Below header

ଏନସିବିର ଦାବି, ସୁଶାନ୍ତଙ୍କ ପାଇଁ ଗଞ୍ଜେଇ ଚରସ ଅର୍ଡର ଦେଉଥିଲେ ରିୟା

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଏହା ମଧ୍ୟରେ ୨ ବର୍ଷ ବିତିଗଲାଣି। ହେଲେ ଏହା ମଧ୍ୟରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଅଡୁଆ ବଢିବାରେ ଲାଗିଛି। ରିୟା ସୁଶାନ୍ତଙ୍କ ପାଇଁ ଗଞ୍ଜେଇ ଚରସର ଅର୍ଡର ଦେଉଥିଲେ ବୋଲି ଏନସିବି ଦାବି କରିଛି। ଏନସିବି ଦ୍ୱାରା ସୁଶାନ୍ତ ସିଂ ରାଜପୁତଙ୍କ ସହିତ ଜଡିତ ଏକ ଡ୍ରଗ୍ସ ମାମଲାରେ ଚାର୍ଜସିଟ୍‌ ଦାଖଲ କରାଯାଇଥିଲା। ଯେଉଁଥିରେ ଏନସିବି ଦାବି କରିଛି କି, ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ନିଜ ଭାଇ ସୌଭିକ ଏବଂ ଅନ୍ୟ କେତେ ଜଣଙ୍କ ସହିତ ମିଶି ଡ୍ରଗ୍ସ କିଣି ସୁଶାନ୍ତଙ୍କୁ ଦେଉଥିଲେ।

ଏଜେନ୍ସୀ ଦ୍ୱାରା ଦାଏର ଚାର୍ଜସିଟରେ ୨୦୨୦ରେ ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ହୋଇଥିବା ଯାଞ୍ଚରେ ରିୟା ଏବଂ ଅନ୍ୟ ୩୪ ଜଣ ଲୋକଙ୍କ ନାମ ସାମିଲ ରହିଥିଲା। ଗତ ମଙ୍ଗଳବାର ଏନସିବି ଅଭିନେତା ସୁଶାନ୍ତଙ୍କ ହତ୍ୟା ସହିତ ଜଡିତ ନିଶା ପଦାର୍ଥ ସମ୍ବନ୍ଧୀୟ ମାମଲାରେ ଦାବି କରିଛି କି, ରିୟା ଏବଂ ତାଙ୍କ ଭାଇ ମିଶା ସୁଶାନ୍ତଙ୍କୁ ଗଞ୍ଜେଇ ଏବଂ ଚରସ ଦେଉଥିଲେ।

ଏନସିବି ୩୫ ଜଣଙ୍କ ବିରୋଧରେ ଗତ ମାସରେ ଏନଡିପିଏସ୍‌ ଆକ୍ଟ ଅଧିନରେ ଅଦାଲତାରେ ଦାଏର କରିଥିଲେ। ଅଭିଯୁକ୍ତଙ୍କ ମୁତାବକ, ୨୦୨୦ ମାର୍ଚ୍ଚରୁ ଆରମ୍ଭ କରି ଡିସେମ୍ବର ପର୍ଯ୍ୟନ୍ତ ସେମାନେ ସବୁ ଅପରାଧିକ ମାମଲା ସହିତ ଜଡିତ ଥିଲେ। ଏମାନେ ସେହି ସମୟରେ ବଲିଉଡ ଛଡା ଅନ୍ୟ କାହାକୁ ଡ୍ରଗ୍ସ ଚାଲାଣ କରୁଥିଲେ। ରିୟାଙ୍କ ଭାଇ ସୌଭିକ ନିୟମିତ ଭାବେ ଡ୍ରଗ ପେଡେଲରଙ୍କ ସହିତ ସଂପର୍କରେ ରହୁଥିଲା। ଗଞ୍ଜେଇ, ଚରସ ଇତ୍ୟାଦି ଆଣି ସୁଶାନ୍ତଙ୍କୁ ଦେଉଥିଲେ।

ସୂଚନା ଯୋଗ୍ୟ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଆଙ୍ଗେଲକୁ ଆସିବା ପରେ ସେପ୍ଟେମ୍ବର ୨୦୨୦ ରେ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଥିଲା । ପ୍ରାୟ ୧ ମାସ ଜେଲରେ ରହିବା ପରେ ରିୟା ବମ୍ବେ ହାଇକୋର୍ଟରୁ ଜାମିନ ପାଇଥିଲେ। ୧୪ ଜୁନ୍ ୨୦୨୦ ରେ ସୁଶାନ୍ତ ସିଂ ରାଜପୁତ ତାଙ୍କ ମୁମ୍ବାଇ ଫ୍ଲାଟରେ ଲୁଚିଥିବାର ଦେଖିବାକୁ ମିଳିଥିଲା। ରିପୋର୍ଟ ମୁତାବକ ସୌଭିକ୍‌ ଓ ମିରାଣ୍ଡା ଉଭୟ ସ୍ୱୀକାର କରିଛନ୍ତି ଯେ ରିୟାଙ୍କ କହିବାନୁସାରେ ହିଁ ସେମାନେ ଡ୍ରଗ୍ସ କିଣୁଥିଲେ। ଡ୍ରଗ୍ସ କିଣିବା ପାଇଁ ରିୟାଙ୍କ କ୍ରେଡିଟ୍‌ କାର୍ଡ ବ୍ୟବହାର କରାଯାଉଥିଲା। ଏହି ପୂରା ମାମଲାରେ ସାମୁଲଏ ମିରାଣ୍ଡାଙ୍କ ସମେତ ଆଉ କିଛି ଲୋକ ବି ସାମିଲ ଥିଲେ।

ଏହା ପୂର୍ବରୁ ଏନ୍‌ସିବି ରିୟା-ସୌଭିକଙ୍କ କନେକ୍ସନ୍‌ ଯୋଗୁ ଡ୍ରଗ୍‌ ପେଡଲର୍ସଙ୍କୁ ମଧ୍ୟ ଗିରଫ କରିଥିଲା। ସେମାନଙ୍କ ମଧ୍ୟରୁ ଜଣେ ସୌଭିକ୍‌ ଚକ୍ରବର୍ତ୍ତୀଙ୍କୁ ଜାଣିଥିବା ମାନିଥିଲେ। ଡ୍ରଗ୍ସ କାରବାର ପାଇଁ ସେମାନେ ବାନ୍ଦ୍ରାର ଫୁଟବଲ କ୍ଲବ୍‌ରେ ଭେଟିଥିଲେ। ସୂଚନାଯୋଗ୍ୟ ଯେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟାଙ୍କ ଚାଟ୍‌ ସାମ୍ନାକୁ ଆସିବା ପରେ ଡ୍ରଗ୍ସ ବିଷୟରେ ସୂଚନା ମିଳିଥିଲା। ଏବେ ଧୀରେ ଧୀରେ ଏହି ମାମଲାରେ ଅନେକ ଗୁମର ଫିଟୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.