କରୀନା ଏବଂ ଅମୃତାଙ୍କ ପରେ କରୋନାର ଶିକାର ହେଲେ ସଲମାନଙ୍କ ଭାଉଜ

କରୋନା ପୁଣି ବଲିଉଡରେ ନିଜର କାୟା ବିସ୍ତାର କଲାଣି। ଗତକାଲି ବଲିଉଡର ବେବୋ ଓରଫ କରୀନା କପୁର ଖାନ୍‌ ଓ ତାଙ୍କ ସାଙ୍ଗ କରୋନା ପଜିଟିଭ ଚିହ୍ନଟ ହେବା ପରେ ବଲିଉଡ ଅଭିନେତା ସଞ୍ଜୟ କପୁରଙ୍କ ପତ୍ନୀ ମହିପ କପୁର ଓ ସଲମାନଙ୍କ ଭାଉଜ ଅର୍ଥାତ୍‌ ସୋହେଲ ଖାନଙ୍କ ପତ୍ନୀ ସୀମା ଖାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ରିପୋର୍ଟ ଅନୁଯାୟୀ, ମହିପଙ୍କ ନିକଟରେ କରୋନାର ହଲକା ଲକ୍ଷଣ ଦେଖିବାକୁ ମିଳିଥିବା ବେଳେ ବେଳେ ସେ ଜ୍ୱର ଓ ଥଣ୍ଡାରେ ଆକ୍ରାନ୍ତ ହୋଇଛନ୍ତି। ପଜିଟିଭ ଚିହ୍ନଟ ହେବା ପରେ ସେ ନିଜକୁ ଆଇସୋଲେଟ କରି କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି। ଏଥିସହ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କୋଭିଡ ଟେଷ୍ଟ କରାଇ ନେବାକୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି କରୀନା ଓ ଅମୃତା ଉଭୟ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏନେଇ କରୀନା ନିଜ ଇନଷ୍ଟାରେ ଏକ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ସେ କୋଭିଡ ଦ୍ୱାରା ଆକ୍ରାନ୍ତ ହୋଇଥିବା ଫ୍ୟାନ୍ସଙ୍କୁ ଅବଗତ କରିବା ସହ ମେଡିକାଲ ପ୍ରୋଟୋକଲ ମାନି ଆଇସୋଲେସନରେ ରହିଥିବା ସୂଚନା ଦେଇଛନ୍ତି। ସେହିପରି ଅଭିନେତ୍ରୀ ଅମ୍ରିତା ରାଓ ମଧ୍ୟ ଏ ନେଇ ଇନଷ୍ଟାରେ ଏକ ପୋଷ୍ଟ କରି, ମୁଁ କୋଭିଡରେ ଆକ୍ରାନ୍ତ ବୋଲି ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ, ୩ ଦିନ ତଳେ କରୀନା ଭଉଣୀ କରୀସ୍ମା କପୁରଙ୍କ ସହ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଏକ ପାର୍ଟିରେ ଯୋଗ ଦେଇଥିଲେ। ଫିଲ୍ମ ‘କଭି ଖୁସି କଭି ଗମ୍‌’ର ୨୦ ବର୍ଷ ପୂର୍ତ୍ତି ଅବସରରେ ଏହି ପାର୍ଟି ଆୟୋଜନ ହୋଇଥିଲା। ଏହି ପାର୍ଟିରେ ଅମୃତା ଅରୋରା ମଧ୍ୟ ଯୋଗ ଦେଇଥିଲେ।

ଏହା ପୂର୍ବରୁ କାଜୋଲଙ୍କ ଭଉଣୀ ତନୀଶା ମୁଖାର୍ଜୀ କରୋନାର ଶିକାର ହୋଇଥିଲେ। ସେ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ଏହା ଜଣାଇଥିଲେ। ସେ ଏବେ କ୍ୱାରେଣ୍ଟାଇନରେ ରହିଛନ୍ତି। ତା’ ଛଡା ଏହା ପୂର୍ବରୁ କମଲ ହାସନଙ୍କ ରିପୋର୍ଟ କରୋନା ପଜିଟିଭ ଆସିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.