ଗିରଫ ସମୟରେ ହଠାତ ବିଗିଡ଼ିଲା KRK ସ୍ୱାସ୍ଥ୍ୟ ଅବସ୍ଥା, ଜେଲ ବଦଳରେ ଗଲେ ମେଡିକାଲ

କମାଲ ଆର ଖାନ ବର୍ତ୍ତମାନ ଏକ କଠିନ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ନିଜକୁ ସମାଲୋଚକ ବୋଲି କହୁଥିବା KRK ତାଙ୍କର ବିବାଦୀୟ ଟ୍ୱିଟ୍ ଯୋଗୁଁ ଅସୁବିଧାରେ ପଡ଼ିଛନ୍ତି। ଗତ କାଲି ବିମାନବନ୍ଦରରୁ କମାଲ ଆର ଖାନଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଥିଲା, କିନ୍ତୁ ଗିରଫ ହେବାର କିଛି ଘଣ୍ଟା ପରେ ହଠାତ୍ KRK ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା । ତାଙ୍କୁ ଡାକ୍ତରଖାନା ନେବାକୁ ପଡିଥିଲା।

କେଆରକେ ଗିରଫ ହେବା ପରେ ବୋରିଭାଲୀ କୋର୍ଟ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଗିରଫ ପରେ କମଲ ଆର ଖାନଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯିବା ପରେ ତାଙ୍କୁ ମୁମ୍ବାଇର ଶତାବ୍ଦୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ କମଲ ଆର ଖାନ ଗିରଫ ହେବା ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ , ଏହି କାରଣରୁ ତାଙ୍କୁ ମୁମ୍ବାଇର ଶତାବ୍ଦୀ ଡାକ୍ତରଖାନାକୁ ନିଆଯାଇଥିଲା।

ଖବର ଅନୁସାରେ ମୁମ୍ବାଇର ମାଲାଡ ପୋଲିସ ଷ୍ଟେସନରେ କମାଲ ଆର ଖାନଙ୍କ ବିରୋଧରେ ଏକ ଅଭିଯୋଗ ଦାଖଲ କରାଯାଇଥିଲା, ଯାହା ପରେ ତାଙ୍କୁ କାଲି ପୋଲିସ ଗିରଫ କରିଥିଲା। KRK ବିରୋଧରେ ଅଭିଯୋଗ ୟୁଭା ସେନା ସଦସ୍ୟ ରାହୁଲ କାନଲଙ୍କ ଦ୍ୱାରା କରାଯାଇଥିଲା।

ସୂଚନା ଯୋଗ୍ୟ ୨୦୨୦ ମସିହାରେ, KRK ଦୁଇ ଦିବଂଗତ ବଲିଉଡ୍‌ ଅଭିନେତା ଇର୍‌ଫାନ୍‌ ଖାନ୍‌ ଏବଂ ଋଷି କପୁରଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଉଭୟଙ୍କ ମୃତ୍ୟୁ ପରେ KRK ଲେଖିଥିଲେ, “ମୁଁ ଗମ୍ଭୀର ଭାବରେ କହିବାକୁ ଚାହେଁ ଯେ ମୁଁ କିଛି ଦିନ ପୂର୍ବରୁ କହିଥିଲି ଯେ କରୋନା ସେ ପର୍ଯ୍ୟନ୍ତ ଯିବନି ଯେ ପର୍ଯ୍ୟନ୍ତ କିଛି ପ୍ରସିଦ୍ଧ ବ୍ୟକ୍ତିଙ୍କୁ ସାଙ୍ଗରେ ନ ନେଇଛି।”

୨୦୨୦ରେ କମଲଙ୍କ ଉପରେ ତାଙ୍କର ଏହି ଟ୍ୟୁଟ୍ ପରେ ଯୁବ ସେନାର କୋର୍ କମିଟି ମଲାଡ୍‌ ପୋଲିସ୍‌ ଷ୍ଟେସନ୍‌ରେ ଏଫ୍‌ଆଇଆର୍‌ ଦାଖଲ କରିଥିଲା। କମିଟି ସଦସ୍ୟ ରାହୁଲ କନଲ ଅଭିଯୋଗ କରିଥିଲେ ଯେ କମଲ ଦିବଂଗତ ଅଭିନେତା ଇର୍‌ଫାନ୍‌ ଖାନ୍‌ ଏବଂ ଋଷି କପୁରଙ୍କୁ ନେଇ ଆପତ୍ତିଜନକ ଟ୍ୱିଟ୍‌ କରିଛନ୍ତି। ଏହି ମାମଲାରେ ପୋଲିସ କମଲଙ୍କ ବିରୋଧରେ ଧାରା ୨୯୪ ଅନୁଯାୟୀ ମାମଲା ରୁଜୁ କରିଥିଲା।

ସେ ପ୍ରାୟତଃ ନିଜର ବିବାଦୀୟ ଟ୍ୱିଟ୍ ପାଇଁ ଚର୍ଚ୍ଚାରେ ରୁହନ୍ତି। KRK ସବୁବେଳେ ଯେକୌଣସି ଫିଲ୍ମ ଓ ଅଭିନେତାଙ୍କୁ ନେଇ ମନ୍ତବ୍ୟ ଦେଇଥାନ୍ତି। ସେ ବେପରୁଆ ଭାବେ ସବୁବେଳେ ବଲିଉଡ୍‌କୁ ଟାର୍ଗେଟ୍‌ କରିଚାଲିଛନ୍ତି। କେବଳ ଏତିକି ନୁହେଁ ସେ ଆମୀର ଖାନ, ସଲମାନ ଖାନ, ଶାହାରୁଖ ଖାନ ଏବଂ ଅକ୍ଷୟ କୁମାରଙ୍କୁ ମଧ୍ୟ ଖରାପ ଭାବେ ଚିତ୍ରିତ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.