ମୋବାଇଲ୍‌ରୁ ବ୍ୟାଙ୍କ ପାସ୍‌ଓ୍ଵାର୍ଡ ଚୋରାଉଛି ଏସବୁ ଆପ୍‌, ଆପଣଙ୍କ ମୋବାଇଲରେ ନାହିଁ ତ ଏହି ଭାଇରସ୍‌ !

ମୋବାଇଲ୍‌ରୁ ବ୍ୟାଙ୍କ ପାସ୍‌ ଓ୍ଵାର୍ଡ ଚୋରାଉଛି ଆପ୍‌। ଗୁଗଲ ପ୍ଲେ ଷ୍ଟୋର (Google Play Store) କେତେକ ଏଭଳି ବ୍ୟାଙ୍କିଂ ଟ୍ରୋଜନ୍‌ ଆପ୍‌ (Banking Trojan Apps) ଖୋଜି ବାହାର କରିଛି, ଯାହା ୟୁଜର୍ସଙ୍କ ବ୍ୟାଙ୍କିଂ ସମ୍ବନ୍ଧୀୟ ତଥ୍ୟକୁ ଚୋରି କରୁଛନ୍ତି। ରିପୋର୍ଟ ମୁତାବକ, ପାଖାପାଖି ୩ ଲକ୍ଷରୁ ଅଧିକ ଆଣ୍ଡ୍ରଏଡ୍‌ ୟୁଜର୍ସ ଏହି ଆପ୍‌ (Fake Apps) କୁ ଡାଉନ୍‌ଲୋଡ୍‌ କରିଛନ୍ତି। ଏହି ଆପ୍‌ ୟୁଜରଙ୍କ ବ୍ୟାଙ୍କିଂ ପାସ୍‌ ଓ୍ଵାର୍ଡ, ଟୁ ଫ୍ୟାକ୍ଟର ଅଥେଣ୍ଟିକେସନ୍‌ କୋଡ୍‌, ଲଗ୍‌ଡ କିଷ୍ଟ୍ରୋକ୍ସ ଓ ସ୍କ୍ରିନ୍‌ ସଟ୍‌ (malware) ମଧ୍ୟ ଚୋରି କରୁଛି। ଏହା ଦ୍ୱାରା ଆପଣଙ୍କ ଫୋନ୍‌ରେ ସେଭ୍‌ରେ ଥିବା ଡାଟା ଆଦୌ ସୁରକ୍ଷିତ ରହିବ ନାହିଁ। ଯଦି ଆପଣ ବି ଏସବୁ ଆପ୍‌କୁ ଡାଉନ୍‌ଲୋଡ୍‌ କରିଛନ୍ତି, ତେବେ ଆପଣଙ୍କ ଆକାଉଣ୍ଟ ହ୍ୟାକ୍‌ ହୋଇପାରେ।

ସାଇବର ସିକ୍ୟୁରିଟି ରିସର୍ଚ୍ଚରମାନେ ସୂଚନା ଦେଇଛନ୍ତି ଯେ ୩ ଲକ୍ଷରୁ ଅଧିକ ଆଣ୍ଡ୍ରଏଡ୍‌ ୟୁଜର୍ସ ବ୍ୟାଙ୍କିଂ ଟ୍ରୋଜନ୍‌ ଆପ୍‌ (Banking Trojan Apps) ଡାଉନ୍‌ଲୋଡ୍‌ କରିଛନ୍ତି। ଏହି ଆପ୍‌ରେ କ୍ୟୁଆର୍‌ ସ୍କାନର, ପିଡିଏଫ୍‌ ସ୍କାନର ଓ କ୍ରିପ୍ଟୋକରୋନ୍ସି ଓ୍ଵାଲେଟ୍‌ ରହିଛି, ଯାହା ୪ଟି ଅଲଗା ଅଲଗା ଆଣ୍ଡ୍ରଏଡ୍‌ ମାଲ ୱେୟାର ଫ୍ୟାମିଲିର। ସେମାନଙ୍କ ମଧ୍ୟରୁ ଗୋଟିଏ ସବୁଠୁ ଅଧିକ ବିପଦପୂର୍ଣ୍ଣ ଆପ୍‌ ରହିଛି, ଯାହା ୟୁଜର୍ସଙ୍କ ପାସ୍‌ ଓ୍ଵାର୍ଡ ଓ ଇମେଲ ଆଇଡି ପାସ୍‌ଓ୍ଵାର୍ଡ ପ୍ରମୁଖ ତଥ୍ୟ ଚୋରି କରୁଛି।

ThreatFabric ନାମକ ଆଉ ଏକ ମାଲ ୱେୟାରକୁ ମଧ୍ୟ ଏକ୍ସପର୍ଟମାନେ ଖୋଜି ବାହାର କରିଛନ୍ତି। ଏହା Alien ନାମକ ଆଣ୍ଡ୍ରଏଡ୍‌ ବ୍ୟାଙ୍କିଂ ଟ୍ରୋଜନ୍‌, ଯାହା କି ଟୁ ଫ୍ୟାକ୍ଟର ଅଥେଣ୍ଟିକେସନ୍‌ ସିକ୍ୟୁରିଟିକୁ ବି ମାତ୍‌ ଦେବାକୁ ସକ୍ଷମ। ଏହି ଭାଇରସ୍‌ ସହ ଜଡ଼ିତ ଆପ୍‌ ପୂର୍ବରୁ ହିଁ ଗୁଗଲ ପ୍ଲେ ଷ୍ଟୋରରୁ ୯୫,୦୦୦ ଥର ଡାଉନ୍‌ଲୋଡ୍‌ ହୋଇସାରିଛି। ThreatFabric ପକ୍ଷରୁ ଏସବୁ ମାଲ ୱେୟାରର ଅଭିଯୋଗ ଗୁଗଲ ନିକଟରେ କରାଯାଇଛି। ଏବେ ଆଶା କରାଯାଉଛି ଯେ ଗୁଗଲ ଏସବୁ ଆପ୍‌ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.