ଶେଷକୁ ଏୟା କଲେ ଉର୍ବଶୀ! ରିଷଭ୍ ପନ୍ତ୍ଙ୍କ ସିଲ୍ଭର ଚେନ୍ ମାଗି ଆଣି ପିନ୍ଧିଲେ…ଟି୨୦ ମ୍ୟାଚ୍ ଭିତରେ ଭାଇରାଲ ହେଲା VIDEO
ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲା ବିଗତ ଅନେକ ଦିନରୁ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ନିଜର ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏହାର ଭିତରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି, ଯେଉଁଥିରେ ସେ ବିଲ୍କୁଲ ସେମିତି ହିଁ ଏକ ସିଲ୍ଭର ଚେନ୍ ପକାଇଛନ୍ତି, ଯେମିତି ରିଷଭ୍ ପନ୍ତ ପିନ୍ଧିଛନ୍ତି। କହି ରଖୁଛୁ, ଏହି ସମୟରେ ରିଷଭ ପନ୍ତ ଟି-୨୦ ବିଶ୍ୱକପ୍ ଖେଳିବା ପାଇଁ ଅଷ୍ଟ୍ରେଲିଆ ଯାଇଛନ୍ତି। ସେଠାରେ ଅଭିନେତ୍ରୀ ମଧ୍ୟ ଇଣ୍ଡିଆଜ୍ ସ୍କ୍ଵାଡ୍ର ଜଣେ ଅଂଶ। ନିକଟରେ ସେ ଏହାସହ ଜଡ଼ିତ ଏକ ଭିଡିଓ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ, ଯାହାକି ଏବେ ଭାଇରାଲ ହେବାରେ ଲାଗିଛି।
ଉର୍ବଶୀ ଏହି ଭିଡିଓ ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି, ଯେଉଁଥିରେ ସେ ଏକ ବ୍ରାଣ୍ଡକୁ ପ୍ରମୋଟ୍ କରୁଥିବାର ନଜର ଆସୁଛନ୍ତି। ଭିଡିଓରେ ଅଭିନେତ୍ରୀ ଏକ ଅଫ୍-ଶୋଲ୍ଡର ପର୍ପଲ ଡ୍ରେସ୍ ପିନ୍ଧିଥିବାର ଦେଖାଯାଉଛନ୍ତି। ଏଥି ସହିତ ସେ ନିଜର ଏହି ଆଉଟ୍ଫିଟ୍କୁ ସିଲ୍ଭର ଏବଂ ଡାଇମଣ୍ଡ ଚେନ୍ ସହିତ ପେୟାର କରିଛନ୍ତି। ଭିଡିଓ ଦେଖିଲା ପରେ ନେଟିଜେନ୍ସଙ୍କୁ ଲାଗୁଛି କି, ଏହି ଚେନ୍ ରିଷଭ୍ ପନ୍ତ ହିଁ ତାଙ୍କୁ ଦେଇଛନ୍ତି। କାହିଁକି ନା, କ୍ରିକେଟର ମଧ୍ୟ ଏହି ପ୍ରକାର ଚେନ୍ ପିନ୍ଧି ଥାଆନ୍ତି। ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି କି, ‘ଏବେ ବେକରେ ପନ୍ତ ଭାଇଙ୍କ ଚେନ୍ ବି ଆସି ଯାଇଛି’।
କହି ରଖୁଛୁ, ୨୦୧୮ରେ ଗୁଜବ ଉଠିଥିଲା କି, ଉର୍ବଶୀ ଓ ପନ୍ତ୍ ପରସ୍ପରକୁ ଡେଟ୍ କରୁଛନ୍ତି। ବାସ୍ତବରେ, ଦୁଇ ଜଣଙ୍କୁ ଅନେକ ବାର ମୁମ୍ବାଇରେ ଫେମସ୍ ରେଷ୍ଟୁରାଣ୍ଟ ଏବଂ ପାର୍ଟିଗୁଡ଼ିକରେ ଏକାଠି ସ୍ପଟ୍ କରାଯାଇଥିଲା। କିନ୍ତୁ ଏହାପରେ ରିଷଭ୍ ପନ୍ତ ଗୁଜବକୁ ଖାରଜ କରି ଇଶା ନେଗୀଙ୍କ ସହ ନିଜ ସମ୍ପର୍କର ଘୋଷଣା କରିଥିଲେ। କ୍ରିକେଟର ଇନ୍ଷ୍ଟାଗ୍ରାମରେ ଇଶାଙ୍କ ସହ ଏକ ଫଟୋ ସେୟାର କରି ଲେଖିଥିଲେ କି, ‘ବାସ୍ ଆପଣଙ୍କୁ ଖୁସି କରିବାକୁ ଚାହୁଁଛି, କାହିଁକି ନା, ଆପଣ ହିଁ ମୋ ଖୁସିର କାରଣ’।
View this post on Instagram