ବ୍ରହ୍ମପୁର ଗୌଡ଼ ବନ୍ଧ ସାହିର ଜବର ଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା, ପ୍ରଶାସନ ଓ ବସ୍ତି ବାସିନ୍ଦା ମୁହାଁମୁହିଁ

ବ୍ରହ୍ମପୁର(କେନ୍ଯୁଜ୍): ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଲାଞ୍ଜିପଲି ଢ଼ିପ ସାହି ନିକଟ ଗୌଡ଼ ବନ୍ଧ ସାହିର ଜବର ଦଖଲ ଉଚ୍ଛେଦ। ପୋଲିସ ପ୍ରଶାସନର ସହଯୋଗରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏହି ଜବର ଦଖଲ ଉଚ୍ଛେଦ କରାଯାଇଥିଲା। ଗତକାଲି ଅପରାହ୍ନରେ ଏହି ପ୍ରକ୍ରିୟା ଚାଲିଥିଲା । ହେଲେ ଉଚ୍ଛେଦ ବେଳେ ଘଟିଥିଲା ଏକ ଅଘଟଣ । କାନ୍ଥ ପଡି ଜଣେ ମହିଳା ଆହତ ହୋଇଥିଲେ । ଯାହାପରେ ଆରମ୍ଭ ହୋଇଯାଇଥିଲା ଉତେଜନା ।

ଠେଲା ପେଲା ସାଙ୍ଗକୁ ଆରମ୍ଭ ହୋଇଥିଲା ଢେଲା ପଥର ମାଡ଼ । ଯାହାଫଳରେ ଉଭୟ ପକ୍ଷରୁ ଆହତ ହୋଇଥିଲେ ଅନେକ। ଯାହାକୁ ନଜରରେ ରଖି ଅଧାରୁ ପୋଲିସ ପ୍ରଶାସନ ଫେରିଯାଇଥିଲା । ତଥାପି ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗିରହିଛି। ରାତିରେ ଅଂଚଳ ବାସିନ୍ଦା ଶୀତ କାକରରେ ଖୋଲାରେ ଶୋଇଥିଲେ। ଯେଉଁ ଦ୍ରୁଶ୍ଯ ସମସ୍ତଙ୍କୁ ଭାବବିହ୍ବଳ କରିଥିଲା । ତେବେ ଆଜି ବସ୍ତି ବାସିନ୍ଦାଙ୍କୁ ମହାନଗର ନିଗମ କାର୍ଯ୍ୟାଳୟକୁ ଡାକି ଆଲୋଚନା କରିବା ସହ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ ବୋଲି ଜଣାପଡିଛି। ତେବେ ଅନ୍ୟତ୍ର ଯିବାକୁ ମନାକରିଦେଇଛନ୍ତି ବସ୍ତି ବାସିନ୍ଦା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.