କୋଚ୍‌ ଦ୍ରାବିଡଙ୍କ ହୁଙ୍କାର, ଫ୍ୟାନ୍ସଙ୍କୁ ଦେଖି ବିରାଟଙ୍କ ଭାବବିହ୍ଵଳ ଚେହେରା; ICC ସେୟାର କଲା ଏମିତି ଭିଡିଓ

ମେଲବର୍ଣ୍ଣରେ ଟିମ ଇଣ୍ଡିଆର ଜବରଦସ୍ତ ବିଜୟ। ତା’ ପୁଣି ପାକିସ୍ତାନ ବିପକ୍ଷରେ। ଆଉ ଏହି ମ୍ୟାଚର ହିରୋ ଥିଲେ ବିରାଟ କୋହଲି। ୧୪୦ କୋଟି ଭାରତୀୟଙ୍କ ମନ ଜିଣିନେଇଥିଲେ କିଙ୍ଗ କୋହଲି। ୫୩ ବଲ୍‌ରେ ୮୨ ରନ୍‌ କରି ଅପରାଜିତ ରହିଥିଲେ। ଆଉ ଯେତେବେଳେ ଭାରତ ଜିତିଥିଲା, ସେତେବେଳେ ଭାବବିହ୍ଵଳ ହୋଇପଡିଥିଲେ ବିରାଟ ।

କେବଳ ବିରାଟ ନୁହେଁ ଟିମ ଇଣ୍ଡିଆର କୋଚ୍‌ ରାହୁଲ ଦ୍ରାବିଡ ମଧ୍ୟ ବିଜୟ ପରେ ଆଗ୍ରେସନ ମୁଡ୍‌ରେ ନଜର ଆସିଥିଲେ। ବିଜୟକୁ ସେଲିବ୍ରେଟ୍‌ କରିବା ପାଇଁ ସମସ୍ତେ ଧାଇଁ ଆସିଥିଲେ। ଆଉ ଫ୍ୟାନ୍ସଙ୍କୁ ଦେଖି ବିରାଟ ଭାବବିହ୍ଵଳ ହୋଇପଡିଥିଲେ। ଯାହାର ଭିଡିଓ ଆଇସିସି ସେୟାର କରିଛି।

ଆଇସିସି ସେୟାର କରିଥିବା ଭିଡିଓକୁ ଆପଣ ଦେଖିଲେ ମଧ୍ୟ ଭାବବିହ୍ଵଳ ହୋଇପଡିବେ। ତେବେ ଦେଖନ୍ତୁ କିଛି ଭିଡିଓ …

ଟି-୨୦ ବିଶ୍ୱକପ ମ୍ୟାଚରେ ପାକିସ୍ତାନ ଭାରତକୁ ୧୦ ୱିକେଟରେ ପରାସ୍ତ କରିଥିଲା । ଏହି ପରାଜୟ ପରେ ପୁଣି କେବେ ଦୁଇ ଦେଶ ମୁହାଁମୁହିଁ ହେବେ ସେ ନେଇ ଫ୍ୟାନ୍ସ ଓ ଟିମ୍ ଇଣ୍ଡିଆର ଖେଳାଳିମାନେ ଉତ୍ସୁକତାର ସହ ଚାହିଁ ରହିଥିଲେ । ପାକିସ୍ତାନ ବିପକ୍ଷରେ ଧମାକାଦାର ବିଜୟ ହାସଲ କରି ଫ୍ୟାନ୍ସଙ୍କୁ ଦୀପାବଳି ଉପହାର ଦେଇଥିଲା । ଭାରତୀୟ ଟିମର ଏହି ବିଜୟ କାହାଣୀରେ ଭରି ରହିଥିଲା ଡ୍ରାମା, ଆକ୍ସନ ଓ କ୍ଲାଇମାକ୍ସ । କେବଳ ପଡିଆ ନୁହେଁ ଟିଭି ସାମ୍ନାରେ ବସିଥିବା କୋଟି କୋଟି ଫ୍ୟାନ୍ସଙ୍କ ହୃଦ ସ୍ପନ୍ଦନକୁ ବଢାଇ ଦେଇଥିଲା ଏହି ମ୍ୟାଚ୍‌।

Also Read : ହାରିଗଲେ ଗାଳି ଜିତିଗଲେ ତାଳି : ଶହେ ଚାଳିଶ କୋଟିଙ୍କୁ ଖୁସିରେ ଝୁମାଇ ଦେଲେ କୋହଲି