ହାରିଗଲେ ଗାଳି ଜିତିଗଲେ ତାଳି : ଶହେ ଚାଳିଶ କୋଟିଙ୍କୁ ଖୁସିରେ ଝୁମାଇ ଦେଲେ କୋହଲି

ଭୁବନେଶ୍ୱର (କେନ୍ୟୁଜ୍) : କହିବାକୁ ଗଲେ ଅଷ୍ଟ୍ରେଲିଆରେ ଚାଲିଥିବା ଚଳିତ ଆଇସିସି ଟି୨୦ ବିଶ୍ୱ କପ୍ର ଆଜି ଥିଲା ସବୁଠୁ ବଡ଼ ମ୍ୟାଚ୍ । ସବୁଠାରୁ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ତଥା ରାଜନୈତିକ ଶତ୍ରୁ ଭିତରେ ଯେତେବେଳେ ବି ମ୍ୟାଚ୍ ହୁଏ ତାକୁ ନେଇ ସାରା ବିଶ୍ୱରେ ଚହଳ ପଡ଼ିଯାଏ । କାରଣ ଏ ଦୁଇ ଦେଶ କେବଳ ବିଶ୍ୱ କପ୍ କିମ୍ବା ନିରପେକ୍ଷ ସ୍ଥାନରେ ମୁହାଁମୁହିଁ ହୁଅନ୍ତି । ଆଜି ସେମିତି ଏକ ଦମଦାର ମ୍ୟାଚ୍ ଖେଳାଗଲା ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ । ନିରପେକ୍ଷ ଦର୍ଶକ ଏବଂ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏହା ଥିଲା ପୂରା ପଇସା ଅସୁଲ ମ୍ୟାଚ୍ । କାରଣ ବହୁତ ଏପାଖ ସେପାଖ ପରେ ଶେଷରେ ଟିମ୍ ଇଣ୍ଡିଆ ହିଁ ଜିତିଲା ।
ତେବେ ଭାରତର ଏହି ସ୍ମରଣୀୟ ବିଜୟ ପରେ ଟିମ୍ ଇଣ୍ଡିଆକୁ ଛୁଟିଛି ଶୁଭେଚ୍ଛାର ସୁଅ । ବିଶେଷ କରି ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ତ ଫ୍ୟାନ୍ମାନେ ପ୍ରଶଂସାରେ ପୋତି ପକାଇଛନ୍ତି । ଅବଶ୍ୟ ଏହି ମ୍ୟାଚ୍ରେ ବିରାଟଙ୍କ ଅପରାଜିତ ଅର୍ଦ୍ଧଶତକ, ଧୈର୍ଯ୍ୟ ଓ ଅଭିଜ୍ଞତା ଖୁବ୍ କାମ ଦେଲା । ତେବେ ସେତିକି ଗୁରୁତ୍ୱପୂର୍ଣ୍ଣ ଥିଲା ଅଲରାଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭୂମିକା । କାରଣ ସେ ପାକିସ୍ତାନର ୩ଟି ଓ୍ଵିକେଟ୍ ନେବା ସହିତ ୪୦ ରନ୍ ସ୍କୋର କରିଥିଲେ । ପୁଣି ବିରାଟଙ୍କ ସହ ଭାଗିଦାରୀ କରି ଶହେରୁ ଅଧିକ ରନ୍ ସଂଗ୍ରହ କରିଥିଲେ । କହିବାକୁ ଗଲେ ଏମିତିକି ଶେଷ ବଲ୍ରେ ଅଶ୍ୱିନଙ୍କ ୧ ରନ୍ ମଧ୍ୟ ଦଳର ବିଜୟରେ ମୁଣ୍ଡି ମାରିବାକୁ ସକ୍ଷମ ହେଲା । ତେଣୁ ଗୋଟିଏ ଟିମ୍ ଗେମ୍ରେ ଜଣେ ହିରୋ ହୋଇ ପାରେ କିନ୍ତୁ ଅବଦାନ ଅନ୍ୟମାନଙ୍କର ବି ରହିଛି । ବିରାଟ କହିଛନ୍ତି, ତାଙ୍କ ପାଇଁ ଏହି ବିଜୟ ଏକଦମ୍ ସ୍ପେସାଲ ।
ଏସବୁ ଟୁଇଟ୍ରୁ ଦେଖି ନିଅନ୍ତୁ କେତେ ଖୁସି ଭାରତୀୟ ଫ୍ୟାନ୍ମାନେ ।
Rohit Sharma lifted Virat Kohli – amazing picture! pic.twitter.com/sqZ1StFaQQ
— Mufaddal Vohra (@mufaddal_vohra) October 23, 2022
— Priy S (@imPriyS) October 23, 2022
What a victory.. 😍 pic.twitter.com/q0XDBSIVQH
— Cric8fanatic🏏 (@cric8fanatic) October 23, 2022
I have seen Virat for so many years. I have never seen a tear in his eyes. I saw it today. This was unforgettable
— Harsha Bhogle (@bhogleharsha) October 23, 2022
𝙈𝙖𝙖𝙣𝙡𝙖 𝙧𝙚 𝙗𝙝𝙖𝙪𝙪𝙪𝙪𝙪 🔝🔥 pic.twitter.com/tWEZVW72l4
— Surya Kumar Yadav (@surya_14kumar) October 23, 2022