ପିତାଙ୍କ ସହ ଯୁଦ୍ଧ ବିମାନ ଉଡ଼ାଇ ଇତିହାସ ରଚିଲେ ଅନନ୍ୟା ଶର୍ମା, ହେଲେ ପ୍ରଥମ ମହିଳା ଭାରତୀୟ ପାଇଲଟ୍

ଭାରତକୁ ମିଳିଛି ଏହାର ପ୍ରଥମ ମହିଳା ପାଇଲଟ୍। ସେ ହେଉଛନ୍ତି ଅନନ୍ୟା ଶର୍ମା। ନିଜ ପିତାଙ୍କ ସହିତ ଅନନ୍ୟା ଭାରତୀୟ ବାୟୁସେନାରେ ଯୁଦ୍ଧ ବିମାନ ଉଡ଼ାଇ ଇତିହାସ ସୃଷ୍ଟି କରିଛନ୍ତି। ନିକଟରେ ଏୟାର କମୋଡର ସଞ୍ଜୟ ଶର୍ମା ଏବଂ ତାଙ୍କ ଝିଅ ଅନନ୍ୟା ସମାନ ଭାବରେ ଉଡ଼ାଇଥିଲେ ଫାଇଟର ଜେଟ୍। କମୋଡୋର ସଞ୍ଜୟ ଶର୍ମା, ଭାରତୀୟ ବାୟୁସେନାର ଜଣେ ଭେଟେରାନ ଯୁଦ୍ଧ ବିମାନ ପାଇଲଟ। ତାଙ୍କ ଝିଅ ଅନନ୍ୟା ଶର୍ମା, ଯିଏ ୨୦୨୧ ଡିସେମ୍ବର ୧ରେ ଯୁଦ୍ଧ ବିମାନ ପାଇଲଟ୍ ଭାବରେ ନିଯୁକ୍ତ ହୋଇଥିଲେ। ଉଭୟ Hawk -132 ଆଡଭାନ୍ସଡ ଜେଟ ଟ୍ରେନର (AJTs) ସହିତ ସମାନ ଫର୍ମେସନରେ ମେ ୩୦ରେ ବିଦର ବାୟୁସେନା ଷ୍ଟେସନରୁ ଯାତ୍ରା ଆରମ୍ଭ କରିଥିଲେ।

fighter jet
picture credit – Business Insider

ପ୍ରତ୍ୟେକ ପିତା ମାତାଙ୍କ ଇଚ୍ଛା ହେଉଛି ତାଙ୍କ ପିଲା ନିଜ ଜୀବନରେ ବହୁତ ସଫଳତା ହାସଲ କରୁ, ଉଚ୍ଚ ପଦପଦବିରେ ରହୁ। ହେଲେ ସମସ୍ତେ କଣ ସଫଳ ହୁଅନ୍ତି ? ତେବେ ଲକ୍ଷ୍ୟ ଧାର୍ଯ୍ୟ କରି ନିଷ୍ଠାର ସହ କାମ କଲେ ନିଶ୍ଚୟ ସଫଳତା ମିଳିଥାଏ । ସେମିତି ଜଣେ ଝିଅ ନିଜ ବାପା ମା’ଙ୍କ ସ୍ୱପ୍ନକୁ ପୂରଣ କରି ପାରିଛନ୍ତି ଅନନ୍ୟା ଶର୍ମା।

ଆଇଏଏଫ ତରଫରୁ କୁହାଯାଇଛି କି ବାୟୁସେନା ଷ୍ଟେସନ ବିଦରରେ ହକ୍ -132 ଭଳି ଲଢୁଆ ବିମାନ ଉଡ଼ାଇ ଅନନ୍ୟା ଶର୍ମା ଯୁଦ୍ଧ ବିମାନରେ ସ୍ନାତକ ହାସଲ କରିଛନ୍ତି। ଏହା ପୂର୍ବରୁ ସେ ଏଥିପାଇଁ ଭଲ ଭାବେ ଟ୍ରେନିଙ୍ଗ ମଧ୍ୟ ନେଇଥିଲେ। ଏହା ପୂର୍ବରୁ ଭାରତୀୟ ବାୟୁସେନାରେ ଏପରି କୌଣସି ଉଦାହରଣ ନଥିଲା ଯେଉଁଠାରେ ବାପା ଏବଂ ଝିଅ ଉଭୟ ଏପରି ମିଶନ ପାଇଁ ଏକାଠି ଗୋଟିଏ ହିଁ ଜେଟ୍‌ ର ଅଂଶ ଥିଲେ। ଏହା ମଧ୍ୟ କୁହାଯାଇଛି ଯେ ସାଥୀ ୱିଙ୍ଗମ୍ୟାନ୍ ଭାବରେ ପରସ୍ପରଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରୁଥିଲେ ଅନନ୍ୟା ଶର୍ମା ଓ ତାଙ୍କ ବାପା।
୧୯୮୯ରେ ଏୟାର କମୋଡୋର ସଞ୍ଜୟ ଶର୍ମା ଭାରତୀୟ ବାୟୁସେନାର ଯୁଦ୍ଧ ବିମାନରେ ନିଯୁକ୍ତ ହୋଇଥିଲେ । ଯୁଦ୍ଧ କାର୍ଯ୍ୟରେ ତାଙ୍କର ଅଧିକ ଅଭିଜ୍ଞତା ଥିଲା, ମିଗ୍ -21 ସ୍କ୍ୱାର୍ଡନ୍ ଏବଂ ଫ୍ରଣ୍ଟଲାଇନ ଯୁଦ୍ଧ ବିମାନ ଷ୍ଟେସନ ଦାୟିତ୍ୱରେ ସେ ଥିଲେ । ତେଣୁ ତାଙ୍କର ଯୁଦ୍ଧ ଜେଟ୍ ଉଡାଇବାରେ ଅଧିକ ଅଭିଜ୍ଞତା ରହିଛି। ତେବେ ସେ ଯେତେବେଳେ ନିଜ ଝିଅ ସହିତ ଯୁଦ୍ଧ ବିମାନ ଚଳାଇଲେ ତାହା ଥିଲଶ ଏକଦମ ଭିନ୍ନ ଅନୁଭୂତି । ଝିଅ ପାଇଁ ସେ ବେଶ୍‌ ଖୁସି ଥିବା କହିଛନ୍ତି । ନିଜକୁ ଗର୍ବିତ ମନେ କରୁଛନ୍ତି। ହେଲେ ଏହା କେବଳ ଅନନ୍ୟା ଶର୍ମାଙ୍କ ପିତା ବା ତାଙ୍କ ପରିବାର ପାଇଁ ନୁହେଁ ସାରା ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ। କାରଣ ଅନନ୍ୟା ହୋଇଛନ୍ତି ଭାରତର ପ୍ରଥମ ମହିଳା ଫ୍ଲାଇଂ ଅଫିସର। ଏମିତିକି ତାଙ୍କ ବାପା ସଞ୍ଜୟ ଶର୍ମା ଝିଅକୁ ସାଲ୍ୟୁଟ୍‌ କରିଥିଲେ ।

ଇଲେକଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍‌ରେ ବି-ଟେକ୍‌ କରିବା ପରେ ଅନନ୍ୟା ବାୟୁସେନାରେ ଜଣେ ଟ୍ରେନି ଭାବେ ଯୋଗ ଦେଇଥିଲେ । ତାଙ୍କୁ ଏବେ ମାତ୍ର ୨୪ ବର୍ଷ । ତେବେ ବାପା ସଞ୍ଜୟ କୁହନ୍ତି କି ଅନନ୍ୟା ପିଲା ବେଳୁ ଫାଇଟର ପାଇଲଟ୍‌ ହେବାକୁ ସ୍ୱପ୍ନ ଦେଖୁଥିଲେ । କାରଣ ତାଙ୍କ ସାମନାରେ ସବୁବେଳେ ରହୁଥିଲେ ତାଙ୍କ ବାପା। ସେ ବାପାଙ୍କୁ ଏ ପ୍ରଶ୍ନ କରୁଥିଲେ, କାହିଁକି ଯୁଦ୍ଧ ବିମାନରେ କେହି ମହିଳା ପାଇଲଟ୍‌ ନାହାନ୍ତି ବୋଲି । ତାଙ୍କ ପାଇଁ ତାଙ୍କରି ବାପା ହେଉଛନ୍ତି ଆଦର୍ଶ । ଫାଇଟର୍‌ ଜେଟ୍‌ ଉଡ଼ାଇଲା ବେଳେ ଉଭୟ ବହୁତ ଖୁସି ଥିଲେ । ପରେ ବାପା ସଞ୍ଜୟ କହିଛନ୍ତି ଯେ ଝିଅ ଅନନ୍ୟା ଉପରେ ମୋର ପୂରା ବିଶ୍ୱାସ ଥିଲା । ଆଉ ଠିକ୍‌ ସେମିତି ଝିଅର ମଧ୍ୟ ଦୃଢ଼ ଆସ୍ଥା ରହିଥିବା ଅନନ୍ୟା କହିଛନ୍ତି ।

ଗତ ମେ ୩୦ ତାରିଖରେ ବାପ ଝିଅ ଯେତେ ବେଳେ ସାଙ୍ଗ ହୋଇ ଫାଇଟର୍‌ ବିମାନ ଚଳାଇଲେ ଆମ ଦେଶରେ ଏକ ଇତିହାସ ସୃଷ୍ଟି ହେଲା । ସେବେଠାରୁ ଉଭୟଙ୍କୁ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି । ତେବେ ତାଙ୍କ ପ୍ରଶଂସାରେ ଲୋକେ ଅନେକ କଥା ସେିସିଆଲ ମିଡିଆରେ ଛାଡ଼ିଥିବା ବେଳେ ଗୁଜରାଟ ଡିଫେନ୍‌ସ ଟୁଇଟରରେ ଏକ ଲେଖା ଆସିଛି । ଯାହାକୁ ସମସ୍ତେ ପସନ୍ଦ କରିଛନ୍ତି । ଏଥିରେ ଶୁଭେଚ୍ଛା ସହ ରହିଛି ଗୋଟିଏ କଥା, ତାହା ହେଉଛି ଏବେ ସଞ୍ଜୟ ଓ ଅନନ୍ୟା ବାପ ଝିଅ ନୁହନ୍ତି, ସେମାନେ ହେଉଛନ୍ତି କମ୍ରେଡ୍‌ । ଆମେ ବି ସାଲ୍ୟୁଟ କରୁଛୁ ଏହି ବାପା ଝିଅଙ୍କୁ । ଆଉ ସମସ୍ତଙ୍କୁ ମନେ ପକାଇ ଦେଉଛୁ କି ପୁଅ ଠାରୁ ଝିଅ ଟିକିଏ ବି କମ୍‌ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.