାଇ ସୁପର କିଙ୍ଗସ ୨ ଉଇକେଟରେ ପରାସ୍ତ କରିଛି । ଶେଷ ଓଭର ଖୁବ ନାଟକୀୟ ଥିଲା । ଦଳକୁ ବିଜୟ ଆଡକୁ ନେଉଥିବା ବେଳେ ପଞ୍ଚମ ବଲରେ ଆଉଟ ହୋଇଯାଇଥିଲେ ରବୀନ୍ଦ୍ର ଜାଡେଜା । ସେତେବେଳକୁ ସ୍କୋର ସମାନ ଥିଲା । ଜିତିବା ପାଇଁ ଚେନ୍ନାଇକୁ ୧ ରନ ଦରକାର ହେଉଥିଲା । ହେଲେ ଦୀପକ ଚହର ଆସି ଶେଷ ବଲରେ ୧ ରନ ନେଇ ଦଳକୁ ଚମତ୍କାର ଦେଇଥିଲେ । ଚେନ୍ନାଇ ୮ ଉଇକେଟରେ କରିଛି ୧୭୨ ରନ । ଆଇପିଏଲରେ ଧୋନିଙ୍କ ଚେନ୍ନାଇ ଦଳ ସପ୍ତମ ଥର ପାଇଁ ଶେଷ ବଲରେ ମ୍ୟାଚ ଜିତିଛି । ପୂର୍ବରୁ ମୁମ୍ବାଇ ୬ ଥର ଜିତିଥିଲା । ଏହିଁ ବିଜୟ ସହ ଚେନ୍ନାଇ ପଏଣ୍ଟ ଟେବୁଲରେ ପୁଣି ଥରେ ଶୀର୍ଷ ସ୍ଥାନରେ ପହଞ୍ଚିଛି ।

ପ୍ରଥମେ ବ୍ୟାଟିଂ କରି କେକେଆର ୬ ଉଇକେଟରେ ୧୭୧ ରନ କରିଥିଲା । ଦଳ ପକ୍ଷରୁ ରାହୁଲ ତ୍ରିପାଠୀ ସର୍ବାଧିକ ୪୫ ରନ କରିଥିଲେ ।

 

SCORE-2

 

SCORE-1

SCORE

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.