ଆଖିକୁ ସୁସ୍ଥ ରଖିବା ସହ ଇମ୍ୟୁନିଟି ବଢ଼ାଇଥାଏ ମିଶ୍ରି, ପ୍ରତିଦିନ ଖାଆନ୍ତୁ

ସମସ୍ତେ ଘରେ କିମ୍ବା ମନ୍ଦିରରେ ମିଶ୍ରିକୁ ପ୍ରସାଦ ରୂପେ ବ୍ୟବହାର କରିଥାନ୍ତି। ପ୍ରସାଦ ବ୍ୟତୀତ ମିଶ୍ରିର ବ୍ୟବହାର ଅନ୍ୟତ୍ର ମଧ୍ୟ ବ୍ୟବହାର କରାଯାଇଥାଏ । ରେଷ୍ଟୁରାଣ୍ଟରେ ଏହାର ବ୍ୟବହାର କରାଯାଏ। ଖାଇବା ପରେ ଏହାକୁ ପାନମହୁରୀ ସହ ଦିଆଯାଏ। ଏହାଦ୍ୱାରା ହଜମକ୍ରିୟା ସହଜ ହୁଏ। ଆପଣ ଜାଣନ୍ତି ଏହି ମିଶ୍ରି ଦେହ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ସୂତା ଥିବା ମିଶ୍ରି ଶରୀର ପାଇଁ ବେଶ ଭଲ।

ଏକ ରିପୋର୍ଟ ଅନୁଯାୟୀ, ମିଶ୍ରି କ୍ଷୀରର ଅନେକ ଫାଇଦା ରହିଛି। ତେବେ ଆମେ ଆଜି ଆପଣଙ୍କୁ କହିବୁ ଏହି ସବୁ ଫାଇଦା ବିଷୟରେ। ଯାହା ଆପଣଙ୍କୁ ଏକଦମ ଫିଟ ରଖିବାରେ ସାହାଯ୍ୟ କରିବ।

-ମାନସିକ ସମସ୍ୟାକୁ ଦୂର କରିବା ସହ ସ୍ମରଣ ଶକ୍ତିକୁ ମଜବୁତ କରିବା ପାଇଁ ମିଶ୍ରି କ୍ଷୀର ଅତ୍ୟନ୍ତ ଉପଯୋଗୀ। ତେଣୁ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ଉଷୁମ କ୍ଷୀର ସହ ମିଶ୍ରି ସେବନ କରିବା ଜରୁରୀ। ଏହାଦ୍ୱାରା ଭଲ ନିଦ୍ରା ହୋଇଥାଏ।

-ପ୍ରତିଦିନ ମିଶ୍ରି ମିଶ୍ରିତ କ୍ଷୀର ସେବନ କରିବା ଦ୍ୱାରା ଏନିମିୟା ସମସ୍ୟାରୁ ମୁକ୍ତି ମିଳିଥାଏ। ଶରୀରରେ ହିମୋଗ୍ଲୋବିନ ମାତ୍ରା ବୃଦ୍ଧି କରିବାରେ ସହାୟକ ହୁଏ।

– ଆୟୁର୍ବେଦ ବିଜ୍ଞାନ ଅନୁଯାୟୀ, ମିଶ୍ରିରେ ଅନେକ ପ୍ରକାର ପୋଷକ ତତ୍ତ୍ୱ ରହିଛି। ଯାହା ଶାରୀରିକ ଦୁର୍ବଳତା ଦୂର କରିବା ସହ ଏମିନିଆ ରୋଗ ପାଇଁ ଲାଭକାରୀ ହୋଇଥାଏ। ପ୍ରତିଦିନ ଏକ ଚାମଚ ମିଶ୍ରି ଖାଇଲେ ଏହି ସମସ୍ୟା ଦୂର ହୋଇଥାଏ।

sweet
pc: the Indian express

– ମିଶ୍ରିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ତତ୍ତ୍ୱ ସଂକ୍ରମଣରୁ ରକ୍ଷା କରିଥାଏ। ଏଥିପାଇଁ ପ୍ରତିଦିନ ଶୋଇବା ପୂର୍ବରୁ ଅଧା ଚାମଚ ଗୋଲମରିଚ ଗୁଣ୍ଡ ଏବଂ ଏକ ଚାମଚ ମିଶ୍ରି ଏବଂ ଏକ ଚାମଚ ଘିଅ ମିଶାଇ ଖାଆନ୍ତୁ। ଏହାଦ୍ୱାରା ଥଣ୍ଡା-କାଶ ଠିକ୍ ହୋଇଥାଏ।

-ମିଶ୍ରି ଖାଇବା ଦ୍ୱାରା ଶାରୀରିକ ଦୁର୍ବଳତା ଦୂର ହେବା ସହ ଇମ୍ୟୁନିଟି ବଢିଥାଏ। ଏଥିପାଇଁ ଭାଇରାଲ ଜ୍ୱର ଏବଂ ଅନ୍ୟ କୌଣସି ରୋଗର ବିପଦ କମ୍ ରହିଥାଏ।

-ଆଖିକୁ ସୁସ୍ଥ ରଖିବା ସହ ଦୃଷ୍ଟି ଶକ୍ତି ବଢ଼ାଇବାରେ ମିଶ୍ରି ସହାୟକ ହୋଇଥାଏ। କ୍ଷୀର ଏବଂ ମିଶ୍ରି ଉଭୟ ଆଖି ପାଇଁ ଲାଭଦାୟକ ଅଟେ। ଏହାସହ ଆଖିତଳେ ଥିବା କଳାଦାଗର ସମସ୍ୟାକୁ ମିଶ୍ରି ଦୂର କରିଥାଏ। ଡାକ୍ତର ମଧ୍ୟ ଏଥିପାଇଁ ପରାମର୍ଶ ଦେଇଥାନ୍ତିି। ଏହାକୁ ଖାଇବା ଦ୍ୱାରା ମୋତିଆବିନ୍ଦୁ ସମସ୍ୟାରୁ ମୁକ୍ତି ମିଳିଥାଏ।

– ଯେଉଁ ଲୋକଙ୍କର ସ୍ମରଣ ଶକ୍ତି କମ୍ ସେମାନେ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ମିଶ୍ରି ମିଶାଇ ପିଅନ୍ତୁ। ଏକାଗ୍ରତା ଶକ୍ତି ବଢିବ।

– ଯଦି ଆପଣଙ୍କ ନାକରୁ ରକ୍ତ ପଡିବା କିମ୍ବା ପାଇଲ୍ସ ଭଳି ସମସ୍ୟା ରହିଛି ତେବେ ପ୍ରତିଦିନ ମିଶ୍ରି ଖାଆନ୍ତୁ । ଏଥିରୁ ମୁକ୍ତି ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.