ଇଂଜିନିୟରିଂ କରିଥିଲେ IOCL ରେ ତୁରନ୍ତ କରନ୍ତୁ ଆବେଦନ, ମାସକୁ ଦରମା ୧ ଲକ୍ଷରୁ ଅଧିକ

ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ୍‌(IOCL) ରେ ଇଂଜିନିୟରିଂ ଆସିଷ୍ଟାଣ୍ଟ ଏବଂ ଟେକ୍ନିକାଲ ଆସିଷ୍ଟାଣ୍ଟ ପଦବୀ ପାଇଁ ନୋଟିଫିକେସନ ଜାରି କରାଯାଇଛି। ପାଇପଲାଇନ ଡିଭିଜନ ଅଧିନରେ ଏହି ପଦବୀ ଖାଲିପଡିଛି। ଯେଉଁ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଅଫିସିଆଲ ୱେବସାଇଟ୍‌କୁ ଯାଇ ୧୦ ଅକ୍ଟୋବର ୨୦୨୨ ପୂର୍ବରୁ ଆବେଦନ କରିପାରିବେ। ଅଧିକ ଜାଣିବା ପାଇଁ plapps.indianoil.in କୁ ଯାଇ ଚେକ୍‌ କରିପାରିବେ।

ପଦବୀ ବିବରଣୀ: ୫୬

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୦ ଅକ୍ଟୋବର ୨୦୨୨ ରହିଛି।

ବୟସ ସୀମା: ଆବେଦନକାରୀ ପ୍ରାର୍ଥୀଙ୍କ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୬ ବର୍ଷ ହେବା ଜରୁରୀ।

ଶିକ୍ଷାଗତ ଯୋଗ୍ୟତା : ଇଂଜିନିୟରିଂ ଆସିଷ୍ଟାଣ୍ଟ ମେକାନିକାଲ ଗ୍ରେଡ-୪ ପାଇଁ ପ୍ରାର୍ଥୀ ସରକାରୀ ମାନ୍ୟତାପ୍ରାପ୍ତ ସଂସ୍ଥାରୁ ମେକାନିକାଲ ଇଂଜିନିୟରି କିମ୍ବା ଅଟୋ ମୋବାଇଲ ଇଂଜିନିୟରିଂରେ ୩ ବର୍ଷର ଡିପ୍ଲୋମା କରିଥିବା ଜରୁରୀ।

ଇଂଜିନିୟରିଂ ଆସିଷ୍ଟାଣ୍ଟ (ଇଲେକ୍ଟ୍ରିକାଲ) ଗ୍ରେଡ-୪ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଇଲେକ୍ଟଅିକାଲ ଇଂଜିନିୟରିଂ କିମ୍ବା ଇଲେକ୍ଟ୍ରିକାଲ ଏବଂ ଇଲୋକ୍ଟ୍ରୋନିକ୍ସ ଇଂଜିନିୟରିଂରେ ୩ ବର୍ଷ ଫୁଲ ଟାଇମ ଡିପ୍ଲୋମା କରିଥିବା ଜରୁରୀ।

ଦରମା : ନିଯୁକ୍ତ ହେବା ଇଂଜିନିୟରିଂ ପ୍ରାର୍ଥୀଙ୍କୁ ମାସିକ ୨୫,୦୦୦ ଟଙ୍କାରୁ ୧,୦୫,୦୦୦ ଟଙ୍କା ଦରମା ମିଳିବ। ସେହିପରି ଟେକ୍ନିକାଲ ଆସିଷ୍ଟାଣ୍ଟ ପ୍ରାର୍ଥୀଙ୍କୁ ମାସିକ ୨୩,୦୦୦ ଟଙ୍କାରୁ ୭୮,୦୦୦ ଟଙ୍କା ମାସିକ ଦରମା ମିଳିବ।

ଆବେଦନ ଶୁଳ୍କ : ଆବେଦନ ଶୁଳ୍କ ପାଇଁ ସାଧାରଣ ବର୍ଗ, ଓବିସି ଏବଂ EWS ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଦେବାକୁ ପଡିବ। ସେହିପରି ଅନ୍ୟ ପ୍ରାର୍ଥୀ ଅନୁସୂଚିତ ଜାତି/ ଜନଜାତି ଏବଂ ପିଡବ୍ଲ୍ୟୁଡି ପ୍ରାର୍ଥୀ ମାଗଣାରେ ଆବେଦନ କରିବେ ।

ଚୟନ ପ୍ରକ୍ରିୟା: ପ୍ରାର୍ଥୀ ଲିଖିତ ଏବଂ ସ୍କିଲ ଟେଷ୍ଟ ଆଧାରରେ ଚୟନ ହେବେ। ଯେଉଁମାନେ ଚାକିରି ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଅଫସିଆଲ େଓ୍ଵବସାଇଟକୁ ଯାଇ ଆବେଦନ କରିପାରିବେ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://plapps.indianoil.in

https://iocl.com/admin/img/UploadedFiles/LatestJobOpening/Files/7a171190f1434aa4ae087fce6cd37500.pdf

 

Also Read : ଗ୍ରାଜୁଏସନ କରିଥିଲେ SBI PO ପାଇଁ କରନ୍ତୁ ଆବେଦନ, ୧୬୭୩ ପଦବୀ ପଡିଛି ଖାଲି

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.