ଚୀନର ବୁହାନରେ ପୁଣି ଫେରିଲା କରୋନା! ଜିଲ୍ଲା ସଟ୍ଡାଉନ ଘୋଷଣା, ୧୦ ଲକ୍ଷ ଲୋକ ଘରେ ବନ୍ଦୀ
ଚୀନର ବୁହାନରେ ପୁଣିଥରେ କରୋନା ଫେରିଛି। ଏଠାରେ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଜିୟାଙ୍ଗ୍କ୍ସିୟା ଜିଲ୍ଲାରେ ଶଟ୍ଡାଉନ ଘୋଷଣା କରାଯାଇଛି। ସିନେମା ହଲ୍, କାଫେ, ରେଷ୍ଟୁରାଷ୍ଟ ଆଦିକୁ ବନ୍ଦ କରି ଦିଆଯାଇଛି। ଜିୟାଙ୍ଗ୍କ୍ସିୟାରେ କରୋନାର ୪ ମାମଲା ମିଳିବା ପରେ ପ୍ରଶାସନ ତରଫରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଶାସନ ମୁତାବକ, ଜିୟାଙ୍ଗ୍କ୍ସିୟାର ସହରାଞ୍ଚଳରେ ୩ ଦିନ ପାଇଁ ଅସ୍ଥାୟୀ ନିୟନ୍ତ୍ରଣ ଉପାୟ ଲାଗୁ କରାଯାଇଛି।
କରୋନା ମାମଲାକୁ ନଜରରେ ରଖି ଜିଲ୍ଲାରେ ମାର୍କେଟ୍ ପ୍ଲେସ୍, ମଲ୍ ଆଦିକୁ ବନ୍ଦ ରଖାଯାଇଛି। ଏଥିସହ ବଡ଼ ବଡ଼ ଆୟୋଜନ ଉପରେ ମଧ୍ୟ ରୋକ୍ ଲଗାଯାଇଛି। ସମସ୍ତ ଧାର୍ମିକ ସ୍ଥଳକୁ ବନ୍ଦ କରି ଦିଆଯାଇଛି ଏବଂ ଧାର୍ମିକ କାର୍ଯ୍ୟକ୍ରମ ଉପରେ ବି ଅଙ୍କୁଶ ଲଗାଯାଇଛି। କେବଳ ଏତିକି ନୁହେଁ, ଶିକ୍ଷା ସଂସ୍ଥାଗୁଡ଼ିକୁ ମଧ୍ୟ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।
ବସ୍ଠୁ ନେଇ ସମସ୍ତ ପବ୍ଲିକ୍ ଟ୍ରାନ୍ସପୋର୍ଟ ସେବା ବନ୍ଦ ରହିଛି। ଅତି ଜରୁରୀ ନ ହେଲେ, ଲୋକମାନଙ୍କୁ ସହର ଛାଡ଼ିବାକୁ ପରାମର୍ଶ ଦିଆଯାଇଛି। ଅଧିକାରୀମାନେ ୪ ଅଧିକ ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରିଛନ୍ତି, ଯେଉଁଠି ଅଞ୍ଚଳବାସୀଙ୍କୁ ଘର ଛାଡ଼ିବା ଉପରେ ପ୍ରତିବନ୍ଧକ ଲଗାଯାଇଛି।
ସୂଚନାଥାଉ କି, ଚୀନର ବୁହାନରେ ୨୦୨୦ ମସିହା ପ୍ରାରମ୍ଭରେ ବିଶ୍ୱର ପ୍ରଥମ ଲକ୍ଡାଉନ ଲାଗିଥିଲା। ଏଥିରେ ୨ ମାସ କାଳ ଲୋକେ ନିଜ ଘରୁ ବାହାରି ପାରି ନ ଥିଲେ।