Below header

ଦୁବାଇରେ ରହୁଥିବା ହିନ୍ଦୁମାନଙ୍କୁ ମିଳିଲା ଦଶହରା ଗିଫ୍ଟ, ବିଜୟା ଦଶମୀ ପୂର୍ବରୁ ଉଦ୍‌ଘାଟିତ ହେଲା ହିନ୍ଦୁ ମନ୍ଦିର

ଶାରଦୀୟ ଦୁର୍ଗାନବମୀରେ ଦୁବାଇରେ ରହୁଥିବା ହିନ୍ଦୁ ସମ୍ପ୍ରଦାୟଙ୍କୁ ମିଳିଛି ବଡ ଉପହାର। ଦୁବାଇର ଜବେଲ ଅଲ୍ଲୀ ଅଞ୍ଚଳରେ ଦଶହରାର ଗୋଟେ ଦିନ ପୂର୍ବରୁ ହିନ୍ଦୁ ମନ୍ଦିର ଉଦ୍‌ଘାଟିତ ହୋଇଛି। ଏହାକୁ ନିର୍ମାଣ କରିବା ପାଇଁ ୩ ବର୍ଷ ଲାଗିଥିଲା। ଏହାର ପ୍ରାର୍ଥନା କକ୍ଷରେ ୧୬ ଦେବାଦେବୀଙ୍କ ମୂର୍ତ୍ତି ରହିଛି। ଯେଉଁଥିରେ ଭଗବାନ ଶିବ, ମହାଲକ୍ଷୀ, ଶ୍ରୀକୃଷ୍ଣ ଏବଂ ଗଣେଶଙ୍କ ମୂର୍ତ୍ତି ସାମିଲ ରହିଛି। ୮୦ ହଜାର ବର୍ଗଫୁଟ ଅଞ୍ଚଳରେ ପରିବ୍ୟାପ୍ତ ଏହି ମନ୍ଦିରରେ ଗୁରୁଗ୍ରନ୍ଥ ସାହେବ ମଧ୍ୟ ରଖାଯାଇଛି। ଏହି ଭବ୍ୟ ମନ୍ଦିରକୁ ଅନେକ ଦିନ ଧରି ତିଆରି କରାଯାଇଥିଲା।

ରିପୋର୍ଟ ମୁତାବକ, ଏହି ମନ୍ଦିର ସିନ୍ଧ ଗୁରୁ ଦରବାର ମନ୍ଦିରକୁ ବିସ୍ତାର କରି କରାଯାଇଛି। ଏହା ଦୁବାଇର ସବୁଠାରୁ ପୁରୁଣା ହିନ୍ଦୁ ମନ୍ଦିର। ତେବେ ନୂଆ ମନ୍ଦିରର ଶିଳାନ୍ୟାସ ୨୦୨୦ରେ କରାଯାଇଥିଲା। ମନ୍ଦିର ନିର୍ମାଣ ହେବା ପରେ ହିନ୍ଦୁ ସମୁଦାୟର ଅନେକ ଦିନର ସ୍ୱପ୍ନ ପୂରଣ ହୋଇଛି। ଅନେକ ଦିନରୁ ହିନ୍ଦୁ ସମ୍ପ୍ରଦାୟ ଲୋକେ ମନ୍ଦିର ପାଇଁ ଅନେକ ଦିନରୁ ଅପେକ୍ଷା କରିଥିଲେ।

ପ୍ରକାଶିତ ଖବର ଅନୁଯାୟୀ, ଏହି ମନ୍ଦିରକୁ ଯିବାକୁ ଅନୁମତି ୫ ଅକ୍ଟୋବରରୁ ସମସ୍ତଙ୍କୁ ମିଳିବ। ଏହି ମନ୍ଦିରରେ ପାଖାପାଖି ୧୬ ଟି ଦେବାଦେବୀଙ୍କ ମୂର୍ତ୍ତି ରହିବ। ହିନ୍ଦୁ ସମେତ ଅନ୍ୟ ଧର୍ମର ଲୋକେ ମଧ୍ୟ ଏହି ମନ୍ଦିରକୁ ଆସିବାକୁ ଅନୁମତି ରହିଛି। ଏହି ମନ୍ଦିରକୁ ଅନଔପଚାରିକ ଭାବେ ୧ ସେପ୍ଟେମ୍ବରରୁ ଖୋଲିଦିଆଯାଇଥିଲା। ସେବେ ଠାରୁ ହଜାର ହଜାର ଲୋକ ମନ୍ଦିରକୁ ଯାଇ ଏହାର ଡିଜାଇବ ଏବଂ ଭବ୍ୟତା ଦେଖିସାରିଛନ୍ତି। ଧଳା ମାର୍ବଲ ପଥର ବ୍ୟବହାର କରି ଏହି ମନ୍ଦିରକୁ ନିର୍ମାଣ କରାଯାଇଛି। ଛାତରେ ଘଣ୍ଟା ଲଗାଯାଇଛି ଏବଂ ଆରବି ଏବଂ ହିନ୍ଦୁ ଡିଜାଇନ ମଧ୍ୟ କରାଯାଇଛି।

କିନ୍ତୁ ଏହି ମନ୍ଦିରକୁ ପ୍ରବେଶ କରିବା ପାଇଁ ପ୍ରଥମରୁ ବୁକିଂ କରିବା ଜରୁରୀ। ଏଥିପାଇଁ କ୍ୟୁଆର କୋଡ ଆଧାରିତ ବୁକିଂ ସିଷ୍ଟମ ମଧ୍ୟପ୍ରସ୍ତୁତ କରାଯାଇଛି। ଏହାଛଡା େଓ୍ଵବସାଇଟକୁ ଯାଇ ବୁକିଂ କରାଇପାରିବେ। ପୂର୍ବରୁ ଏହି ମନ୍ଦିରକୁ ହଜାର ହଜାର ଲୋକ ଆସିସାରିଲେଣି। ଆଉ ସପ୍ତାହିକ ଛୁଟି ସମୟରେ ଅଧିକ ଲୋକ ଏଠାକୁ ଆସୁଛନ୍ତି। ମନ୍ଦିରର ମୁଖ୍ୟ ଦ୍ୱାରାରେ ଥ୍ରୀଡି ପ୍ରିଣ୍ଟରେ ତିଆରି ହୋଇଥିବା ଗୋଲାପି ରଙ୍ଗର ପଦ୍ମଫୁଲ ଦେଖିବାକୁ ମିଳୁଛି। ଅଧିକାଂଶ ଦେବାଦେବୀଙ୍କ ମୂର୍ତ୍ତିକୁ ପ୍ରାର୍ଥନା କକ୍ଷରେ ସ୍ଥାପନା କରାଯାଇଛି। ମନ୍ଦିର ପ୍ରବେଶ ପାଇଁ ସକାଳ ୬.୩୦ ମିନିଣୁ ରାତି ୮ଟା ଯାଏଁ ସମୟ ନିର୍ଦ୍ଧାରିତ କରାଯାଇଛି। ପ୍ରତିଦିନ ଏହି ମନ୍ଦିରକୁ ୧ ହଜାରରୁ ୧୨୦୦ ଲୋକ ଆସିପାରିବେ।

Also Read : ସାଧାରଣ ଲୋକଙ୍କ ପାଇଁ ବଡ ଖୁସିଖବର: କମିଲା ଆଳୁ, ପିଆଜ ଓ ତେଲ ସମେତ ୧୧ଟି ସାମଗ୍ରୀର ମୂଲ୍ୟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.