ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା, ଆସନ୍ତା ୧୮ବେଳକୁ ଘୂର୍ଣ୍ଣିବଳୟ ସମ୍ଭାବନା

ଭୁବନେଶ୍ୱର(କେନ୍ୟୁଜ୍): ୧୮ ତାରିଖ ବେଳକୁ ଘୂର୍ଣ୍ଣିବଳୟ ସମ୍ଭାବନା। ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ପୂର୍ବରୁ ଏହି ସମୟରେ ଘୂର୍ଣ୍ଣିବଳୟ ସମ୍ଭାବନା ଥିବା ପୂର୍ବାନୁମାନ କରିଥିଲା ପାଣିପାଗ କେନ୍ଦ୍ର। ସେପଟେ ଉପକୂଳ ଓଡ଼ିଶାରେ ଲାଗି ରହିଛି ବର୍ଷାର ପ୍ରଭାବ। ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ମଧ୍ୟାହ୍ନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି।