ସିନା ବୋରା ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତା ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ସୁପ୍ରିମ୍‌ କୋର୍ଟରୁ ମିଳିଲା ଜାମିନ୍‌

ସିନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତା ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ସୁପ୍ରିମ୍‌ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ସର୍ବୋଚ୍ଚ ନ୍ୟାୟାଳୟରୁ ଜାମିନ୍‌ ମିଳି ଯାଇଛି। ଜାମିନ୍‌ ପିଟିସନ ଉପରେ ଶୁଣାଣି କରି କୋର୍ଟ ତାଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି। କହି ରଖୁଛୁ, ସିବିଆଇର ବିଶେଷ ଅଦାଲତଙ୍କ ନ୍ୟାୟିକ ହେପାଜତରେ ଥିବା ଇନ୍ଦ୍ରାଣୀ ମୁଖାର୍ଜୀ ସୁପ୍ରିମ୍‌ କୋର୍ଟରେ ଜାମିନ୍‌ ଆବେଦନ କରିଥିଲେ। କାରଣ, ତାଙ୍କୁ ବମ୍ବେ ହାଇକୋର୍ଟରୁ ଜାମିନ୍‌ ମିଳି ନ ଥିଲା।

ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ସିନା ବୋରା ହତ୍ୟାକାଣ୍ଡରେ ୨୦୧୫ ଅଗଷ୍ଟରେ ଗିରଫ କରାଯାଇଥିଲା। ଏହା ପରଠୁ ସେ ମୁମ୍ବାଇର ବାୟକୁଲା ମହିଳା କାରାଗାରରେ ବନ୍ଦୀ ଥିଲେ। ଏଥି ପୂର୍ବରୁ ବିଶେଷ ସିବିଆଇ ଅଦାଲତ ଇନ୍ଦ୍ରାଣୀଙ୍କୁ ଜାମିନ୍‌ ଦେବାକୁ ମନା କରି ଦେଇଥିଲେ। ସିବିଆଇ ୨୦୧୨ରୁ ଏହି ମାମଲାର ତଦନ୍ତ କରି ଆସୁଛି।

କହି ରଖୁଛୁ, ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଉପରେ ନିଜ ଝିଅ ସିନା ବୋରାଙ୍କ ଗଳା ଚିପି ହତ୍ୟା କରିବାର ଅଭିଯୋଗ ରହିଛି। ତାଙ୍କ ପୂର୍ବ ସ୍ୱାମୀ ସଞ୍ଜୀବ ଖାନ୍ନା ଓ ପିଟର ମୁଖାର୍ଜୀ ୨୦୧୨ରେ ସିନାଙ୍କ ହତ୍ୟା କରିଥିଲେ। ପିଟର ମୁଖାର୍ଜୀଙ୍କୁ ୨୦୨୦ ଫେବୃଆରୀରେ ଜାମିନ୍‌ ମିଳିଥିବା ବେଳେ ସଞ୍ଜୀବ ଖାନ୍ନା ଏବେ ବି ଜେଲ୍‌ରେ ଅଛନ୍ତି।

ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଉପରେ ୨୦୧୨ ଏପ୍ରିଲ ୨୪ଠାରୁ ଟ୍ରାଏଲ ଚାଲିଥିଲା। ତାଙ୍କ ବିରୋଧରେ ଥିବା ଅଭିଯୋଗ ମୁତାବକ, ସେ ସିନା ବୋରାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ ଏବଂ ମୃତଦେହକୁ ରାୟଗଡ଼ ଜିଲ୍ଲାର ଏକ ଜଙ୍ଗଲରେ ପୋତି ଦେଇଥିଲେ। ସେତେବେଳେ ଏହି କଥା ମଧ୍ୟ ସାମ୍ନାକୁ ଆସିଥିଲା ଯେ ମୃତଦେହର ଅବଶେଷ ପୋଲିସକୁ ମିଳିଛି। ସେପଟେ କିଛିଦିନ ପୂର୍ବେ ଇନ୍ଦ୍ରାଣୀ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରି ସମସ୍ତଙ୍କୁ ଚକିତ କରାଇ ଦେଇଥିଲେ। ସେ କହିଥିଲେ କି, ତାଙ୍କ ଝିଅ ବଞ୍ଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.