କର୍ଣ୍ଣାଟକରେ ପୁଣି ହୋଇପାରେ ତାଲାବନ୍ଦ! ନୂଆ କୋଭିଡ୍‌ ସଂକ୍ରମଣ ପରେ ଆଜି ପରାମର୍ଶଦାତା କମିଟିକୁ ଭେଟିବେ ସ୍ୱାସ୍ଥ୍ୟ ମନ୍ତ୍ରୀ

ରାଜ୍ୟରେ ନୂଆ କୋଭିଡ୍‌-୧୯ ଭେରିଏଣ୍ଟ AY.4 ବିଷୟରେ ଜଣାପଡ଼ିବା ପରେ ଏବେ ଖବର ଆସୁଛି କି, କର୍ଣ୍ଣାଟକ ସରକାର ପୁଣିଥରେ ରାଜ୍ୟରେ ତାଲାବନ୍ଦ କରି ପାରନ୍ତି। ଏଥି ସହିତ ନୂଆ କୋଭିଡ୍‌ ନିର୍ଦ୍ଦେଶାବଳୀ ଜାରି କରି ପାରନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ସୁଧାକର କେ ମଙ୍ଗଳବାର Technical Advisory Committee (TAC) କୁ ଭେଟିବେ ଏବଂ ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମଇଙ୍କଠାରୁ ପରାମର୍ଶ ଲୋଡ଼ିବେ। ସ୍ୱାସ୍ଥ୍ୟ ମନ୍ତ୍ରୀ ସୁଧାକରଙ୍କର TAC ଓ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମଇଙ୍କ ସହିତ ଭେଟ ପରେ କର୍ଣ୍ଣାଟକରେ ତାଲାବନ୍ଦ ଉପରେ ନିଷ୍ପତ୍ତି ସ୍ପଷ୍ଟ ହେବ। କୋଭିଡ୍‌-୧୯ର ନୂଆ ଭେରିଏଣ୍ଟ ଜଣାପଡ଼ିବା ପରେ ରାଜ୍ୟରେ ଲୋକେ ମହାମାରୀର ତୃତୀୟ ଲହରୀ ବଢ଼ିବା ଏବଂ ନୂଆ ଭେରିଏଣ୍ଟର ଗମ୍ଭୀରତାକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି।

କରୋନା ମାମଲା: କର୍ଣ୍ଣାଟକରେ ମଙ୍ଗଳବାର ୨୭୭ ନୂଆ ମାମଲା ସାମ୍ନାକୁ ଆସିଛି ଏବଂ ୭ ଜଣଙ୍କ ମୃତ୍ୟୁ ଘଟିଛି, ଯାହାକୁ ମିଶାଇ ମୋଟ ସଂକ୍ରମଣ ମାମଲା ୨୯,୮୬,୫୫୩ ଏବଂ ମୃତ୍ୟୁ ସଂଖ୍ୟା ୩୮,୦୨୪ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ସେହିପରି ବିଭାଗର ତଥ୍ୟରେ କୁହାଯାଇଛି କି, ଦିନକରେ ୩୪୩ ଲୋକଙ୍କୁ ଡିସ୍‌ଚାର୍ଜ କରାଯାଇଛି, ଯଦ୍ଦ୍ଵାରା ମୋଟ ସୁସ୍ଥଙ୍କ ସଂଖ୍ୟା ୨୯,୩୯,୯୯୦ ହୋଇଯାଇଛି। ସେଥିରେ ୮,୫୧୦ ସକ୍ରିୟ ମାମଲା ରହିଥିଲା।

ସୋମବାର କୋଭିଡ୍‌-୧୯ର ୨୯୦ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୧୦ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୨୯,୮୬,୨୭୬ ଏବଂ ମୃତ୍ୟୁ ସଂଖ୍ୟା ୩୮,୦୧୭ ହୋଇଯାଇଥିଲା। ଏଥି ସହିତ ୨୪ ଘଣ୍ଟାରେ ୪୦୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଏହିପରି ଭାବେ ମୋଟ ସୁସ୍ଥଙ୍କ ସଂଖ୍ୟା ୨୯,୩୯,୬୪୭କୁ ବୃଦ୍ଧି ପାଇଥିଲା, ଯେଉଁଥିରୁ ୮,୫୮୩ ଆକ୍ଟିଭ୍‌ ମାମଲା ସାମ୍ନାକୁ ଆସିଥିଲା।

ସେପଟେ ବେଙ୍ଗାଲୁରୁ ସହରରେ ୧୩୭ ନୂଆ ମାମଲା ସାମ୍ନାକୁ ଆସିଛି ଏବଂ ୬ ଜଣଙ୍କର ମୃତ୍ୟୁ ଘଟିଛି। ସହରରେ ୨୦୬ ଜଣଙ୍କୁ ଡିସ୍‌ଚାର୍ଜ କରାଯାଇଛି। ବେଙ୍ଗାଲୁରୁ ସହର ବ୍ୟତୀତ ବେଲାଗଭି, ବେଙ୍ଗାଲୁରୁ ଗ୍ରାମୀଣ, ଧାରଓ୍ଵାଡ୍‌ ଏବଂ ରାମନଗରରେ ମଧ୍ୟ ଗୋଟିଏ ଲେଖାଏ ମୃତ୍ୟୁ ମାମଲା ରେକର୍ଡ କରାଯାଇଛି। ବେଙ୍ଗାଲୁରୁ ସହର ପରେ ଦକ୍ଷିଣ କନ୍ନଡ଼ ସବୁଠାରୁ ଅଧିକ ୩୦ଟି ତାଜା ମାମଲା ରେକର୍ଡ କରିଛି। ସେଥି ମଧ୍ୟରୁ ତୁମକୁରରେ ୨୬, ହସନରେ ୨୦ ଏବଂ ମୈସୁରରେ ୧୮ ମାମଲା ସାମ୍ନାକୁ ଆସିଛି। ସୂଚନାଥାଉ କି, ବେଙ୍ଗାଲୁରୁ ସହରୀ ଜିଲାରେ ଏବେ ମୋଟ ୧୨,୫୦,୮୪୪ ସକାରାତ୍ମକ ମାମଲା ରହିଛି। ଏହାପରେ ମୈସୁରରେ ୧,୭୮,୯୫୧ ଏବଂ ତୁମକୁରରେ ୧,୨୦,୭୨୬ ମାମଲା ରେକର୍ଡ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.