ବଲିଉଡ ସେଲିବ୍ରିଟିଙ୍କ ଫୋବିୟା, କିଏ ଫଳ ଖାଇବାକୁ ଭୟ କରେ ତ ଆଉ କି ଲିଫ୍ଟରେ ଯିବାକୁ ଭୟ କରେ
ବଲିଉଡ ସେଲିବ୍ରିଟିମାନେ ଯେତିକି ନିଜ ଅଭିନୟ ଏବଂ ଷ୍ଟାଇଲ ପାଇଁ ଜଣାଶୁଣା, ନିଜ ମନର ଡର ପାଇଁ ମଧ୍ୟ ସେତିକି ଜଣାଶୁଣା। ବଲିଉଡର ଏମିତି କିଛି ସେଲିବ୍ରିଟି ଅଛନ୍ତି, ଯେଉଁମାନେ ଛୋଟ ଛୋଟ ଜିନିଷକୁ ନେଇ ଭୟ କରନ୍ତି। ଆଉ ଏମାନଙ୍କ ଡର ବିଷୟରେ ଜାଣିଲେ ହୁଏତ ଆପଣଙ୍କୁ ଅଦ୍ଭୁତ ଲାଗିବ ନିଶ୍ଚିତ। ତେବେ ଏହି ତାଲିକାରେ କିଏ କିଏ ରହିଛନ୍ତି, ଆଉ ତାଙ୍କର ଡର କ’ଣ ଆସନ୍ତୁ ଜାଣିବା …
ବଲିଉଡର ଭାଇଜାନ ଭାବେ ବେଶ୍ ପରିଚିତ ସଲମାନ ଖାନ। ସଲମାନ ଲମ୍ବା ସମୟରୁ ବିଗ୍ ବସ୍ ଶୋ’କୁ ହୋଷ୍ଟ୍ କରି ଆସୁଛନ୍ତି ଏବଂ ପ୍ରତ୍ୟେକ ଥର ତାଙ୍କ ଫିସ୍ ଦୁଇ ଗୁଣା ହେଉଛି । ତେବେ ଦବଙ୍ଗ ଷ୍ଟାରଙ୍କୁ ଲିଫ୍ଟରେ ଯିବା ବହୁତ ଭୟ ଲାଗିଥାଏ। ଲିଫ୍ଟ ବନ୍ଦ ହେବା କିମ୍ବା ଗଳି ପଡିବାର ଭୟ ରହିଛି ସଲମାନ ଖାନଙ୍କର। କେବଳ ସଲମାନ ନୁହେଁ ଲିଫ୍ଟରେ ଯିବା ପାଇଁ ଭୟ କରନ୍ତି ସୋନମ କପୁର।
ବଲିଉଡର କିଙ୍ଗଖାନ ଶାହରୁଖ ଘୋଡାରେ ବସିବାକୁ ଭୟ କରନ୍ତି। ଫିଲ୍ମ କରନ ଅର୍ଜୁନ ସୁଟିଂ ସମୟରେ ଘୋଡା ଉପରେ ବସି ସିନ୍ ସୁଟିଂ କରୁଥିବା ବେଳେ ଆହତ ହୋଇଥିଲେ ଶାହରୁଖ। ସେବେ ଠାରୁ ଘୋଡା ଉପରେ ବସିବାକୁ ଭୟ କରନ୍ତି ଶାହରୁଖ।
ନବବିବାହିତା କ୍ୟାଟ୍ରିନା କୈଫଙ୍କ ଭୟ ବିଷୟରେ ଶୁଣିଲେ ଆପଣ ନିଶ୍ଚିତ ହସିବେ। କ୍ୟାଟ୍ରିନା କୌଣସି ଜୀବଜନ୍ତୁ କି ଲିଫ୍ଟ ନୁହେଁ ବରଂ ଟମାଟରକୁ ଡରନ୍ତି। ଟମାଟର ଭଳି ଚେହେରା ପାଇଥିବା କ୍ୟାଟ୍ରିନାଙ୍କର ଟମାଟର ପ୍ରତି ଫୋବିୟା ରହିଛି। ତେବେ କ୍ୟାଟ୍ରିନା କେବଳ ଟମାଟର ନୁହେଁ ଝିଟିପିଟିକୁ ମଧ୍ୟ ଭୟ କରନ୍ତି।
ଅଭିନେତା ଅର୍ଜୁନ କପୁରଙ୍କ ଡର ମଧ୍ୟ ଅଜବ ପ୍ରକାରର। ଘରର ସିଲିଂରେ ଲାଗିଥିବା ଫ୍ୟାନ୍ ଦେଖି ଭୟ କରନ୍ତି ଅର୍ଜୁନ କପୁର। ତେଣୁ ଯେଉଁ ରୁମରେ ସିଲିଂ ଫ୍ୟାନ ଲାଗିଥାଏ, ସେ ଯିବାକୁ ଭୟ କରନ୍ତି।
ସେହିପରି ଅଭିଷେକ ବଚ୍ଚନ ଫଳ ଖାଇବାକୁ ଭୟ କରନ୍ତି। ଫଳ ଫୋବିୟା ଯୋଗୁଁ ଅଭିଷେକ ବଚ୍ଚନ କେବେ ଖାଆନ୍ତି ନାହିଁ ଫଳ।
ରଣବୀର କପୁର ଝିଅମାନଙ୍କ ଭଳି ଅସରପା ଦେଖି ଭୟ କରନ୍ତି। ଅସରପାକୁ ନେଇ ତାଙ୍କର ଫୋବିୟା ରହିଛି।
ବଲିଉଡର କୁଇନ କଙ୍ଗନା ରଣାଓ୍ଵତ ଗାଡି ଚଳାଇବାକୁ ଭୟ କରନ୍ତି। ଆଉ ଏହି ଭୟ ଯୋଗୁଁ ଜୀବନକାଳ ମଧ୍ୟରେ ଥରୁଟିଏ ଗାଡି ଚଳାଇ ମଧ୍ୟ ଅଟୋରେ ଧକ୍କା କରିଛନ୍ତି।
ଫିଲ୍ମ ‘ରବ୍ନେ ବନାଦି ଯୋଡି’ରେ ଗାଡି ଚଲାଉଥିବାର ନଜର ଆସିଥିଲେ ଅନୁଷ୍କା ଶର୍ମା। ହେଲେ ଅନୁଷ୍କାଙ୍କୁ ବାଇକ୍ ଚଲାଇବାକୁ ବହୁତ ଭୟ ଲାଗେ। ବାଇକ ପ୍ରତି ତାଙ୍କର ଫୋବିଆ ରହିଛି।
ସେହିପରି ଆମିର ଖାନ ମରିବାକୁ ଭୟକରନ୍ତି।
ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟ ଅନ୍ଧାରକୁ ଭୟ କରନ୍ତି। ଅନ୍ଧାରରେ ସେ କୁଆଡେ ଯିବାକୁ ଯାଆନ୍ତି ନାହିଁ।
ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ବିଲେଇକୁ ଦେଖି ଭୟ କରନ୍ତି। ବିଲେଇକୁ ନେଇ ତାଙ୍କର ଫୋବିୟା ରହିଛି।
ଅଭିନେତ୍ରୀ ସେଲିନା ଜେଟଲୀ ପ୍ରଜାପତିକୁ ଦେଖି ଡରନ୍ତି। ପ୍ରଜାପତି ଏତେ ସୁନ୍ଦର ହୋଇଥିଲେ ସୁଦ୍ଧା ତାଙ୍କର ଫୋବିୟା ରହିଛି।
Also Read : ହେୟାର ଷ୍ଟାଇଲିଷ୍ଟଙ୍କ ସହିତ ରୋମାନ୍ସ କଲେ ସାରା, ରାସ୍ତା ମଝିରେ କଲେ ଏମିତି ହରକତ୍