ମୁଣ୍ଡ ବିନ୍ଧା ବଢ଼ାଇଛି ଚାଷୀ ଆତ୍ମହତ୍ୟା, ୮ ମାସ ଭିତରେ ଜୀବନ ହାରିଛନ୍ତି ୧୮୭୫ କୃଷକ

ମୁମ୍ବାଇ: ମହାରାଷ୍ଟ୍ରରେ ମୁଣ୍ଡ ବିନ୍ଧା ବଢ଼ାଇଛି ଚାଷୀ ଆତ୍ମହତ୍ୟା। ଖବର ମୁତାବକ, ଜାନୁୟାରୀରୁ ଅଗଷ୍ଟ ମଧ୍ୟରେ ୧୮୦୦ରୁ ଅଧିକ କୃଷକ ଋଣ ଏବଂ ସରକାରଙ୍କ ଉଦାସୀନତା କାରଣରୁ ଜୀବନ ହାରୁଛନ୍ତି। ଜଣାପଡ଼ିଛି ଯେ ଅଧିକାଂଶ କୃଷକ ଆତ୍ମହତ୍ୟା କରି ଜୀବନ ହାରିଛନ୍ତି। ବିଶେଷ କଥା ହେଉଛି ମହାବିକାଶ ଅଘୋଡ଼ି ସରକାରଙ୍କ ପତନ ପରେ ଜୁନ୍‌ ମାସରେ ଭାରତୀୟ ଜନତା ପାର୍ଟି ଏବଂ ଏକନାଥ ସିନ୍ଦେ ସରକାର ଗଠନ କରିଥିଲେ।

ତଥ୍ୟରୁ ଜଣାପଡ଼ିଛି ଯେ ୮ ମାସ ମଧ୍ୟରେ ୧୮୭୫ କୃଷକ ଆତ୍ମହତ୍ୟା କରିଛନ୍ତି। ୨୦୨୧ ମସିହାରେ ୧୬୦୫ କୃଷକ ଆତ୍ମହତ୍ୟା କରିଥିଲେ। ସରକାରଙ୍କ ଦ୍ୱାରା ଋଣ ଛାଡ଼ ଏବଂ ମୁଖ୍ୟମନ୍ତ୍ରୀ ସିନ୍ଦେ ଦେଇଥିବା ପ୍ରତିଶ୍ରୁତି ପରେ ମଧ୍ୟ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଉଛି।

ସୂଚନାଯୋଗ୍ୟ ଯେ ମହାରାଷ୍ଟ୍ରରେ କୃଷକ ଆତ୍ମହତ୍ୟା ପଛର କାରଣ ଜାଣିବା ପାଇଁ ଅନେକ ସଂଗଠନ ଏବଂ ସରକାରୀ ଏଜେନ୍ସି ସୂଚନା ସଂଗ୍ରହ କରୁଛନ୍ତି। ତେବେ ଉତ୍ପାଦର ସଠିକ୍‌ ମୂଲ୍ୟ ନ ପାଇବା, ପରିବାରର ଚାପ ଏବଂ ସରକାରଙ୍କ ଉଦାସୀନତା, ଉପଯୁକ୍ତ ଜଳସେଚନ ବ୍ୟବସ୍ଥାର ଅଭାବ, ଋଣରେ ଦୁର୍ନୀତି, ସବ୍‌ସିଡି ଏବଂ ପାଣିପାଗରେ ଅନିୟମିତତା ପ୍ରମୁଖ ଅନେକ ମୁଖ୍ୟ କାରଣ କୃଷକ ଆତ୍ମହତ୍ୟାର କାରଣ ହୋଇପାରେ ବୋଲି କୁହାଯାଉଛି।

Also Read: ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୮୪ ନୂଆ ପଜିଟିଭ ଚିହ୍ନଟ, ସମ୍ବଲପୁରରୁ ସର୍ବାଧିକ ୧୫ ଜଣ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.