Below header

ଜେଲରେ ଏମିତି କଟିଲା ସିଦ୍ଧୁଙ୍କ ପ୍ରଥମ ରାତି, ଛୁଇଁଲେ ନାହିଁ ଖାଦ୍ୟ କିନ୍ତୁ ଖାଇଲେ ଔଷଧ

ନୂଆଦିଲ୍ଲୀ : ସିଦ୍ଧୁଙ୍କୁ ମିଳିଛି ଜେଲ୍ ସଜା। ରୋଡ୍ ରେଜ୍ ମାମଲାରେ ଗତକାଲି ଜେଲ ଯାଇଥିଲେ ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ । ଏହି ମାମଲାରେ ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ଗୁରୁବାର ଏକ ବର୍ଷ ଜେଲ ଦଣ୍ଡାଦେଶ ଘୋଷଣା କରିବା ପରେ ସିଦ୍ଧୁ ଗତକାଲି ପଞ୍ଜାବ ପଟିଆଲା ଅଦାଲତରେ ଆତ୍ମସମର୍ପଣ କରିଥିଲେ । ସଜା ପରେ ଜେଲରେ ବଡ଼ ମୁସ୍କିଲ୍‌ରେ କିଟିଛି ପ୍ରଥମ ରାତି। ଭୋଜନ କରି ସାରିଛନ୍ତି ବୋଲି କହି ନବଜୋତ୍‌ ସିଂହ ସିଦ୍ଧୁ ଶୁକ୍ରବାର ରାତିରେ ପଟିଆଲା ସେଣ୍ଟ୍ରାଲ୍‌ ଜେଲ୍‌ରେ ରାତ୍ର ଭୋଜନ କଲେ ନାହିଁ, କିନ୍ତୁ କିଛି ଔଷଧ ଖାଇଲେ ବୋଲି ଜଣେ ଜେଲ୍‌ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି।

କଂଗ୍ରେସର ନବଜୋତ ସିଂହ ସିଦ୍ଧୁଙ୍କୁ ବର୍ତ୍ତମାନ ପଟିଆଲା ଜେଲରେ ବ୍ୟାରେକ୍‌ ନମ୍ବର ୭ ରେ ୨୪୧୩୮୩ କଏଦୀ ଭାବରେ ରଖାଯାଇଛି। ଯେଉଁଥିରେ ତାଙ୍କ ସହିତ ଜେଲ୍‌ରେ ଅଛନ୍ତି ଦୁଇ ପୁଲିସ କର୍ମୀ ଓ ଦୁଇ ଜଣ ସାଧାରଣ ନାଗରିକ। ଗଣମାଧ୍ୟମ ରିପୋର୍ଟ ମୁତାବକ, ତାଙ୍କୁ ୧୦/୧୫ ଫୁଟର କ୍ୟାବିନ୍ ମିଳିଛି । ଏହା ମଧ୍ୟରେ ରହିଛି ଗୋଟିଏ ଚୌକି, ଗୋଟିଏ ଆଲମାରୀ, କମ୍ବଳ, ଛୋଟ ବେଡ୍, ମଶାରୀ, ହଳେ ଜୋତା, ଚାରି ହଳ ପାଇଜାମା କୁର୍ତ୍ତା ଏହାସହ ତାଙ୍କୁ ନିଜର ଭାବ ପରିପ୍ରକାଶ ପାଇଛି ପେନ୍ ,ପେପର ମଧ୍ୟ ଦିଆଯାଇଛି । ପ୍ରଥମ ତିନି ମାସ ଜେଲ ମଧ୍ୟରେ ତାଙ୍କର ଟ୍ରେନିଙ୍ଗ ଚାଲିବ । ଏହି ସମୟରେ ତାଙ୍କୁ କିଛି ଟଙ୍କା ମିଳିବ ନାହିଁ । ପରେ ତାଙ୍କୁ ଜେଲ୍‌ରେ କାମ କରିବାକୁ ପଡ଼ିବ। ଆଉ ଏଥିପାଇଁ ଦୈନିକ ପାରିଶ୍ରମିକ ମିଳିବ ୩୦ ରୁ ୯୦ ଟଙ୍କା।

ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସେ ଜେଲରେ କେବଳ ଧଳା ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳିଛି । ଜେଲ୍‌ର ପ୍ରଥମ ଦିନରେ ହିଁ ସେ ରାତ୍ର ଭୋଜନ କରିନଥିବାର ଶୁଣିବାକୁ ମିଳିଛି । ଜେଲ୍‌ କର୍ମଚାରୀଙ୍କ କହିବାନୁଯାୟୀ ସିଦ୍ଧୁଙ୍କ ପାଇଁ କୌଣସି ସ୍ୱତନ୍ତ୍ର ଭୋଜନ ପ୍ରସ୍ତୁତ କରାଯାଇନଥିଲା । ଜେଲ୍‌ ମୁଖ୍ୟଙ୍କ ପରାମର୍ଶ ଅନୁଯାୟୀ ସିଦ୍ଧୁ ଯଦି ଚାହିଁବେ ଜେଲ୍‌ର କ୍ୟାଣ୍ଟିନ୍‌ରୁ କିଣି ଖାଇପାରିବେ ନଚେତ୍‌ ନିଜେ ରୋଷେଇ କରି ମଧ୍ୟ ଭୋଜନ କରିପାରିବେ ।

୧୯୮୮ ମସିହାରେ ଗାଡ଼ି ପାର୍କିଂକୁ ନେଇ ଗୁରନାମ ସିଂହ ନାମକ ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କର ସିଦ୍ଧୁଙ୍କର ଝଗଡ଼ା ହୋଇଥିଲା। ଏଥିରେ ସିଦ୍ଧୁ ରାଗିଯାଇ ତାଙ୍କୁ ପିଟାମରା କରିଥିଲେ। ପରେ ଡାକ୍ତରଖାନାରେ ଗୁରନାମଙ୍କର ମୃତ୍ୟୁ ହେବା ପରେ ଘଟଣାରେ ସିଦ୍ଧୁଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ପୁଲିସ। ଦୀର୍ଘ ୩୪ ବର୍ଷ ପରେ ସିଦ୍ଧୁଙ୍କୁ ଦଣ୍ଡ ଶୁଣାଯାଇଛି । ଶୁକ୍ରବାର ସେ କୋର୍ଟରେ ଆତ୍ମ ସମର୍ପଣ କରିବା ପରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା । ଏହାପରେ ତାଙ୍କୁ ପଟିୟାଲା ସେଣ୍ଟ୍ରାଲ ଜେଲ ପଠାଇ ଦିଆଯାଇଥିଲା । ସିଦ୍ଧୁ ଏବେ ଏଠାରେ କଏଦୀ ଭାବେ ୧ ବର୍ଷର ଜେଲ ଦଣ୍ଡ ଭୋଗିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.