ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୮୪ ନୂଆ ପଜିଟିଭ ଚିହ୍ନଟ, ସମ୍ବଲପୁରରୁ ସର୍ବାଧିକ ୧୫ ଜଣ

ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୫ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୧୨ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ୧୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସେହିଭଳି ବାଲେଶ୍ୱରରେ ୪, ବରଗଡ଼ରେ ୨, ବଲାଙ୍ଗୀରରେ ୨, କଟକରେ ୧୦, ଗଞ୍ଜାମରେ ୧, ଯାଜପୁରରେ ୨, ଝାରସୁଗୁଡ଼ାରେ ୨, କଳାହାଣ୍ଡିରେ ୬, କନ୍ଧମାଳରେ ୧, ଖୋର୍ଦ୍ଧାରେ ୧୩, ମୟୂରଭଞ୍ଜରେ ୨, ନୟାଗଡ଼ରେ ୨, ନୂଆପଡ଼ାରେ ୫, ପୁରୀରେ ୨, ସମ୍ବଲପୁରରେ ୧୫, ସୁନ୍ଦରଗଡ଼ରେ ୧୨ ଓ ଷ୍ଟେଟ ପୁଲରୁ ୩ ଜଣ ସଂକ୍ରମିତ ହୋଇଛନ୍ତି।

Also Read: ଧମକ ପରେ ଅଲଇଣ୍ଡିଆ ଇମାମ ସଂଗଠନ ମୁଖ୍ୟ ଉମର ଅହମ୍ମଦ ଇଲିଆସିଙ୍କୁ ‘ଓ୍ଵାଇ’ ପ୍ଲସ୍ ସିକ୍ୟୁରିଟି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.