ମହାରାଷ୍ଟ୍ର ରାଜନୀତିରେ ମହାମୋଡ଼: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ଉଦ୍ଧବ ଠାକରେ !

ନୂଆଦିଲ୍ଲୀ : ମହାରାଷ୍ଟ୍ର ରାଜନୀତିରେ ମହାମୋଡ଼ । ବିଧାନସଭାରେ ଶକ୍ତି ପରୀକ୍ଷା ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ରାଜ୍ୟ କ୍ୟାବିନେଟରେ ଅଧ୍ୟକ୍ଷତା କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ବୈଠକ ସାରି ଭାବବିହ୍ଵଳ ହୋଇଛନ୍ତି ଉଦ୍ଧବ। ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଥ୍ୟାଙ୍କୟୁ ବୋଲି କହିଛନ୍ତି। ଅଢେଇ ବର୍ଷର କାର୍ଯ୍ୟକାଳରେ ସମସ୍ତଙ୍କ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଆଗକୁ ବି ସହଯୋଗ ମିଳିବ ବୋଲି ଆଶା ରଖିଛନ୍ତି । ଉଦ୍ଧବ କହିଛନ୍ତି, ନିଜ ଲୋକ ହିଁ ଦଳକୁ ଧୋକା ଦେଇଛନ୍ତି । ତାଙ୍କର ଧନ୍ୟବାଦ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଚର୍ଚ୍ଚା ଜୋର ଧରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.