ବର୍ଷା ହେଲେ ବି ବାରବାଟୀରେ ଖେଳାଯିବ ମ୍ୟାଚ, ଆଜି ଓସିଏ କାର୍ଯ୍ୟକର୍ତ୍ତାଙ୍କ ଉଚ୍ଚ ସ୍ତରୀୟ ବୈଠକ ବସିବା

କଟକ(କେନ୍ୟୁଜ୍): ବର୍ଷା ହେଲେ ବି ବାରବାଟୀରେ ଖେଳାଯିବ ମ୍ୟାଚ। କଟକ ଆସୁଛି ହୋଭର କଭର। ଭାରତ-ଦକ୍ଷିଣ ଆଫ୍ରିକା ଟି-ଟେ୍ଵଣ୍ଟି ସିରିଜ ପାଇଁ ବିସିସିଆଇ ଶତ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିମୟ ଅନୁମତି ପ୍ରଦାନ କରିଛି । ଅର୍ଥାତ ୫୦ ହଜାର ଦର୍ଶକଙ୍କ ଉପସ୍ଥିତିରେ ବାରବାଟୀରେ ମ୍ୟାଚ ହୋଇପାରିବ। ତଥାପି ଆଜି ଏନେଇ ରାଜ୍ୟ ସରକାରଙ୍କ ସହ ଓସିଏ କାର୍ଯ୍ୟକର୍ତ୍ତାଙ୍କ ଏକ ଉଚ୍ଚ ସ୍ତରୀୟ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ବାରବାଟୀରେ ଦର୍ଶକଙ୍କୁ ଅନୁମତି ମିଳିବ କି ନାହିଁ ସେ ସଂକ୍ରାନ୍ତରେ ଚୂଡାନ୍ତ ନିଷ୍ପତ୍ତି ହୋଇପାରେ। ବାରବାଟୀରେ ବର୍ଷାରୁ ପିଚକୁ ସୁରକ୍ଷା ଦେବା ପାଇଁ ହୋଭର କଭରର ବ୍ୟବସ୍ଥା କରାଯାଇଛି।

ଆସନ୍ତା ଜୁନ୍‌ ୧୦ ତାରିଖ ସୁଦ୍ଧା କଟକରେ ଏହା ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏହି କଭର ସୁକ୍ଷ୍ମ ଫାଇବରର। ଏହାର ବ୍ୟବହାର ଇଂଲଣ୍ଡର ଲର୍ଡ୍ସ ଗ୍ରାଉଣ୍ଡରେ ହୋଇଆସୁଛି। ଇଂଲଣ୍ଡରର ଏକ କମ୍ପାନୀ ଠାରୁ ଓସିଏ ଏହାକୁ କିଣିଛି। ମ୍ୟାଚ ୨ ଦିନ ପୂର୍ବରୁ ଏହା କଟକ ଆସି ପହଞ୍ଚିବ। ଏଥିପାଇଁ ଓସିଏ ପାଖାପାଖି ଏକ କୋଟି ଟଙ୍କା ଖର୍ଚ୍ଚ କରିଛି। ଏହି ହୋଭର କଭର ପିଚ ସମେତ ପଡିଆକୁ ବର୍ଷା ଜଳରୁ ସୁରକ୍ଷା ଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.