ଲାଲୁଙ୍କ ଘରକୁ ଆସିବେ ନୂଆ ବୋହୂ, ଆସନ୍ତା କାଲି ତେଜସ୍ୱୀ ଯାଦବଙ୍କ ନିର୍ବନ୍ଧ

ନୂଆଦିଲ୍ଲୀ : ଆରଜେଡି ନେତା ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ଘରେ ବାଜିବ ସାହାନାଇ । ଅର୍ଥାତ ଲାଲୁଙ୍କ ସାନ ପୁଅ ହାତ କୁ ଦି ହାତ ହେବାକୁ ଯାଉଛନ୍ତି । ଦିଲ୍ଲୀରେ ଆସନ୍ତା କାଲି ନିର୍ବନ୍ଧ ହେବାକୁ ଯାଉଛି । ଏନେଇ ସମଗ୍ର ଲାଲୁ ପରିବାର ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି। ତେଜସ୍ୱୀ, ତେଜ ପ୍ରତାପ , ଲାଲୁ ରାବ୍ରି ଦେବୀ ଏବଂ ବଡ ଝିଅ ମିସା ଭାରତୀ ମଧ୍ୟ ଦିଲ୍ଲୀରେ ଅଛନ୍ତି। କୁହାଯାଉଛି ଯେ, ଏହି ନିର୍ବନ୍ଧରେ କେବଳ ପରିବାରର ସବୁଠାରୁ ଖାସ୍‌ ସମ୍ପର୍କୀୟମାନେ ଓ ୫୦ ଜଣ ଅତିଥି ଉପସ୍ଥିତ ରହିବେ।

ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ନିବର୍ନ୍ଧ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଏପରିକି ୨୦୨୦ ନିର୍ବାଚନ ଶେଷ ହେବା ସହ ବାପା ଲାଲୁଙ୍କୁ ଜାମିନ ମିଳିବା ପରେ ନିଜ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିବେ ବୋଲି ସଂକେତ ଦେଇଥିଲେ ତେଜସ୍ୱୀ। ଆଉ ଏବେ ଏହା ପୂରା ହେବାକୁ ଯାଉଛି । ଏହାସହ ଦୀର୍ଘ ଦିନ ପରେ ପୁଣିଥରେ ଲାଲୁଙ୍କ ଘରେ ସାହାନାଇ ବାଜିବ ବୋଲି ଜଣାପଡିଛି । ଲାଲୁ ପରିବାର କିନ୍ତୁ ଘରର ସାନ ବୋହୂ କିଏ ସେ ନେଇ କିଛି ସୂଚନା ନେଇ ନାହାନ୍ତି। ସେମାନେ ଏହାକୁ ଗୁପ୍ତ ରଖିଛନ୍ତି।

ଲାଲୁ ଯାଦବଙ୍କର ୭ ଝିଅ ଏବଂ ୨ ପୁଅ ଅଛନ୍ତି। ତେଜସ୍ୱୀ ଯାଦବ ସବୁଠାରୁ ସାନ। ତେବେ ତେଜସ୍ୱୀ ଯାଦବଙ୍କୁ ଲାଲୁ ଯାଦବଙ୍କ ରାଜନୈତିକ ଉତ୍ତରାଧିକାରୀ ମଧ୍ୟ ବିବେଚନା କରାଯାଏ। ଲାଲୁଙ୍କ ଅନୁପସ୍ଥିତିରେ ସେ ଦଳ ସହ ଜଡିତ ସମସ୍ତ ନିଷ୍ପତ୍ତି ନେଇଥାନ୍ତି। ବର୍ତ୍ତମାନ ତେଜସ୍ୱୀ ବିହାରରେ ବିରୋଧୀ ଦଳର ନେତା ମଧ୍ୟ ଅଛନ୍ତି। ତେଜସ୍ୱୀ ଯାଦବ ରାଘୋପୁର ଆସନରୁ ବିଧାୟକ ଅଛନ୍ତି। ସେ ୨୦୧୫ ରୁ ୨୦୧୭ ପର୍ଯ୍ୟନ୍ତ ବିହାରର ଉପମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ। ତେଜସ୍ୱୀ କ୍ରିକେଟ୍ ମଧ୍ୟ ଭଲ ଖେଳନ୍ତି। ଆଇପିଏଲରେ ଦିଲ୍ଲୀ ଡେୟାରଡେଭିଲ୍ସ ଦଳ ପାଇଁ ଖେଳିଛନ୍ତି। ସେ ଝାଡଖଣ୍ଡ କ୍ରିକେଟ୍ ଟିମ୍‌ ପାଇଁ ଖେଳିସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.