ରଣବୀର-ଆଲିଆଙ୍କ ମେହେନ୍ଦି ସେରିମନି ଫଟୋ ସେୟାର କଲେ କରିସ୍ମା କପୁର, ଦେଖନ୍ତୁ କିଛି ଝଲକ୍
ଆଜି ୭ ଜନ୍ମ ପାଇଁ ବିବାହ ବନ୍ଧନରେ ବାନ୍ଧି ହେବେ ଆଲିଆ ଭଟ୍ଟ ଓ ରଣବୀର କପୁର। ବିବାହ ପୂର୍ବରୁ ସେମାନଙ୍କ ମେହେନ୍ଦି ଓ ସଙ୍ଗୀତ ଖୁବ୍ ଧୁମ୍ଧାମ୍ରେ ପାଳିତ ହୋଇଛି। ବୁଧବାର ଦିନ ରଣବୀର ଓ ଆଲିଆଙ୍କ ମେହେନ୍ଦି ସେରିମନି ଅନୁଷ୍ଠିତ ହୋଇଛି। ଏହି ଫଙ୍କସନ୍ରେ କପୁର ଓ ଭଟ୍ଟ ପରିବାର ବ୍ୟତୀତ କିଛି ସେଲିବ୍ରିଟି ମଧ୍ୟ ସାମିଲ ହୋଇଥିଲେ।
ତେବେ ଆଲିଆଙ୍କ ମେହେନ୍ଦିର କିଛି ଫଟୋ କରିସ୍ମା କପୁର ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଫଟୋରେ କରିସ୍ମା ଡାହାଣ ଗୋଡ଼ରେ ମେହେନ୍ଦି ଲଗାଇଥିବା ଦେଖିବାକୁ ମିଳିଛି। ଫଟୋକୁ କରିସ୍ମା ଇନ୍ଷ୍ଟାଗ୍ରାମ୍ ଷ୍ଟୋରୀରେ ସେୟାର କରିଛନ୍ତି। ଏହି ଫଟୋ ସେୟାର କରି କରିସ୍ମା ଲେଖିଛନ୍ତି- ଆଇ ଲଭ୍ ମେହେନ୍ଦି। ଏଥିସହ ସେ ଏକ ହାର୍ଟ ଇମୋଜି ବି ଦେଇଛନ୍ତି।
ଏଥିସହ ରଣବୀରଙ୍କ ଭଉଣୀ ରିଦ୍ଦିମା କପୁର ସାହାଣୀ ନିଜ ସୋସିଆଲ ମିଡିଆରେ ମେହେନ୍ଦିର ଛୋଟ ଝଲକ୍ ଦେଖାଇଛନ୍ତି। ଏଥିରେ ସେ ନିଜ ହାତ ମେହେନ୍ଦିକୁ ଦେଖାଇଛନ୍ତି।
ସୂଚନାଯୋଗ୍ୟ ଯେ ମେହେନ୍ଦି ସେରିମନିରେ କରିସ୍ମାଙ୍କ ବ୍ୟତୀତ କରୀନା କପୁର, ନୀତୁ ସିଂହ, ରିମା ଜୈନ, ଆଦର ଜୈନ, ରିଦ୍ଦିମା କୁପର, ଅୟାନ ମୁଖାର୍ଜୀ, କରନ ଜୋହର, ସୋନୀ ରାଜଦାନ, ମହେଶ ଭଟ୍ଟ, ପୂଜା ଭଟ୍ଟ, ଶାହିନ ଭଟ୍ଟଙ୍କ ସମେତ ଅନ୍ୟ ସେଲିବ୍ରିଟି ମଧ୍ୟ ସାମିଲ ହୋଇଥିଲେ।
ଆଜି ରଣବୀରଙ୍କ ଘର ବାସ୍ତୁରୁ ବରଯାତ୍ରୀ ବାହାରି ଆଲିଆଙ୍କ ଘରକୁ ଯିବ। ଦୀର୍ଘ ଦିନର ପ୍ରେମୀ ଯୁଗଳ ଆଜି ସ୍ୱାମୀ ସ୍ତ୍ରୀ ହେବେ। ଏଥିପାଇଁ ଆପାର୍ଟମେଣ୍ଟରେ ଅତିଥିଙ୍କ ଗହଳି ଚହଳି ଆରମ୍ଭ ହୋଇଛି। ବରର ମା’ ନୀତୁ ସିଂହ ଓ ଭଉଣୀ ରିଦ୍ଦିମା କପୁର ବିବାହ ସ୍ଥଳରେ ପହଞ୍ଚିସାରିଥିବା ଜଣାଯାଇଛି।
Also Read: କେବଳ ପେଟ ନୁହେଁ ତ୍ୱଚା ପାଇଁ ମଧ୍ୟ ଲାଭକାରୀ ହୋଇଥାଏ ଆଖୁ ରସ, ଖରାଦିନେ ନିଶ୍ଚୟ କରନ୍ତୁ ବ୍ୟବହାର