ରଣବୀର ଓ ଆଲିଆଙ୍କୁ ଉଜ୍ଜୈନର ମହାକାଳଙ୍କ ମନ୍ଦିରରେ ପୂରାଇ ଦେଲେନି ବଜରଙ୍ଗ ଦଳ, ବିନା ଦର୍ଶନରେ ଫେରିଲେ ଷ୍ଟାର ଦମ୍ପତି
ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବର ୯ରେ ସିନେମା ହଲ୍କୁ ଆସୁଛି। ଏଣୁ ଏବେ ଏହି ଫିଲ୍ମର ଲିଡ୍ ଷ୍ଟାର ଏହାର ଜୋରଦାର ପ୍ରମୋସନରେ ଲାଗି ପଡ଼ିଛନ୍ତି। ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଏକାଠି ସ୍କ୍ରିନ୍ ସେୟାର କରୁଛନ୍ତି ଆଲିଆ ଓ ରଣବୀର। ଉଭୟେ ଏବେ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ତେବେ ଫିଲ୍ମର ପ୍ରମୋସନ ପାଇଁ ଏହି କପଲ ଗତ କାଲି ସନ୍ଧ୍ୟାରେ ଉଜ୍ଜୈନର ମହାକାଳଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ। କିନ୍ତୁ ତାଙ୍କୁ ବିନା ଦର୍ଶନରେ ହିଁ ଫେରିବାକୁ ପଡ଼ିଛି।
ରିପୋର୍ଟ ମୁତାବକ, ମହାକାଳଙ୍କ ନଗରୀରେ ପହଞ୍ଚିବା ପରେ ଏହି ସେଲିବ୍ରିଟିଙ୍କୁ ହିନ୍ଦୁ ସଂଗଠନ ତୀବ୍ର ବିରୋଧ କରିଥିଲା। ଏଭଳି ସ୍ଥିତି ରଣବୀର ୧୧ ବର୍ଷ ତଳେ ଦେଇଥିବା ଏକ ବୟାନ ଯୋଗୁ ଉପୁଜିଥିଲା। ସେତେବେଳେ ରଣବୀର କହିଥିଲେ ଯେ ତାଙ୍କୁ ଗୋମାଂସ (ବିଫ୍) ପସନ୍ଦ। ଏଣୁ ରଣବୀରଙ୍କର ଏହି ବୟାନ ପାଇଁ ଆଲିଆ ଭଟ୍ଟ ଓ ଫିଲ୍ମର ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ମନ୍ଦିରକୁ ପ୍ରବେଶ କରିପାରିନଥିଲେ।
#RanbirKapoor, #AliaBhatt, and #AyanMukerji faced protests at Ujjain tonight as they were on their way to visit the #Mahakaleshwar temple.
Know more ⏬#Brahmastra https://t.co/jurzcDwR4A— Pinkvilla (@pinkvilla) September 6, 2022
ସୂଚନାନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ରଣବୀର ଓ ଆଲିଆ ମହାକାଳ ମନ୍ଦିରକୁ ଆସୁଥିବା ନେଇ ଖବର ପାଇ ହିନ୍ଦୁ ସଂଗଠନ ଆଲର୍ଟ ହୋଇଯାଇଥିଲେ। ସେମାନେ ଅପରାହ୍ନ ୪ଟା ବେଳଠାରୁ ହିଁ ମନ୍ଦିର ଆଗରେ ଠିଆ ହୋଇଥିଲେ। ଏ ନେଇ ପୋଲିସ ବି ଜାଣିପାରିନଥିଲା। ବ୍ରହ୍ମାସ୍ତ୍ର ଫିଲ୍ମର ଅଭିନେତା, ଅଭିନେତ୍ରୀ, ପ୍ରଡକ୍ସନ୍ ଟିମ୍ ଓ ଅଧିକାରୀ ଦର୍ଶନ ପାଇଁ ପହଞ୍ଚୁ ପହଞ୍ଚୁ ହିନ୍ଦୁ ସଂଗଠନର କାର୍ଯ୍ୟକର୍ତ୍ତା ତୀବ୍ର ବିରୋଧ କରିବା ଆରମ୍ଭ କରି ଦେଇଥିଲେ। ପୋଲିସ ସେମାନଙ୍କୁ ଅଟକାଇବାରୁ ବଜରଙ୍ଗ ଦଳର କର୍ମକର୍ତ୍ତା ଓ ପୋଲିସ ଅଧିକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ସ୍ଥିତି ଉପୁଜିଥିଲା।
ଏଣୁ ବାଧ୍ୟ ହୋଇ ରଣବୀର ଓ ଆଲିଆଙ୍କୁ ବିନା ଦର୍ଶନରେ ହିଁ ଫେରିବାକୁ ପଡ଼ିଛି। ବଜରଙ୍ଗ ଦଳର ତୀବ୍ର ବିରୋଧ ପରେ ଏହି ଦୁଇ ଜଣଙ୍କ ସମେତ ଫିଲ୍ମର ପୂରା ଟିମ୍ ମହାକାଳଙ୍କ ଦର୍ଶନ ନ କରି ଫେରି ଆସିଛନ୍ତି। ମନ୍ଦିର ସାମ୍ନାରେ ରଣବୀର କପୁରଙ୍କୁ ବଜରଙ୍ଗ ଦଳ କଳା ପତାକା ବି ଦେଖାଇଥିଲେ। ଏଭଳି ସ୍ଥିତି ଦେଖି ଆଲିଆ ଭଟ୍ଟ ମନ୍ଦିର ଭିତରକୁ ଯିବାକୁ ମନା କରି ଦେଇଥିଲେ। ସେ ଗର୍ଭବତୀ ଥିବାରୁ କାଳେ କିଛି ଅଘଟଣ ଘଟିବ ଆଶଙ୍କା କରି ମନ୍ଦିର ଭିତରକୁ ଯିବାକୁ ଚାହିଁନଥିଲେ।