Below header

ଉତ୍ତରାଖଣ୍ଡର ପାତାଳ ଭୁବନେଶ୍ୱର ଗୁମ୍ଫାରେ ପଡ଼ିଥିଲା ଶ୍ରୀଗଣେଶଙ୍କ କଟାମୁଣ୍ଡ, ଆଜି ବି ଦର୍ଶନ କରିବାକୁ ଆସନ୍ତି ଶହ ଶହ ଶ୍ରଦ୍ଧାଳୁ

ପୁରାଣରେ ଏମିତି ଅନେକ କଥା ବିଷୟରେ ଉଲ୍ଲେଖ କରାଯାଇଛି ଯାହାକୁ ପ୍ରାୟ ସମସ୍ତଙ୍କୁ ଜଣା ନଥିବ। ଭଗବାନଙ୍କର ଅସ୍ତିତ୍ୱକୁ ଯଦି ଅନୁଭବ କରିବାକୁ କେହି ଚାହାନ୍ତି ତେବେ ମନରେ ଶ୍ରଦ୍ଧା ଭାବ ରହିବା ଆବଶ୍ୟକ। ଏମିତି ହେଲେ ହିଁ ପ୍ରଭୁଙ୍କର ଉପସ୍ଥିତିକୁ ବିଶ୍ୱାସ କରିହୁଏ। ଯଦି ଆମେ ହିନ୍ଦୁ ତଥା ସନାତନ ଧର୍ମକୁ ଦେଖିବା ତେବେ ଏଠରେ ୩୩ କୋଟି ଦେବଦେବୀ ବାସ କରନ୍ତି। ବିଭିନ୍ନ ରୂପ ରେ ଭିନ୍ନ ଭିନ୍ନ ସ୍ଥାନରେ ନିଜର ସ୍ୱତନ୍ତ୍ର ମାନ୍ୟତାରେ ଭକ୍ତ ମାନଙ୍କ ମଧ୍ୟରେ ଅତୁଟ ବିଶ୍ୱାସ ବାନ୍ଧି ରଖିଛନ୍ତି।

ଆଜି ଆମେ ଭଗବାନଙ୍କର ସେହିପରି ଏକ ଖାସ୍‌ ମନ୍ଦିର ସମ୍ପର୍କରେ କହିବୁ। ପୁରାଣ ଅନୁସାରେ ଆମ ସମସ୍ତଙ୍କୁ ଏହା ଜଣା ଯେ ଗଣେଶ ଭଗବାନ ଶିବଙ୍କ କ୍ରୋଧର ଶିକାରହୋଇଥିଲେ। ଯାହାଫଳରେ ତାଙ୍କ ମୁଣ୍ଡ ମଧ୍ୟ କଟି ଯାଇଥିଲା। ପରେ ମାତା ପାର୍ବତୀଙ୍କ ଅନୁରୋଧ କ୍ରମେ ଭଗବାନ ଶିବ ଗଣେଶଙ୍କ ମୁଣ୍ଡରେ ଶିଶୁ ହାଥିର ମୁଣ୍ଡ ଲଗାଇଥିଲେ। ପରେ ସେଥିରେ ପ୍ରାଣ ପ୍ରତିଷ୍ଠା କରିଥିଲେ। କିନ୍ତୁ କଣ ଆପଣ ଜାଣିଛନ୍ତି କି ଯେବେ ଗଣେଶଙ୍କ ମୁଣ୍ଡ କଟିଯାଇଥିଲା ତେବେ ତାହା ଯାଇ କେଉଁଠାରେ ପଡ଼ିଥିଲା? ଏହି ପ୍ରଶ୍ନର ଉତ୍ତର ଆଜି ଏହି ସ୍ପେଶାଲ ଭିଡ଼ିଓରୁ ଜାଣନ୍ତୁ।

କଥା ହେଉଛି ଉତ୍ତରାଖଣ୍ଡର.. ଏଠାରେ ଥିବା ପିଥୌରଗଢ଼ ର ପାତାଳ ଭୁବନେଶ୍ୱର ଗୁମ୍ଫା । ପ ୁରାଣ ଅନୁସାରେ ଭଗବାନ ଗଣେଶଙ୍କ ମୁଣ୍ଡ କଟିବା ପରେ ଏହା ପାତାଳ ଭୁବନେଶ୍ୱର ଗୁମ୍ଫାରେ ଆସି ପଡ଼ିଥିଲା। ଆଉ ଲୋକ ଙ୍କ କହିବା ଅନୁସାରେ ଏବେ ବି ଭଗବାନ ଙ୍କ ମୁଣ୍ଡ ଏହିଠାରେ ପଡ଼ିଛି ।

ପୁରାଣରେ ମଧ୍ୟ ଏହି ଗୁମ୍ଫା ସମ୍ପର୍କରେ ଉଲ୍ଲେଖ କରାଯାଇଛି। ପିଥୌରଗଢ଼ ଜିଲ୍ଲାରେ ଗଙ୍ଗୋଲିହାଟରୁ ୧୪ କିଲୋମିଟର ଦୂର ଗୁମ୍ଫାରେ ରହିଛି। ଏହି ଗୁମ୍ଫାରେ ଭଗବାନ ଶିବ ଓ ଗଣେଶଙ୍କ ଅନେକ ପୌରାଣିକ କଥା ଯୋଡ଼ି ହୋଇ ରହିିଛି। ପାତାଳ ଭୁବନେଶ୍ୱର ଗୁମ୍ଫା ୧୬୦ ମିଟର ଲମ୍ବା ୯୦ ମିଟର ଗଭୀର। ମାନ୍ୟତା ରହିଛି ଏହି ଗୁମ୍ଫାରେ ଆଜି ବି ଭଗବାନ ଶିବ ବିରାଜମାନ ଅଛନ୍ତି। ପ୍ରତିବର୍ଷ ଏଠାକୁ ଲକ୍ଷାଧିକ ସଂଖ୍ୟାରେ ଦର୍ଶନାର୍ଥି ଆସିଥାନ୍ତି। ଭଗବାନ ଶିବ ଓ ଶ୍ରୀ ଗଣେଶଙ୍କର କଟା ମୁଣ୍ଡ ର ଦର୍ଶନ କରିବାକ ୁ..

ସ୍କନ୍ଧ ପୁରାଣରେ ମଧ୍ୟ ପାତାଳ ଭୁବନେଶ୍ୱରଙ୍କ ବିଷୟରେ ଉଲ୍ଲେଖ କରାଯାଇଛି। ଏହି ପୁରାଣରୁ ଗଣେଶଙ୍କ କଟାମୁଣ୍ଡ ଏହିସ୍ଥାନରେ ପଡ଼ିଥିଲା ବୋଲି ପ୍ରମାଣ ମିଳିଛି। ଏମିତିବି କୁହାଯାଏ ଯେୁ ଭଗବାନ ଶିବ ଗଣେଶଙ୍କ ମୂଳ ସିର ତଥା ମୁଣ୍ଡକୁ ଏହି ଗୁମ୍ଫାରେ ସୁରକ୍ଷିତ ରଖିଥିଲେ। ଏଠାରେଭଗବାନଙ୍କ କଟା ମୁଣ୍ଡ ଚଟାଣ ଆକାରର ରହିଛି। ଏହି ଚଟାଣରେ ୧୦୮ ପାଖୁଡ଼ା ବ୍ରହ୍ମକମଳ ରହିଛି, ଯେଉଁଥିରେ ଅମୃତ ବୁନ୍ଦା ବାହାରି ଭଗବାନ ଗଣେଶଙ୍କ ମୁଣ୍ଡରେ ପଡ଼ୁଛି। ମାନ୍ୟତା ଅନୁସାରେ ଏହି ବ୍ରହ୍ମକମଳର ସ୍ଥାପନା ସ୍ୱୟଂ ମହାଦେବ କରିଥିଲେ।

ଆପଣ ବି ଯଦି ଏହି ମନ୍ଦିର ଦର୍ଶନ କରିବାକୁ ଚାହୁଛନ୍ତି ତେବେ ନିଶ୍ଚିତ ଭାବେ ଥରେ ବୁଲି ଆସନ୍ତ।ୁ ଭଗବାନ ଗଣେଶଙ୍କ ଆଶିର୍ବାଦ ପାଇବା ସହିତ ଏଠାରେ ଥିବା ଅନେକ ପୌରାଣିକ ମାନ୍ୟତା ସମ୍ପର୍କରେ ଜାଣି ଆପଣଙ୍କୁ ଭଲ ଲାଗିବ ନିଶ୍ଚୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.