ଗିରଫ ହେଲେ ଦୁଇ ବ୍ରାଉନ ସୁଗାର ବ୍ୟବସାୟୀ, ୩୦ ଗ୍ରାମର ଧଳାଜହର ଜବତ

ଢେଙ୍କାନାଳ(କେ ନ୍ୟୁଜ): ଢେଙ୍କାନାଳ ଟାଉନ ଥାନା ବାଜିଚୌକ ଓ କାଞ୍ଚନ ବଜାର ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚ଼ଢଉ କରାଯାଇଛି । ଧଳାଜହର ବ୍ୟବସାୟ ଅଭିଯୋଗରେ ୨ ଜଣ ଗିରଫ ହୋଇଛନ୍ତି । ଗିରଫ ଦୁଇ ଜଣ ହେଲେ ରାହୁଲ କୁମାର ରାଉତ ଏବଂ ସରୋଜ ବେହେରା । ଉଭୟଙ୍କଠାରୁ ୩୦ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ହେବ ବୋଲି କହିଛି

ଅବକାରୀ ବିଭାଗ । ତେବେ ଘଟଣାରେ ଅନ୍ୟ କେଉଁମାନେ ସଂପୃକ୍ତ ଅଛନ୍ତି ଏବଂ କେଉଁଠୁ ଢେଙ୍କାନାଳକୁ ବ୍ରାଉନସୁଗର ଆସୁଛି ସେନେଇ ତଦନ୍ତ ଆରମ୍ଭ ହୋଇଛି । ପୂର୍ବରୁ ଗତ ୨୯ ତାରିଖରେ ବ୍ରାଉନ ସୁଗାର ଜବତ ହୋଇଥିଲା । ଏଥିରେ ଗୋଟିଏ ପରିବାରର ୩ ଜଣ ଗିରଫ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.