ମଧୁମେହ ରୋଗୀ ଧ୍ୟାନ ଦିଅନ୍ତୁ, ଖାଦ୍ୟରେ ଏହିସବୁ ପରିବାକୁ ଆଡ୍‌ କରନ୍ତୁ ନାହିଁ, ଜାଣନ୍ତୁ କାରଣ

ବର୍ତ୍ତମାନ ଲୋକ ବିଭିନ୍ନ ପ୍ରକାର ରୋଗରେ ପୀଡ଼ିତ ହେଉଛନ୍ତି। ଯାହା ତାଙ୍କ ଜୀବନ ଶୈଳୀ ପାଇଁ ହେଉଛି। ପୁଣି ମଧୁମେହ ଏବଂ ମୋଟାପଣ ବର୍ତ୍ତମାନ ଅଧିକ ମାତ୍ରାରେ ବଢ଼ିବାରେ ଲାଗିଛି। ଯାହା ରୋଗୀଙ୍କ କ୍ଷେତ୍ରରେ ଅଧିକ ଗୁରୁତର ହେଉଛି। ଆଜିର ଦିନରେ ଅଧିକ ବଢ଼ିବାରେ ଲାଗିଛି ମଧୁମେହ ରୋଗୀଙ୍କ ସଂଖ୍ୟା। ବର୍ତ୍ତମାନ ଏହି ରୋଗ ଅଧିକ ମାରାତ୍ମକ ହେବାରେ ଲାଗିଛି। ଡାଇବେଟିସ୍‌ ରୋଗୀଙ୍କୁ ନିଜର ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । କାହିଁକିନା ଟିକିଏ ଅସାବଧାନତା ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ସେମାନଙ୍କ ସୁଗାର ଲେଭଲ ନିୟନ୍ତ୍ରଣରୁ ବାହାରିଯାଇଥାଏ । ରୋଗୀଙ୍କୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ବିଶେଷ କରି ଶାକାହାରୀ ରହିବାକୁ ପରାର୍ମଶ ଦେଇଥାଆନ୍ତି। କିନ୍ତୁ ଏହା ମଧ୍ୟ ସେମାନଙ୍କ ପାଇଁ ଘାତକ ସାଜିପାରେ।

ମଧୁମେହ ଏପରି ଏକ ରୋଗ ଯାହା ଥରେ କାହାକୁ ଶିକାର ହେଲେ, ସେ ସବୁ ଦିନ ପାଇଁ ସେଥିରେ ଛନ୍ଦି ହୋଇ ରହିଥାଏ। ତେବେ ମଧୁମେହ ରୋଗୀଙ୍କ ପାଇଁ ଏହି ସମୟରେ ନିଜ ସ୍ବାସ୍ଥ୍ୟ ପ୍ରତି ବିଶେଷ ଯତ୍ନ ନେବା ଜରୁରୀ। ନଚେତ୍ ରକ୍ତରେ ଶର୍କରା ସ୍ତର ଅନିୟନ୍ତ୍ରିତ ହେବାର ଆଶଙ୍କା ରହିଛି।

ମଧୁମେହ ରୋଗୀଙ୍କୁ ଅନେକ ପ୍ରକାରର ଖାଦ୍ୟରୁ ଦୂରେଇ ରହିବାକୁ ପରାର୍ମଶ ଦିଆଯାଉଛି। ରୋଗୀଙ୍କୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ବିଶେଷ କରି ଶାକାହାରୀ ରହିବାକୁ ପରାର୍ମଶ ଦେଇଥାଆନ୍ତି। କିନ୍ତୁ ଏହା ମଧ୍ୟ ସେମାନଙ୍କ ପାଇଁ ଘାତକ ସାଜିପାରେ। ତେବେ ଆସନ୍ତୁ ଜାଣିବା, ମଧୁମେହ ରୋଗୀ କେଉଁ ପନିପରିବା ଖାଇବା ପାଇଁ ଉଚିତ୍ ନୁହେଁ।

ମଧୁମେହ ରୋଗୀ ଏହି ୪ଟି ପନିପରିବା ଖାଇବା ଅନୁଚିତ୍‌:

ଆଳୁ:

ଆଳୁକୁ ପନିପରିବାର ରାଜା କୁହାଯାଏ। କିନ୍ତୁ ଏଥିରେ ଷ୍ଟ୍ରାର୍ଚ ଏବଂ କାର୍ବୋହାଇଡ୍ରେଟ୍ ବହୁତ ପରିମାଣରେ ମିଳିଥାଏ। ତେଣୁ ମଧୁମେହ ରୋଗୀମାନେ ଆଳୁରେ ତିଆରି ଯେପରି କି- ଫ୍ରେଞ୍ଚ୍ ଫ୍ରାଏ, ଚିପ୍ସ, ବର୍ଗର ଖାଇବା ଉଚିତ୍ ନୁହେଁ।

ସୁଇଟ୍ କର୍ଣ୍ଣ (ମକା):

ମକା ଖାଇବାରେ ଆପଣଙ୍କୁ ଯେତେ ଲାଭ ମିଳୁ ନା କାହିଁକି କିନ୍ତୁ ମଧୁମେହ ରୋଗୀଙ୍କ ପାଇଁ ଏହା ବହୁ କ୍ଷତିକାରକ। ମକାଠାରୁ ଦୂରେଇ ରହିବା ମଧୁମେହ ରୋଗୀଙ୍କ ପାଇଁ ଭଲ। ୧୦୦ ଗ୍ରାମ ମକାରେ ପ୍ରାୟତଃ ୨୧ ଗ୍ରାମ କାର୍ବୋହାଇଡ୍ରେଟ ମିଳିଥାଏ, ଯାହା ସ୍ବାସ୍ଥ୍ୟ ପାଇଁ କ୍ଷତି ପହଞ୍ଚାଇ ଥାଏ।

ଗ୍ରୀନ ମଟର:

ଗ୍ରୀନ ମଟରକୁ କାର୍ବୋହାଇଡ୍ରେଟ୍, ସୁଗାର ଏବଂ ଷ୍ଟ୍ରାର୍ଚର ଏକ ଉତ୍ସ ଭାବରେ ବିବେଚନା କରାଯାଏ। ଏହାକୁ ମଧୁମେହ ରୋଗୀ ଅଧିକ ମାତ୍ରାରେ ଖାଇବା ଦ୍ବାରା ତାଙ୍କର ହଜମ ପ୍ରକ୍ରିୟା ଉପରେ ପ୍ରଭାବ ପକାଇଥାଏ। ତେଣୁ ଏହାକୁ କଞ୍ଚା ଖାଇବା କ୍ଷତିକାରକ।

କନ୍ଦମୂଳ:

ଏଥିରେ କୌଣସି ସନ୍ଦେହ ନାହିଁ କି କନ୍ଦମୂଳ ଏକ ଉତ୍ତମ ପନିପରିବାରୁ ଅନ୍ୟତମ। କିନ୍ତୁ ଏହା ମଧୁମେହ ରୋଗୀଙ୍କ ପାଇଁ ବିଷ ଅଟେ। କାରଣ ଏଥିରେ କାର୍ବୋହାଇଡ୍ରେଟ୍ ଏବଂ ବିଟା କେରୋଟିନ ଭରପୂର ମାତ୍ରାରେ ରହିଥାଏ। ଏଥିପାଇଁ ଏହା ସ୍ବାଦରେ ମିଠା ଥାଏ କିନ୍ତୁ ମଧୁମେହ ରୋଗୀ ଏହା ଠାରୁ ଦୂରେଇ ରହିବା ତାଙ୍କ ସ୍ବାସ୍ଥ୍ୟ ପାଇଁ ହିତକର ଅଟେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.