ପୁଣିଥରେ ଶାହାରୁଖଙ୍କ ହିରୋଇନ୍‌ ହେବେ ଦୀପିକା ପାଦୁକୋନ୍‌, ପଠାନ୍‌ ପରେ ଏବେ ଏହି ଫିଲ୍ମରେ ଏକାଠି ଆସିବେ ନଜର

ପୁଣିଥରେ ଏକାଠି ନଜର ଆସିବେ ଶାହାରୁଖ ଖାନ୍‌ ଓ ଦୀପିକା ପାଦୁକୋନ୍‌। ଫ୍ୟାନ୍‌ଙ୍କ ପ୍ରିୟ ଯୋଡ଼ି ପୁଣିଥରେ ପରଦାରେ ଜଲଓ୍ଵା ଦେଖାଇବାକୁ ପ୍ରସ୍ତୁତ ହେଉଛନ୍ତି। ଫିଲ୍ମ ଓମ୍‌ ଶାନ୍ତି ଓମ୍‌, ଚେନ୍ନାଇ ଏକ୍ସପ୍ରେସ, ହାପ୍ପି ନ୍ୟୁ ଇୟରରେ ଉଭୟଙ୍କୁ ଦର୍ଶକେ ଏକାଠି ଦେଖିସାରିଛନ୍ତି। ଶାହାରୁଖ ଓ ଦୀପିକାଙ୍କ କେମେଷ୍ଟ୍ରିକୁ ବି ସମସ୍ତେ ଖୁବ୍‌ ପସନ୍ଦ କରନ୍ତି। ଏଣୁ ଦର୍ଶକଙ୍କ ପସନ୍ଦକୁ ଦେଖି ନିର୍ମାତା ପୁଣିଥରେ ଏହି ଯୋଡ଼ିକୁ ଏକାଠି ଆଣିବାକୁ ଯାଉଛନ୍ତି। ଖବର ମୁତାବକ, ପଠାନ୍‌ ବ୍ୟତୀତ ଆଉ ଏକ ଫିଲ୍ମରେ ଏହି ଯୋଡ଼ି ଏକାଠି ନଜର ଆସିବେ। ଶାହାରୁଖ ଓ ଦୀପିକାଙ୍କ ଆଗାମୀ ଫିଲ୍ମର ନାଁ ହେଉଛି ଯବାନ।

ଫିଲ୍ମ ଯବାନରେ ଦୀପିକା ମଧ୍ୟ ଅଭିନୟ କରୁଥିବା ନେଇ ସ୍ପଷ୍ଟ ହୋଇଛି। ନିକଟରେ ଶାହାରୁଖ ଖାନ୍‌ ହାଇଦ୍ରାବାଦରେ ଥିଲେ ଓ ସେଠାରେ ଦୀପିକା ମଧ୍ୟ ପ୍ରଭାସଙ୍କ ସହ କେ ପ୍ରୋଜେକ୍ଟର ସୁଟିଂ କରୁଥିଲେ। ଏଠାରେ ଶାହାରୁଖଙ୍କୁ ଭେଟିଥିଲେ ଦୀପିକା। ଏହି ସାକ୍ଷାତ ବେଳେ ଦୀପିକାଙ୍କୁ ଶାହାରୁଖ ରୋଲ୍‌ ଅଫର କରିଛନ୍ତି।

ସୂଚନାଯୋଗ୍ୟ ଯେ ଯବାନରେ ଲିଡ୍‌ ରୋଲରେ ଶାହାରୁଖ ଖାନ୍‌ଙ୍କ ସହ ନୟନତାରା ମଧ୍ୟ ଅଛନ୍ତି। ମାତ୍ର ଏହି ଫିଲ୍ମରେ ଦୀପିକା ଏକ ଛୋଟ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ତେବେ ଦୀପିକା ମଧ୍ୟ ଏହି ଅଫରରେ ହଁ ଭରିଥିବା ଜଣାଯାଇଛି। ନିକଟରେ ଶାହାରୁଖ ଖାନ୍‌ ଯବାନ ଫିଲ୍ମର ତାଙ୍କ ଲୁକ୍‌ ରିଭିଲ କରିଥିଲେ।

ପ୍ରକାଶ ଯେ ୨୦୦୭ ମସିହାରେ ପ୍ରଥମ ଥର ପାଇଁ ଶାହାରୁଖ ଖାନ୍‌ଙ୍କ ସହ ବଲିଉଡ୍‌ ଡେବ୍ୟୁ କରିଥିଲେ ଦୀପିକା ପାଦୁକୋନ୍‌। ଫିଲ୍ମ ଓମ୍‌ ଶାନ୍ତି ଓମ୍‌ ଜରିଆରେ ସେ ସିନେ ଜଗତରେ ପାଦ ଥାପିଥିଲେ। ତା’ ପରଠାରୁ ସେ ଆଉ ପଛକୁ ବୁଲି ଚାହିଁ ନାହାନ୍ତି। ଦୀପିକା ଗୋଟିଏ ପରେ ଗୋଟିଏ ହିଟ୍‌ ଦେଇ ଚାଲିଛନ୍ତି। ୧୫ ବର୍ଷର କ୍ୟାରିୟର ମଧ୍ୟରେ ସେ ବଲିଉଡ୍‌ର ଟପ୍‌ ଅଭିନେତ୍ରୀ ବନି ଯାଇଛନ୍ତି। ଆଗକୁ ଦୀପିକାଙ୍କର ଅନେକ ବଡ଼ ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି। ପ୍ରୋଜେକ୍ଟ କେରେ ସେ ପ୍ରଭାସଙ୍କ ସହ, ଫାଇଟରରେ ହ୍ରିତିକ ରୋଶନଙ୍କ ସହ ଓ ପଠାନରେ ଶାହାରୁଖ ଖାନ୍‌ଙ୍କ ସହ ନଜର ଆସିବେ। ଅନ୍ୟପଟେ ଶାହାରୁଖ ଖାନ୍‌ଙ୍କୁ ଆଗକୁ ପଠାନ୍‌ ବ୍ୟତୀତ ଡଙ୍କୀରେ ବି ଦର୍ଶକେ ଦେଖିବେ।

Also Read: ଆଶ୍ଚର୍ଯ୍ୟ! ୪ ବର୍ଷର ପିଲାକୁ କାମୁଡ଼ିବା ପରେ ନିଜେ ମରିଗଲା କିଙ୍ଗ୍‌ କୋବ୍ରା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.