ମସଲା ଦୋସା ଆଇସ୍କ୍ରିମ: ଭିଡ଼ିଓ ହେଉଛି ଭାଇରାଲ, ଦେଖିବା ଲୋକ ଦେଇଛନ୍ତି ଅଜବ କମେଣ୍ଟ
ଖାଇବାକୁ କିଏ ବା ପସନ୍ଦ ନ କରେ। ପୁଣି ଯଦି ଆଇସକ୍ରିମ କଥା ଉଠେ ଏହାକୁ ତ କେହି ବି ମନା କରନ୍ତି ନାହିଁ। ପ୍ରାୟ ସମସ୍ତେ ପସନ୍ଦ କରନ୍ତି ଆଇସକ୍ରିମ ଖାଇବା ପାଇଁ। ଅନେକ ଖାଇବା ଜିନିଷକୁ ଏମିତି ଏକ୍ସପ୍ଲୋର୍ କରନ୍ତି ଯେ ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ସେମିତି କିଛି ଦେଖିବାକୁ ମିଳିଛି ଏକ ଭିଡ଼ିଓରେ। ପୁଣି ଏହି ବିଡ଼ିଓ ହେଉଛି ମସଲା ଦୋସା ଆଇସକ୍ରିମ୍ର ।
ଆଇସେକ୍ରିମ୍ ପୁଣି ମସଲା ଦୋସା।କେମିତି ହୋଇଥିବ ଏହାର ସ୍ବାଦ। ଏମିତି ଅଜବ ଡିସ୍ ଦେଖିବାକୁ ମିଳିଛି ଦିଲ୍ଲୀର ମାର୍କେଟରେ । @thegreatindianfoodie ନାମକ ଜଣେ ଫୁଡ୍ ବ୍ଲଗର ଇଂସ୍ତାଗ୍ରାମରେ ଏହି ମସଲା ଦୋସା ଆଇସକ୍ରିମ୍ର ଭିଡ଼ିଓ ସେୟାର କରିଛନ୍ତି । ଯାହାକୁ ଦେଖି ଲୋକେ ଅଜବ ଅଜବ କମେଣ୍ଟ୍ ଲେଖିଛନ୍ତି। ଜଣେ ୟୁଜର ଲେଖିଛନ୍ତି ନୋ ଜଷ୍ଟ ନୋ, ପୁଣି ଆଉ କିଏ ଲେଖିଛି ଖାଲି ଦୋସା କାହିଁକି ଚଟଣୀର ବି ଆଇସକ୍ରିମ କରିଦେଇଥାଆନ୍ତ । ପୁଣି ଅନ୍ୟ ଜଣେ ଲେଖିଛନ୍ତି ଏମିତି ଖାଦ୍ୟ ଦେଖି ଆଉ ବାହାରକୁ ଯିବାପାଇଁ ଇଛା ହେଉନି।
View this post on Instagram
ତେବେ ଏହି ଭିଡ଼ିଓକୁ ଦେଖି ଅନେକ ଏହାକୁ ଖାଇବା ପାଇଁ ମଧ୍ୟ ମନ ବଲାଇଇଛନ୍ତି।ଏହି ମସଲା ଦୋସା ତିଆରି ହୋଇଥିବା ଭିଡ଼ିଓକୁ ପ୍ରାୟ ୧.୪ ମିଲିୟନ ଲୋକ ଦେଖିଛନ୍ତି। ପୁଣି ୧୬.୨ ହଜାର ଲୋକ ପସନ୍ଦ କରିଛନ୍ତି ଓ ୨୭୨୦ ଲୋକ କାମେଣ୍ଟ କରିଛନ୍ତି। ଏହାର ପ୍ରସ୍ତୁତି ପ୍ରଣାଳୀ କିନ୍ତୁ ଦେଖିବା ପାଇଁ ଭଲ ହୋଇଛି ।