ସାମ୍ନାକୁ ଆସିଲା ରାନୁ ମଣ୍ଡଳଙ୍କ ନୂଆ ଭିଡିଓ, ‘ମନ କେ ମାଗେ ହିତେ’ ଗାଇ ଆସିଲେ ଚର୍ଚ୍ଚାକୁ; ଦେଖନ୍ତୁ ଭିଡିଓ

କିଛି ଦିନ ଧରି ସୋସିଆଲ ମିଡିଆରୁ ଦୂରେଇ ରହିବା ପରେ ଏବେ ପୁଣିଥରେ ସାମ୍ନାକୁ ଆସିଛନ୍ତି ରାନୁ ମଣ୍ଡଳ। ‘ଏକ ପ୍ୟାର କା ନଗମା ହୈ’ ଗୀତ ଗାଇ ରାତାରାତି ଷ୍ଟାର ପାଲଟିଥିବା ରାନୁ ଏବେ ପୁଣିଥରେ ଆଉ ଏକ ଦମ୍‌ଦାର ଗୀତ ଗାଇ ଚର୍ଚ୍ଚାକୁ ଆସିଛନ୍ତି। ଏଥରକ ଭାଇରାଲ ହେଉଥିବା ଭିଡିଓରେ ରାନୁ ମଣ୍ଡଳଙ୍କୁ ଭିନ୍ନ ଗେଟ୍‌ଅପ୍‌ରେ ଦେଖିବାକୁ ମିଳିଛି। ଭିଡିଓରେ ରାନୁ ବର୍ତ୍ତମାନର ସବୁଠୁ ହିଟ୍‌ ଗୀତ ‘ମନ କେ ମାଗେ ହିତେ’ ଗାଉଥିବାର ନଜର ଆସିଛନ୍ତି।

ଦେଖନ୍ତୁ ଭିଡିଓ:

ରାନୁ ମଣ୍ଡଳଙ୍କର ଏହି ଭିଡିଓକୁ ୟୁଟ୍ୟୁବର Rondhon Porichoy ସେୟାର କରିଛନ୍ତି। ଭିଡିଓରେ ରାନୁ ମଣ୍ଡଳ ଏକ ଲାଲ ରଙ୍ଗର ଟି-ସାର୍ଟ ପିନ୍ଧିଛନ୍ତି। ସେ ବେଶ୍‌ ମସ୍ତିରେ ‘ମନ କେ ମାଗେ ହିତେ’ ଗୀତ ଗାଉଛନ୍ତି। ଭିଡିଓଟି ଦେଖୁ ଦେଖୁ ଖୁବ୍‌ ଭାଇରାଲ ହୋଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଭିଡିଓକୁ ୧.୨ ଲକ୍ଷ ଥର ଦେଖାଯାଇଛି। ସେହିଭଳି କମେଣ୍ଟ ମାଧ୍ୟମରେ ଲୋକମାନେ ନିଜ ରିଆକ୍ସନ୍‌ ଦେଉଛନ୍ତି। କିଛି ଲୋକ ରାନୁଙ୍କୁ ପସନ୍ଦ କରୁଥିବା ବେଳେ ଆଉ କିଛି ଟ୍ରୋଲ ମଧ୍ୟ କରୁଛନ୍ତି।

ସୂଚନାଯୋଗ୍ୟ ଯେ କୋକିଳ କଣ୍ଠୀ ଲତା ମଙ୍ଗେସକରଙ୍କ ‘ଏକ ପ୍ୟାର କା ନଗମା ହୈ’ ଗୀତ ଗାଇ ରାତାରାତି ଷ୍ଟାର ସାଜିଥିଲେ ରାନୁ ମଣ୍ଡଳ। ଏହି ଗୀତ ଗାଇ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଷ୍ଟେସନରେ ଗୀତ ଗାଇ ଚର୍ଚ୍ଚାକୁ ଆସିଥିବା ରାନୁଙ୍କୁ ବଲିଉଡରେ ବି ମିଳିଥିଲା ବିଗ୍ ବ୍ରେକ୍। ହିମେଶ ରେସମିଆଁଙ୍କ ଫିଲ୍ମରେ ‘ତେରି ମେରି କାହାଣୀ’ ଗୀତ ଗାଇବାକୁ ରାନୁଙ୍କୁ ସୁଯୋଗ ମିଳିଥିଲା । କିନ୍ତୁ ଜଣେ ଫ୍ୟାନଙ୍କୁ ଦୁର୍ବ୍ୟବହାର କରିବା ପରେ ସମସ୍ତେ ରାନୁଙ୍କୁ ଟ୍ରୋଲ୍‌ କରିଥିଲେ ଓ ତା ପରେ ଧୀରେ ଧୀରେ କେହି ତାଙ୍କୁ ଆଉ ଗୁରୁତ୍ୱ ଦେଇନଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.