୪ ବର୍ଷରେ ନାସା ପାଇଛି ୫ ହଜାର ଏଲିଏନଙ୍କ ଦୁନିଆ, ଏବେ କରିବ ବଡ ରିସର୍ଚ୍ଚ

ଆପଣ ଜାଣିଛନ୍ତି ଯେ ଏଲିଏନଙ୍କୁ ନେଇ ସବୁ ସମୟରେ ଅନେକ ତଥ୍ୟ ସାମ୍ନାକୁ ଆସୁଛି। ଏମିତିକି ଏହି ଅନ୍ୟ ଗ୍ରହର ପ୍ରାଣୀଙ୍କୁ ଅନେକ ଲୋକ ଦେଖିଥିବାର ମଧ୍ୟ କହିଛନ୍ତି। ଯାହାକୁ ନେଇ କିଛି ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥିଲା । ତେବେ ଏହାରି ମଧ୍ୟରେ ଏଲିଏନକୁ ନେଇ ଆଉ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଯାହାକୁ ନେଇ ବୈଜ୍ଞାନିକମାନେ ମଧ୍ୟ ନିଜେ ପାଇଥିବା ତଥ୍ୟକୁ ନେଇ ଆଶ୍ଚର୍ଯ୍ୟ ହେଇଛନ୍ତି।

କାରଣ ଏକିଏନକୁ ନେଇ ଅନେକ ଖବର ସାମ୍ନାକୁ ଆସୁଥିବା ବେଳେ ନାସା ୪ ବର୍ଷ ମଧ୍ୟରେ ପାଖାପାଖି ୫ ହଜାର ଏଲିଏନଙ୍କ ଜଗତ ଖୋଜି ପାଇବାରେ ସଫଳ ହୋଇଛି । ଯାହାକୁ ନେଇ ନାସା ଏହା ଉପରେ ଅନେକ ପରୀକ୍ଷଣ କରିବ ବୋଲି ମଧ୍ୟ କହିଛି। ବର୍ତ୍ତମାନ ଏହା ନାସାର ସବୁଠାରୁ ବଡ଼ ଓ ଗୁରୁତ୍ଵପୂର୍ଣ୍ଣ କାମ ବୋଲି ନାସା କହିଛି । କାରଣ ଏହା ଏଲିଏନଙ୍କର ପ୍ରକୃତ ଦୁନିଆ ନା ଅନ୍ୟ ସବୁ ଛୋଟ ଛୋଟ ଗ୍ରହ ତାହା ଭଲ ଭାବେ ଜାଣିବା ପାଇଁ ସେ ପାଇଥିବା ୫୦୦୦ ଏଲିଏନଙ୍କ ଦୁନିଆ ଉପରେ ପରୀକ୍ଷଣ କରିବ। ଆମେରିକାର ସ୍ପେସ୍ ଏଜେନ୍ସି ନାସା କହିଛି ଏହା ଆମର ଏକ ବଡ଼ ରିସର୍ଚ୍ଚ ହେବାକୁ ଯାଉଛି।

ELIEN
Picture Credit -NNRP

ତେବେ ନାସାର ବୈଜ୍ଞାନିକମାନେ ଗତ ଚାରି ବର୍ଷ ଧରି ଏହି ବିଷୟରେ ଅନୁସନ୍ଧାନ କରୁଥିଲେ। ତାଙ୍କୁ ଏହି ଏଲିଏନଙ୍କ ଦୁନିଆ ଖୋଜିବାରେ ଟ୍ରାଞ୍ଜିଟ୍ ଏକ୍ସପ୍ଲାନେଟ୍ ସର୍ଭେ ସାଟେଲାଇଟ୍ (TESS) ବହୁତ ସାହାଯ୍ୟ କରିଛି । ତେବେ ଟେସ୍ କହିଛି ଯେ ଏଲିଏନଙ୍କ ଦୁନିଆ ଛୋଟ ଛୋଟ ଗ୍ରହ ମଧ୍ୟ ହୋଇପାରେ ବୋଲି କିନ୍ତୁ ଆମକୁ ଭଲ ଭାବେ ପରୀକ୍ଷା କରିବା ଦରକାର । କାରଣ ଏହା ଏଲିଏନଙ୍କ ରହୁଥିବା ଗ୍ରହ ବି ହୋଇପାରେ।

ତେବେ ଏହି ଏଲିଏନର ଦୁନିଆକୁ Objects of Interest (TOI) ଭାବେ ନାମିତ କରାଯାଇଛି । ବର୍ତ୍ତମାନ ବୈଜ୍ଞାନିକଙ୍କ ବଡ଼ କାମ ହେଉଛି ଯେ ସେମାନେ ଏହି ଗ୍ରହଙ୍କ ଉପରେ ଆହୁରି ମଧ୍ୟ ରିସର୍ଚ୍ଚ କରିବେ ଯାହା ଦ୍ଵାରା ଜଣା ପଡ଼ିବ ଯେ ବର୍ତ୍ତମାନ ମିଳିଥିବା ଏଲିଏନଙ୍କ ଏହି ୫୦୦୦ ଗ୍ରହରେ କେଉଁଠି ଏଲିଏନ ଅଛନ୍ତି ଓ କେଉଁ ଗ୍ରହ ଖାଲି ଅଛି ।

ଏହି ଅନୁସନ୍ଧାନରେ ସାମିଲ ଥିବା ମିସେଲ କୁନିମୋଟୋ କହିଛନ୍ତି ଯେ ୨୦୨୧ ଜାନୁୟାରୀ ୨୭ ପର୍ଯ୍ୟନ୍ତ TESS ୨୪୦୦ ଟି ଗ୍ରହ ଖୋଜିଥିଲା କିନ୍ତୁ ଏହା ପରେ ଅନ୍ୟ ସବୁ ଗ୍ରହର ସନ୍ଧାନ କରଯାଇଛି। ତେବେ ବୈଜ୍ଞାନିକମାନେ ଏହା ମଧ୍ୟ କହିଛନ୍ତି ଯେ ଏକ୍ସୋପ୍ଲାନେଟ୍ ଆବିଷ୍କାର କରିବା ସହଜ କିନ୍ତୁ ସେଗୁଡ଼ିକ ବିଷୟରେ ଜାଣିବା କଷ୍ଟକର । ପୁଣି ତା ମଧ୍ୟରୁ କେଉଁ ଗ୍ରହରେ ଏଲିଏନ୍ ଅଛନ୍ତି ତାହା ମଧ୍ୟ ଖୋଜିବାକୁ ପଡ଼ିବ ।

ତେବେ ଏହି ଏଲିଏନଙ୍କ ଗ୍ରହ ବା ଏକ୍ସପ୍ଲାନେଟଗୁଡିକ କେପଲର ସ୍ପେସ୍ ଟେଲିସ୍କୋପ ଦ୍ୱାରା ଆବିଷ୍କୃତ ହୋଇଥିଲା । ଆଗକୁ ହେବାକୁ ଥିବା ଏହି ରିସର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଜାରି ରହିବ । ଏହା ପରେ ସାମ୍ନାକୁ ଆସିବ ପ୍ରକୃତ ସତ, ବୈଜ୍ଞାନିକମାନେ ଖୋଜି ପାଇଥିବା ୫ ହଜାର ଗ୍ରହ ମଧ୍ୟରୁ କେଉଁ ଗ୍ରହରେ ଏକିଏଲ ରହିଛନ୍ତି ଓ କେଉଁ ଗ୍ରହ ଖାଲି ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.