ଲୋକପ୍ରିୟ ଅଭିନେତ୍ରୀ ମୀନୁ ମୁମତାଜଙ୍କ ପରଲୋକ, ପରଦାରେ ଭାଇ ସହିତ ରୋମାନ୍ସ କରି ଚର୍ଚ୍ଚାରେ ରହିଥିଲେ

ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ମୀନୁ ମୁମତାଜଙ୍କ ୭୯ ବର୍ଷରେ ଗତକାଲି ପରଲୋକ ହୋଇଛି। କାନାଡାର ତାଙ୍କର ପରଲୋକ ଘଟିଛି। ଅଭିନେତ୍ରୀଙ୍କ ଭାଇ ଅନୱର ଅଲୀ ଏନେଇ ସୂଚନା ଦେଇଛନ୍ତି। ମୀନୁଙ୍କ ଟ୍ୟୁମର ଅପରେସନ ହୋଇଥିଲା। ଏହାପରେ ସେ ସୁସ୍ଥ ହୋଇ କାନାଡାରେ ରହୁଥିଲେ। ମୀନୁଙ୍କ ଭାଇ ଅନଓ୍ଵର ଫିଲ୍ମ ଇଣ୍ଡଷ୍ଟ୍ରୀ, ମିଡିଆ, ଫ୍ୟାନ, ବନ୍ଧୁଙ୍କୁ କୃତଜ୍ଞତା ଜଣାଇଛନ୍ତି। ମୀନୁ ମୁମତାଜ ଲୋକପ୍ରିୟ କମେଡିଆନ ମହମୁଦ ଅଲୀଙ୍କ ଉଭଣୀ। ମୀନୁ ମୁମତାଜ ଅନେକ ଫିଲ୍ମରେ କାମ କରିଛନ୍ତି। ୧୯୫୦ରୁ ୧୯୬୦ ଦଶକରେ ଅନେକ ଫିଲ୍ମରେ କାମ କରିଥିଲେ ମୀନୁ ମୁମତାଜ।

୨୬ ଏପ୍ରିଲ୍ ୧୯୪୨ରେ ମୀନୁଙ୍କ ଜନ୍ମିତ ମୀନୁ ପିଲାଦିନରୁ ଜଣେ ଭଲ ଡ୍ୟାନ୍ସର ଥିଲେ। ମହମୁଦଙ୍କ ସମ୍ପୂର୍ଣ୍ଣ ପରିବାର ସିନେମା ଜଗତ ସହ ଜଡ଼ିତ। ତେଣୁ ମୀନୁ ସିନେମା ଜଗତରେ ପାଦ ଥାପିଥିଲେ। ଦେବିକା ରାନୀ ବମ୍ବେ ଟକିଜ୍‌ରେ ମୀନୁଙ୍କୁ ଫିଲ୍ମରେ ବ୍ରେକ୍ ଦେଇଥିଲେ। ଘର ଘର ମେଁ ଦୀୱାଲି ସିନେମାରେ ମୀନୁ ଡେବ୍ୟୁ କରିଥିଲେ। ୧୯୫୫ରେ ଏହି ଫିଲ୍ମ ରିଲିଜ୍ ହୋଇଥିଲା। ଗାଁରେ ରହୁଥିବା ଜଣେ ନର୍ତ୍ତକୀ ଭୂମିକାରେ ସେ ଅଭିନୟ କରିଥିଲେ।

ସଖୀ ହାତିମ ସିନେମାରେ ମୀନୁଙ୍କୁ ଖୁବ୍ ସଫଳତା ମିଳିଥିଲା। ଏଥିରେ ସେ ଜଳପରୀ ଭୂମିକାରେ ଅଭିନୟ କରିଥିଲେ। ୧୯୫୮ରେ ଫିଲ୍ମ ହାୱଡା ବ୍ରିଜ୍‌ରେ ଭାଇ ମହମୁଦଙ୍କ ସହ ସେ ପରଦାରେ ରୋମାନ୍ସ କରିଥିଲେ। ପରଦାରେ ଭାଇ-ଭଉଣୀଙ୍କ ରୋମାନ୍ସ ଦେଖି ତାଙ୍କର ପ୍ରଶଂସକମାନେ ଖୁବ୍ ସମାଲୋଚନା କରିଥିଲେ। ତେବେ ମୀନୁଙ୍କ ଯୋଡି ହାସ୍ୟ କଳାକାର ଜନି ୱାକରଙ୍କ ସହ ଖୁବ୍ ଜମିଥିଲା। ଦୁହେଁ ବହୁ ଫିଲ୍ମରେ ଏକାଠି କାମ କରିଛନ୍ତି। ମୀନୁ ବହୁ ସିନେମାରେ ପାର୍ଶ୍ଵ କଳାକାର ଭୂମିକାରେ ମଧ୍ୟ ଅଭିନୟ କରି ଖ୍ୟାତି ଅର୍ଜନ କରିଛନ୍ତି। ୧୯୬୩ରେ ସେ ନିର୍ଦ୍ଦେଶକ ସୟଦ ଅଲି ଅକବରଙ୍କୁ ବିବାହ କରିଥିଲେ। ତାଙ୍କର ତିନିଟି ଝିଅ ଏବଂ ଗୋଟେ ପୁଅ ରହିଛି। ମୀନୁ ଦୀର୍ଘ ଦିନରୁ କାନାଡାରେ ରହୁଥିଲେ। ସେଠାରେ ହିଁ ମୀନୁ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.