ବିବାହ ପରେ ହନିମୁନ୍ ପାଇଁ ଏହି ସ୍ଥାନକୁ ଯିବେ ଭିକ୍କି ଓ କ୍ୟାଟ୍ରିନା, ଲିକ୍ ହେଲା ସବୁ ସିକ୍ରେଟ୍

ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ତା ପରେ ସାତ ଜନ୍ମ ପାଇଁ ପରସ୍ପରର ହୋଇଯିବେ ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍। ଆସନ୍ତା କାଲି ଭିକ୍କିଙ୍କ ହାତ ଧରିବେ କ୍ୟାଟ୍। ଏଥିପାଇଁ ପ୍ରସ୍ତୁତି ବି ଶେଷ ହୋଇଛି। କ୍ୟାଟ୍ରିନାଙ୍କ ପରିବାର ଲୋକ ବିବାହରେ ଯୋଗ ଦେବାକୁ ଭାରତରେ ଆସି ପହଞ୍ଚିଛନ୍ତି। ଡିସେମ୍ବର ୯ରେ ସମସ୍ତେ ଏହି ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବେ। ରିପୋର୍ଟ ମୁତାବକ, ୧୦ ଡିସେମ୍ବରରେ ବି ଏକ ଛୋଟ ଫଙ୍କସନ୍ ହେବ। ତା’ ପରେ ନବ ବିବାହିତ ଯୋଡ଼ି ହନିମୁନ୍ ପାଇଁ ଯିବେ।

ଆଜି ଉଭୟଙ୍କ ସଙ୍ଗୀତ ଓ ମେହେନ୍ଦୀ ଉତ୍ସବ ପାଳିତ ହୋଇଛି। ଏଥିରେ ଗୀତ ଗାଇବାକୁ ପଞ୍ଜାବୀ କଣ୍ଠ ଶିଳ୍ପୀ ଗୁରୁଦାସ ମାନ ପୂରା ପରିବାର ସହ ରାଜସ୍ଥାନରେ ପହଞ୍ଚିଛନ୍ତି। ସେହିପରି ଶଙ୍କର ମହାଦେବନ୍ ମଧ୍ୟ କାର୍ଯ୍ୟକ୍ରମ ପାଇଁ ପହଞ୍ଚିଛନ୍ତି। ଏଣୁ କୁହାଯାଉଛି ଯେ କ୍ୟାଟ୍ରିନାଙ୍କ ବାହାଘରରେ ଖୁବ ମଜା ମସ୍ତି ହେବ।

ରିପୋର୍ଟ ମୁତାବକ, ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍ ରାଜସ୍ଥାନର ସବାଇ ମାଧୋପୁର ଜିଲ୍ଲାର ସିକ୍ସ ସେନସେସ୍ ଦୁର୍ଗରେ ବିବାହ କରିବେ। ଉଭୟଙ୍କ ପରିବାର ଲୋକ ବିବାହରେ ଯୋଗ ଦେବାକୁ ସେଠାରେ ପହଞ୍ଚି ସାରିଲେଣି। ଏହି ବିବାହକୁ ସିକ୍ରେଟ୍ ରଖିଛନ୍ତି ଉଭୟେ। କିନ୍ତୁ ସାମ୍ନାକୁ ଆସିଥିବା ତଥ୍ୟ ଅନୁସାରେ, କ୍ୟାଟ୍ରିନାଙ୍କ ବିବାହରେ ୧୨୦ ଜଣ ଅତିଥି ସାମିଲ ହେବେ। ବିବାହ ପାଇଁ ଦୁର୍ଗରେ ଏକ ରୟାଲ ମଣ୍ଡପ ବି ତିଆରି କରାଯାଇଥିବା ଜଣାଯାଇଛି।

ତେବେ ବିବାହ ପରେ ଏହି ସେଲିବ୍ରିଟି ଯୋଡ଼ି ହନିମୁନ୍ ପାଇଁ କୁଆଡ଼େ ଯିବେ, ତାହା ବି ଏବେ ସସପେନ୍ସ ଅଛି। କିନ୍ତୁ କୁହାଯାଉଛି ଯେ ଭିକ୍କି ଆଉ କ୍ୟାଟ୍ ହନିମୁନ୍ ପାଇଁ ମାଲଦ୍ବୀପ ଯାଇପାରନ୍ତି। ସେଠାରେ ଉଭୟେ ପରସ୍ପର ସହ ସମୟ କାଟିବେ ବୋଲି ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.