ମୁମ୍ବାଇ : ବଲିଉଡ଼ର ବାଜିରାଓ-ମସ୍ତାନି ଦୀପିକା ପାଦୁକୋଣ ଏବଂ ରଣବୀର ସିଂଙ୍କ ଗ୍ରାଣ୍ଡ ବିବାହ ପରେ ରଣବୀରଙ୍କ ଭଉଣୀ ରିତିକା ତାଙ୍କ ପାଇଁ ମୁମ୍ବାଇରେ ଆୟୋଜିତ କରିଥିଲେ ଏକ ଶାନଦାର ପାର୍ଟି। ଏହି ପାର୍ଟି ମୁମ୍ବାଇର ଗ୍ରାଣ୍ଡ ହୟାତ ହୋଟେଲରେ ଅନୁଷ୍ଠିତ ହୋଇଥିଲା। ଏହି ପାର୍ଟିରେ ରଣବୀରଙ୍କ ଲୁକ କାତିଲାନା ଥିବା ବେଳେ ଉଦ୍ଭୟ ଦୀପ-ବୀରଙ୍କ ଡ଼୍ଯନ୍ସ ବନାଇଥିଲା ପାର୍ଟିର ମାହୋଲ।
ବିବାହର ସମସ୍ତ ଫକ୍ସନ ଭଳି ଏହି ପାର୍ଟିରେ ମଧ୍ୟ ମ୍ଯାଚିଂ ପୋଷାକ ପିନ୍ଧିଥିବା ନଜର ଆସିଥିଲା। ଏହା ପାର୍ଟିରେ ନବବିବାହିତା କଳାକାର ଡ଼୍ଯାନ୍ସ କରି ଧୁମ ମଚାଉଥିବାର ଫଟୋ ଭାଇରାଲ ହୋଇଛି। ତେବେ ବର୍ତ୍ତମାନ ପର୍ଯ୍ଯନ୍ତ କେବଳ ରଣବୀରଙ୍କର ହିଁ ଡ଼୍ଯାନ୍ସ ଭିଡ଼ିଓ ଭାଇରାଲ ହୋଇଛି।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଏହି ପାର୍ଟିରେ ଦୀପ-ବୀର ପିନ୍ଧିଥିବା ପୋଷାକ ପ୍ରେମସ ଡ଼ିଜାଇନର ମନିଷ ମଲହୋତ୍ରା ଡ଼ିଜାଇନ୍ କରିଥିଲେ। ଏହି ପାର୍ଟିରେ ରଣବୀର ଏବଂ ଦୀପିକା ଏପରି ମାହୋଲ ବନାଇଥିଲେ କି ଆଉ କୌଣସି ଅତିଥିଙ୍କ ଡ଼୍ଯାନ୍ସ ଉପରେ କାହାର ନଜର ଯାଇନଥିଲା। ତେବେ ପାର୍ଟିରେ ଉଦ୍ଭୟ କଳାକାର ଖଇରିଆ ରଙ୍ଗର ଡ଼ିଜାଇନର ପୋଷାକ ପିନ୍ଧିଥିବା ଦେଖାଯାଇଥିଲେ।