ଜାଣିଛନ୍ତି କି, ଆପଣଙ୍କ ପିଲାର ଚିଡ଼ଚିଡ଼ାପଣର କାରଣ ହୋଇପାରେ ଚିନି

ଛୋଟ ପିଲାଙ୍କ ମନ ବହୁତ କୋମଳ ହୋଇଥାଏ। ଏପରିକି ଅଜଣାତରେ ତାଙ୍କର ବ୍ଯବହାର ବେଳେବେଳେ ଆକ୍ରମଣାନ୍ତକ ହୋଇ ଯାଇଥାଏ। ଏହା ତାଙ୍କର ଆଖପାଖର ମାହୋଲ ନୁହଁ ବରଂ ତାଙ୍କ ଖାଦ୍ଯପେୟର ପ୍ରଭାବ ପାଇଁ ହୋଇଥାଏ । ଯଦି ଅପଣଙ୍କ ପିଲା ମଧ୍ୟ ଛୋଟଛୋଟ କଥାରେ ଚିଡ଼ୁଛି ଏବଂ ରାଗୁଛି ତେବେ ତାହାର କାରଣ ଅଧିକା ଚିନି ସେବନ ହୋଇଥାଏ। ଏହା ଆମେ କହୁନାହୁଁ ନିକଟରେ ହୋଇଥିବା ଏକ ସର୍ଭେରେ ପ୍ରମାଣିତ ହୋଇଛି।

child

ସୋସିଆଲ ସାଇନ୍ସର ଜର୍ନାଲ ଏଣ୍ଡ ମେଡ଼ିସିନରେ ପ୍ରକାଶିତ ଅଧ୍ୟୟନରୁ ଜଣାପଡ଼ିଛି ଅଧିକ ଚିନି ଥିବା ଜିନିଷ ଖାଇବା ଦ୍ବାରା ପିଲାଙ୍କ ବ୍ଯବହାରରେ ପରିବର୍ତ୍ତନ ଆସିବା ସହ ସେମାନେ ଚିଡ଼ଚିଡ଼ା ହୋଇଯାଆନ୍ତି। ସର୍ଭେ ଅନୁଯାୟୀ ଶରୀରରେ ସୁଗାର ସ୍ତର ଅଧିକ ହେବା ଦ୍ବାରା ସେମାନେ ଅଧିକ ଝଗଡ଼ା କରିବା ସହ ତାଙ୍କର ଶରୀରରେ ନିଶାର ମାତ୍ରା ଦ୍ବିଗୁଣିତ ହୋଇଯାଇଥାଏ।

Chocolate-For-Kids-1

ମିଠାରୁ ମଧ୍ୟ ଅଧିକ କ୍ଷତିକାରକ ଚକୋଲେଟ ଏବଂ ଏନର୍ଜି ଡ଼୍ରିକ୍ସ

ଗବେଷଣାରେ ଜଣାପଡ଼ିଛି, ଦୈନିକ ଜୀବନରେ ପିଉଥିବା ଏନର୍ଜି ଡ଼୍ରିକ୍ସ ଏବଂ ଚକୋଲେଟ ମିଠାଠାରୁ ମଧ୍ୟ ଅଧିକ କ୍ଷତିକାରକ ହୋଇଥାଏ। ଏହି ସର୍ଭେରେ ୧୧ ରୁ ୧୫ବର୍ଷ ମଧ୍ୟର ପିଲାଙ୍କୁ ନେଇ ଗବେଷଣା କରାଯାଇଥିଲା। ଏହାଦ୍ବାରା ପିଲାଙ୍କ ଶରୀରରେ ଚିନିର ଶରୀରରେ ପ୍ରଭାବ ଅଧିକ ପଡ଼ିଥାଏ।

kids

କେତେ ମାତ୍ରାରେ ନେବା କଥା ଚିନି

ନ୍ଯାସନାଲ ହେଲଥ୍ ସର୍ଭିସ ଇଂଲଣ୍ଡର ଗାଇଡ଼ଲାଇନ ଅନୁଯାୟୀ ୧୧ବର୍ଷର ପିଲାଙ୍କୁ ୩୦ଗ୍ରାମର ଚିନି , ୪-୬ ବର୍ଷ ପିଲାଙ୍କୁ ୧୯ଗ୍ରାମ ଚିନି ସେବନ କରିବା ଉଚିତ ନୁହଁ। ସେହିଭଳି ସପ୍ଟ ଏବଂ ଏନର୍ଜି ଡ଼୍ରିକ୍ସରେ ୩୫ଗ୍ରାମ ଚିନି ରହିଥାଏ। ଏଥିରୁ ଆପଣ ଭାବି ପାରୁଥିବେ କିଛି ଆପଣଙ୍କ ଛୋଟପିଲା କେତେ ଟଙ୍କାର ଚିନି ସେବନ କରିଥାନ୍ତି।

Leave A Reply

Your email address will not be published.