କ୍ଷମତା ହାସଲ ପରେ ଆମେରିକାକୁ ତାଲିବାନର ନାଲିଆଖି, ଡ୍ରୋନ ଉଡ଼ାଇବାକୁ ନେଇ ଦେଲା କଡ଼ା ଚେତାବନୀ

କ୍ଷମତା ହାସଲ ପରେ ଆମେରିକାକୁ ତାଲିବାନର ନାଲିଆଖି । ଆଫଗାନିସ୍ତାନ ଏୟାରସ୍ପେସରେ ଆମେରିକାର ଡ୍ରୋନ ଉଡ଼ାଇବାକୁ ନେଇ କଡ଼ା ଚେତାବନୀ ଦେଲେ ତାଲିବାନୀ । ତୁରନ୍ତ ଏହାକୁ ବନ୍ଦ ନକଲେ ଆମେରିକାକୁ ଭୟଙ୍କର ପରିଣତି ଭୋଗିବାକୁ ପଡ଼ିବ ବୋଲି ଧମକ ଦେଇଛି ତାଲିବାନ । କୌଣସି ନକରାତ୍ମକ ପରିସ୍ଥିତିକୁ ଏଡ଼ାଇବାକୁ ନିର୍ଦ୍ଦେଶକୁ ତୁରନ୍ତ ପାଳନ କରିବାକୁ କହିଛି ତାଲିବାନ ସରକାର। ଆଫଗାନିସ୍ତାନ ଏୟାର ସ୍ପେସରେ ଆମେରିକାର ଡ୍ରୋନ ଉଡ଼ାଇବା ଜାତୀୟ ସୁରକ୍ଷାର ଉଲ୍ଲଙ୍ଘନ ବୋଲି କହିଛନ୍ତି ତାଲିବାନ ମୁଖପାତ୍ର ଜବିହୁଲ୍ଲାହ ମୁଜ୍ଜାଦ୍ଦିନ । ଏହା ସହ ବିଶ୍ୱର ଅନ୍ୟ ସମସ୍ତ ରାଷ୍ଟ୍ରକୁ ଆପୋଷ ବୁଝାମଣାରେ କାମ କରିବାକୁ ସେ କହିଛନ୍ତି। ନଚେତ ପରିଣତି ଭୟଙ୍କର ହେବ।

ଇସ୍‌ଲାମିକ ଏମିରେଟ୍‌ସ ଅଫ ଆଫଗାନିସ୍ତା ବୟାନ ଅନୁଯାୟୀ, ସମସ୍ତ ଦେଶ ଅନ୍ତରାଷ୍ଟ୍ରିୟ ଆଇନ ଅନୁଯାୟୀ ସମସ୍ତ ଦେଶ ନିଜର ସ୍ଥାନୀୟ ଓ ବାୟୁ ସୀମାର ଏକମାତ୍ର ମାଲିକ । ଏହା ଅନୁଯାୟୀ ଆଇନ ଅନୁସାରେ ଏମିରେଟ୍‌ସ ଆଫଗାନିସ୍ତାନର ସମସ୍ତ କ୍ଷେତ୍ର ଓ ବାୟୁସୀମା ପରିସରର ସଂରକ୍ଷକ ବୋଲି ଅଭିହିତ କରିଛି । କିନ୍ତୁ ଗତ କିଛି ଦିନ ମଧ୍ୟରେ ଦୋହା, କତାର ଓ ଇସ୍‌ଲାମିକ ଏମିରେଟ୍‌ସରେ ଆମେରିକା ଅନ୍ତରାଷ୍ଟ୍ରୀୟ ଆଇନର ଉଲ୍ଲଙ୍ଘନ କରିଥିବା ବୟାନରେ କୁହାଯାଇଛି । ଗତମାସରେ କାବୁଲରେ ଆମେରିକାର ଡ୍ରୋନ ଆକ୍ରମଣରେ ୧୦ଜଣ ସାଧାରଣ ନାଗରିକଙ୍କ ପ୍ରାଣହାନିକୁ ଏଥିରେ ଉଲ୍ଲେଖ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.