ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ଦେଶରେ କରୋନାର ବଡ଼ ଲମ୍ପ । ଗତ ୨୪ ଘଣ୍ଟାରେ ଦେଶରେ ୨ହଜାର ୧୮୩ କରୋନା ସଂକ୍ରମିତ ଚିହ୍ନଟ। ଦିନକରେ ୯୦ ପ୍ରତିଶତ ବଢିଲା କରୋନା ମାମଲା। ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ୧୯୮୫ । ୨୧୪ ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ।
ଗତକାଲି ୧ ହଜାର ୧୫୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ୪ଜଣଙ୍କ ମୃତ୍ୟୁ ହୋଇଥିଲା। ରାଜଧାନୀ ଦିଲ୍ଲୀରେ ସର୍ବାଧିକ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ୫୧୭ କରୋନା ନୂଆ ମାମଲା ସାମନାକୁ ଆସିଛି ।