ଦୁନିଆର ସର୍ବପୁରାତନ ଫୁଲ କଢ଼ି ଜୀବାଶ୍ମର ମିଳିଲା ସନ୍ଧାନ

ପୁରାତନତତ୍ତ୍ୱବିତ ମାନେ ଦୁନିଆର ସବୁଠୁ ପୁରୁଣା ଫୁଲ କଢ଼ି ବା Flower Budର ଜୀବାଶ୍ମକୁ ଖୋଜି ପାଇଛନ୍ତି। ଏହା ଚୀନର ଇନର ମଙ୍ଗୋଲିଆ ଇଲାକାରେ ମିଳିଛି। ଏହାକୁ ରିସର୍ଚ୍ଚ କରି ଜଣାଯାଇଛି ଯେ, ଏହା ୧୬.୪ କୋଟି ବର୍ଷ ହେଲାଣି ରହିଛି। ଏହାପରେ ବୈଜ୍ଞାନିକ ମାନଙ୍କର ଫୁଲର ଉତ୍ପତ୍ତିକୁ ନେଇ ରହିଥିବା ଧାରଣାରେ ପରିବର୍ତ୍ତନ ଆସିଛି।

ରିସର୍ଚ୍ଚରୁ ଜଣା ପଡିଛି ଯେ ଏହି ଫୁଲ ଜୁରାସିକ ସମୟରୁ ରହିଛି। ଆଉ ଏହି ସମୟ ୧୪.୫ କୋଟିରୁ ୨୦.୧ କୋଟି ବର୍ଷ ପର୍ଯ୍ୟନ୍ତ ଥିଲା। ସେହି ସମୟରୁ ଏହି ଫୁଲ କଢ଼ ରହିଛି। ମଙ୍ଗୋଲିଆରେ ମିଳିଥିବା ଏହି କଢ଼ି ୪.୨ ସେଣ୍ଟିମିଟର ଲମ୍ବା ଏବଂ ୨ ସେଣ୍ଟିମିଟର ଚଉଡ଼ା ରହିଛି। ଏଥିରେ ପତ୍ର ରହିଥିବାର ସନ୍ଧାନ ମିଳିଛି। ଏହି କଢ଼ି ଯେଉଁ ସ୍ଥାନରେ ରହିଛି ତାହା ୩ ବର୍ଗ କିଲୋମିଟର। ବୈଜ୍ଞାନିକମାନେ ଫ୍ଲୋରିଜର୍ନିନିସ୍‌ ଜୁରାସିକାର ନାମ ଦିଆଯାଇଛି।

ତେବେ ଏହା ଦୁଇପ୍ରକାରର ହୋଇଥାଏ। ପ୍ରଥମତଃ ଫୁଲ ଦେଇଥାଏ। ମାନେ ଆଞ୍ଜିଓସ୍ପର୍ମ। ଅନ୍ୟଟି ଫୁଲ ଦେଇନଥାଏ। ଜିମନୋସ୍ପର୍ମ। ଏହି ଜୀବାଶ୍ମକୁ ଦେଖି ଏହା ସ୍ପଷ୍ଟ ହୋଇଛି ଯେ ଏହା ଆଞ୍ଜିଓସ୍ପର୍ମ। ଏହା ଜୁରାସିକ ସମୟରେ ଅଧିକ ରହିଥିବା ଗଛ। ତେବେ ଆଞ୍ଜିଓସ୍ପର୍ମ ୬.୬ କୋଟି ବର୍ଷରୁ ୧୪.୫ କୋଟି ବର୍ଷ ମଧ୍ୟରେ ସୃଷ୍ଟି ହୋଇନଥିଲ।। ଏହା କ୍ରେଟାସିୟସ ସମୟରୁ ତିଆରି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.