ବାରିପଦା: ପ୍ରବଳ ବର୍ଷା ଯୋଗୁ ମେଡିକାଲ କଲେଜରେ ବିଦ୍ୟୁତ ଗୁଲ୍ , ମୋବାଇଲ୍‌ ଲାଇଟରେ ଚାଲିଛି ଚିକିତ୍ସା ; ହନ୍ତସନ୍ତ ରୋଗୀ

ମୟୂରଭଞ୍ଜ (କେନ୍ୟୁଜ): ବାରିପଦା ପଣ୍ଡିତ୍‌ ରଘୁନାଥ ମୁର୍ମୁ ମେଡିକାଲ କଲେଜ। ଘଣ୍ଟା ପରେ ଘଣ୍ଟା ଅନ୍ଧାରରେ ରୋଗୀ। ମୋବାଇଲ୍‌ ଲାଇଟ୍‌ ରେ ଦିଆଯାଉଛି ଇଞ୍ଜେକ୍ସନ । ଅନ୍ଧାର ସହିତ ଗୁଳୁଗୁଳି ଓ ମଶା କାମୁଡାରେ ଅତିଷ୍ଟ ହୋଇ ବାହାରେ ବସିଲେ ରୋଗୀ। ଆଜି ଦିନ ପ୍ରାୟ ଗୋଟାଏ ବେଳେ ପ୍ରବଳ ବର୍ଷା ସାଙ୍ଗକୁ ଘନଘନ ଘଡଘଡି ପରେ ବିଜୁଳି କଟିଯାଇଛି।

ଦୀର୍ଘ ୮ ଘଣ୍ଟା ବିତିଯାଥିଲେ ମଧ୍ୟ ବିଜୁଳି ସରବରାହ ସ୍ୱାବାବିକ ହୋଇ ପାରିନାହିଁ। ଫଳରେ ମେଡିକାଲ କଲେଜର ଅଧିକାଂଶ ୱାର୍ଡ ଅନ୍ଧାର ଘେରରେ। ସେହି ଅନ୍ଧାର ମଧ୍ୟରେ ମୋବାଇଲ୍‌ ଲାଇଟ୍‌ ରେ ଜାରି ରହିଛି ରୋଗୀ ସେବା। ବାରମ୍ବାର ଏଭଳି ଅଭିଯୋଗ ପରେ ମଧ୍ୟ ଏଥିପ୍ରତି କୌଣସି ପଦକ୍ଷେପ ନେଉ ନାହିଁ କତ୍ତୃପକ୍ଷ। ଯାହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.