ସବୁଠୁ ବଡ଼ ଡିଲ୍‌! ୫ କୋଟି ଟଙ୍କା ଲାଭରେ ରାଜକୁମାର ରାଓଙ୍କୁ ନିଜ ଆପାର୍ଟମେଣ୍ଟ ବିକିଲେ ଜାହ୍ନବୀ କପୁର

କୌଣସି ଗଡ୍‌ ଫାଦର ବିନା ବଲିଉଡ୍‌ରେ ନାଁ କମାଇଥିବା ତାରକାଙ୍କ ମଧ୍ୟରୁ ରାଜକୁମାର ରାଓ ଜଣେ। ରାଜକୁମାର ରାଓ ଇଣ୍ଡଷ୍ଟ୍ରୀରେ ନିଜର ଏକ ଲମ୍ବା ଯାତ୍ରା ଏକୁଟିଆ ନିଜ ଦମ୍‌ରେ କରିପାରିଛନ୍ତି। ଇତି ମଧ୍ୟରେ ସେ ଦର୍ଶକଙ୍କୁ ଅନେକ ହିଟ୍‌ ଫିଲ୍ମ ଭେଟି ଦେବା ସହ ଜାତୀୟ ପୁରସ୍କାର ମଧ୍ୟ ଜିତିସାରିଛନ୍ତି। କିଛି ମାସ ତଳେ ରାଜକୁମାର ନିଜ ଦୀର୍ଘ ଦିନର ପ୍ରେମିକା ପତ୍ରଲେଖାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବାହାଘର ପରେ ଏବେ ରାଜକୁମାର ମୁମ୍ବାଇରେ ନିଜର ଏକ ନୂଆ ଘର କିଣିଛନ୍ତି।

ନିକଟରେ ରାଜକୁମାର ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଠାରୁ ଏକ ଲଗ୍‌ଜ୍ୟୁରୀ ଆପାର୍ଟମେଣ୍ଟ କିଣିଛନ୍ତି। ଏହାକୁ ଏବେ ପର୍ଯ୍ୟନ୍ତର ସବୁଠୁ ଦାମୀ ଡିଲ୍‌ ବୋଲି କୁହାଯାଉଛି। ଏହି ଆପାର୍ଟମେଣ୍ଟ ଯେଉଁ ସ୍ଥାନରେ ରହିଛି, ତାହା ଦେଶର ସବୁଠୁ ଲୋକପ୍ରିୟ ଏରିଆ ଜୁହୁରେ ବୋଲି କୁହାଯାଉଛି। ଏହି ବିଲ୍ଡିର ନାଁ ଲୋଟସ୍‌ ଆର୍ଯ୍ୟା। ଏହା ଜଣାଶୁଣା ପ୍ରଯୋଜକ ତଥା ବିଲ୍ଡର ଆନନ୍ଦ ପଣ୍ଡିତଙ୍କର ବୋଲି ଜଣାଯାଇଛି।

 

View this post on Instagram

 

A post shared by Viral Bhayani (@viralbhayani)

୨୦୨୦ ମସିହାରେ ଜାହ୍ନବୀ କପୁର ମୁମ୍ବାଇର ସବୁଠୁ ଲୋକପ୍ରିୟ ଜୁହୁ ପାର୍ଲେର ଏକ ବିଲ୍ଡିରେ ନିଜ ପାଇଁ ୩ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ କିଣିଥିଲେ। ସେହି ସମୟରେ ଏହି ଆପାର୍ଟମେଣ୍ଟର ଦାମ୍‌ ୩୯ କୋଟି ଥିଲା। କିନ୍ତୁ ଏବେ ସେ ଏହି ଆପାର୍ଟମେଣ୍ଟକୁ ରୁହିର କୋ-ଷ୍ଟାର ରାଜକୁମାର ରାଓଙ୍କୁ ୫ କୋଟି ଟଙ୍କା ଲାଭରେ ଅର୍ଥାତ୍‌ ୪୪ କୋଟିରେ ବିକ୍ରି କରିଛନ୍ତି। ଏହି ଆପାର୍ଟମେଣ୍ଟ ଲୋଟସ ଆର୍ଯ୍ୟା ନାମକ ବିଲ୍ଡିଂରେ ୪,୧୪୪ ବର୍ଗ ମିଟର ଅଞ୍ଚଳ ପରିବ୍ୟାପ୍ତ।

ରିପୋର୍ଟ ମୁତାବକ, ରାଜକୁମାର ରାଓ ୪୪ କୋଟି ଟଙ୍କାରେ ଏହି ଆପର୍ଟମେଣ୍ଟ କିଣିଛନ୍ତି। ଶ୍ରୀଦେବୀ ତନୟା ଜାହ୍ନବୀ କପୁରଙ୍କ ଠାରୁ ସେ ଏହି ଆପାର୍ଟମେଣ୍ଟ କିଣିଛନ୍ତି। ଏହି ଫ୍ଲାଟ୍‌ ୩୪୫୬ ବର୍ଗ ଫୁଟ୍‌। ରାଜକୁମାର ରାଓ ଏହି ଫ୍ଳାଟ୍‌କୁ ବର୍ଗ ଫୁଟ୍‌ ପିଛା ୧.୨୭ ଲକ୍ଷ ଟଙ୍କା ହିସାବରେ କିଣିଛନ୍ତି। ଏହି ଡିଲ୍‌କୁ ଦେଶର ସବୁଠୁ ଦାମୀ ଡିଲ୍‌ ବୋଲି କୁହାଯାଉଛି।

Also Read: ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ, ୬୭ କିଲୋ ବର୍ଗରେ ଜେରେମି ଲାଲରିନୁଙ୍ଗାଙ୍କୁ ଗୋଲ୍ଡ ମେଡାଲ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.