ସାପ କାମୁଡ଼ିଲେ ଭୟ କରନ୍ତୁ ନାହିଁ, ଜୀବନ ରକ୍ଷା ପାଇଁ ମାନନ୍ତୁ ଏହି ସହଜ ଉପାୟ
ସାପକୁ ଦେଖିବା ମାତ୍ରେ ସମସ୍ତେ ଭୟ କରନ୍ତି। ଆଉ ଯଦି ଏହାରି ମଧ୍ୟରେ କାହାରିକୁ ସାପ କାମୁଡ଼ିଦଏ ତେବେ କଥା ସରିଲା। ମନରେ ଭୟ ସହ ଶରୀରରେ ବିଷ ଏହି ଦୁଇ ପରିସ୍ଥିତି ମଣିଷର କ୍ଷଣିକରେ ଜୀବନ ନେଇଯାଏ। ତେବେ ସାପ କାମୁଡ଼ିଲେ ବ୍ୟକ୍ତି ଜଣକ ଭୟରେ ଆକୁଳ ବ୍ୟାକୁଳ ହୋଇଯାଏ। ନିଜ ଜୀବନ ଚାଲିଯିବା ଭୟରେ ସେ କଣ ଉପାୟ କରିବ ତାହା ମଧ୍ୟ ଜାଣିପାରେ ନାହିଁ।
ସାପ କାମୁଡ଼ା ପରେ ମଣିଷ ଏତେ ଟେନସନ୍ ହୋଇଯାଏ ଯେ ତା’ ପାଖରେ ଭାବିବା ପାଇଁ ସମୟ ମଧ୍ୟ ରୁହେ ନାହିଁ। ଏହାରି ମଧ୍ୟରେ ଯଦି କୌଣସି ବ୍ୟକ୍ତି ଏଥିରୁ ବଞ୍ଚିବା ପାଇଁ କୌଣସି ଉପାୟ ଜାଣିନିଏ, ତେବେ ତାର ଜୀବନ ବଞ୍ଚିଗଲା ବୋଲି ଜାଣ। ଆଜି ଆମେ କହିବୁ ସେହି ସବୁ ଟିପ୍ସ ସମ୍ପର୍କରେ ଯାହାକୁ ମାନି ଆପଣ ନିଜ ଜୀବନକୁ ବଞ୍ଚାଇପାରିବେ ।
ଯଦି ଆପଣ ସାପ କାମୁଡ଼ା ସମୟରେ କିଛି କଥାକୁ ଧ୍ୟାନ ଦେବେ ତେବେ ଆପଣଙ୍କ ଜୀବନ ସଙ୍କଟରେ ପଡ଼ିବ ନାହିଁ। ସାପ କାମୁଡାରେ କରନ୍ତୁ ଏହି କାମ:
– ଯଦି ଆପଣଙ୍କ ପାଖରେ କାହାକୁ ସାପ କାମୁଡିଛି ତେବେ ଆପଣ ତୁରନ୍ତ ମେଡିକାଲର ହେଲ୍ପ ନେଇପାରିବେ। ଏହି ସ୍ଥିତିରେ ଆପଣ ଏଣ୍ଟିବେନମ ମେଡିସିନ ଦେଇପାରିବେ। ଏହା ସାପର ବିଷ କୁୁ ଶରୀରରୁ ବାହାର କରିଥାଏ। ଏହା ଶରୀରରେ ବିଷ ଭରିବାକୁ ଦିଏ ନାହିଁ। ଏହାସହ ସାପକୁ ଚିହ୍ନିପାରିଲେ ମଧ୍ୟ ଏହା ପାଇଁ ଉପଯୁୂକ୍ତ ମେଡିସିନ ଆପଣ ପାଇପାରିବେ।
– ମନେ ରଖନ୍ତୁ ଏହି ସ୍ଥିତିରେ ଆପଣ କେବେ ବି ଭୟଭୀତ ହୁଅନ୍ତୁ ନାହିଁ। ଶାନ୍ତ ହୋଇ ପ୍ରଥମେ କାମୁଡ଼ିଥିବା ସ୍ଥାନ ପାଖରେ ଟାଇଟ କରି ଏକ କପଡା ବାନ୍ଧି ଦିଅନ୍ତୁ। ପରେ ନିଜପରିବାର ଲୋକଙ୍କୁ ସୂଚିତ କରନ୍ତୁ। ପରେ ଧ୍ୟାନ ଦେବେ ନିଶ୍ଚିତ ଭାବେ ଫିଙ୍ଗର ରିଙ୍ଗ ସହ ନିଜ ହାତ ଘଣ୍ଟାକୁ ବାହାର କରିିନିଅନ୍ତୁ।
– ଯେଉଁ ଭାଗକୁ ସାପ କାମୁଡ଼ିଛି ସେହି ଭାଗକୁ ତୁରନ୍ତ ସାବୁନ ପାଣିରେ ଧୋଇଦିଅନ୍ତୁ। ପରେ ସଫା କପଡ଼ାରେ ଏହାି ସ୍ଥାନକୁ ପୋଛି ଦିଅନ୍ତୁ।
ମନେ ରଖନ୍ତୁ ସାପ କାମୁଡ଼ିଲେ ଏହି କାମ କରିବେ ନାହିଁ:
-ସାପ କାମୁଡ଼ିବା ପରେ ତା ସହ ବିଲକୁଲ ବି ଲାଗନ୍ତୁ ନାହିଁ। ବରଂ ନିଜେ ଅଧିକ ସତର୍କ ରୁହନ୍ତୁ।
-ସାପ କାମୁଡ଼ିବାର ଲକ୍ଷଣ ଦେଖାଯିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ। ତୁରନ୍ତ ଚିକିତ୍ସା କରନ୍ତ ୁ।
-କେବେ ହେଲେ ବି ଏହି ସ୍ଥାନରେ ଛୁରି କିମ୍ବା ଅନ୍ୟ କିଛି ଧାରୁଆ ଜିନିଷ ମାରନ୍ତୁ ନାହିଁ। ଇନଫେକସନ ହେବାର ସମସ୍ୟା ବଢ଼ିଯାଏ।
– ଟିଭିରେ ଆପଣ ଦେଖିଥିବେ ସାପ କାମୁଡ଼ିବା ପରେ କିଛି ଲୋକ ବିଷ ବାହର କରିବା ପାଇଁ ନିଜେ ହିଁ ତାକୁ ପାଟି ଦ୍ୱାରା ବାହାର କରନ୍ତି। ଏହାକୁ କେବେ ବି କରନ୍ତୁ ନାହିଁ।
– ମନେ ରଖନ୍ତୁ ସାପ କାମୁଡ଼ିଲେ ସେହି ସ୍ଥାନରେ ବରଫ ଲଗାନ୍ତୁ ନାହିଁ।