ଜନ୍ମଦିନରେ ଫ୍ୟାନ୍ସଙ୍କୁ ଗିଫ୍ଟ ଦେଲେ ଶାହରୁଖ, ରିଲିଜ ହେଲା ‘ପଠାନ’ର ଟିଜର

ଜନ୍ମଦିନରେ ଫ୍ୟାନ୍ସଙ୍କୁ ଗିଫ୍ଟ ଦେଇଛନ୍ତି ଶାହରୁଖ ଖାନ। କିଙ୍ଗ ଖାନଙ୍କ ଜନ୍ମଦିନରେ ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ’ର ଟିଜର। ଶାହରୁଖ ୫୭ ତମ ଜନ୍ମଦିନରେ ୟଶରାଜ ଫିଲ୍ମ ‘ପଠାନ’ର ଟିଜର ରିଲିଜ କରିଛି। ଆଉ ଶାହରୁଖଙ୍କ ଫାନ୍ସଙ୍କୁ ଉପହାର ଦେଇଛି। ଆଉ ଟିଜରକୁ ଦେଖି ଫ୍ୟାନ୍ସ କହିଛନ୍ତି, କିଙ୍ଗ୍‌ ଖାନ୍‌ ଇଜ୍‌ ବ୍ୟାକ୍‌। ଏହି ଟିଜରରେ ଦୀପିକାଙ୍କ ଅନ୍ଦାଜକୁ ମଧ୍ୟ ଫ୍ୟାନ୍ସ ବେଶ୍‌ ପସନ୍ଦ କରିଛନ୍ତି। ଫିଲ୍ମର ଟିଜର ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ କରାଯାଇଛି।

ଏହାର ଟିଜରରେ ରୋମାନ୍ସ କିଙ୍ଗ ଶାହରୁଖ ଆକ୍ସନ କରୁଥିବାର ନଜର ଆସିଛନ୍ତି। ଏହି ଟିଜରରେ ଶାହରୁଖଙ୍କ ସ୍ୱର ଶୁଣିବାକୁ ମିଳିଛି। ଶାହରୁଖଙ୍କ ଟିଜର ଲୁକ୍‌ ଦେଖି ପ୍ୟାନ୍ସ ବେଶ୍‌ ଖୁସି ହୋଇଯାଇଛନ୍ତି। ପଠାନରେ ଟିଜରରେ ଭିଏଫଏକ୍ସ ସହିତ ଆକ୍ସନର ଜବରଦସ୍ତ ମେଳ ଦେଖିବାକୁ ମିଳିଛି।

 

View this post on Instagram

 

A post shared by Shah Rukh Khan (@iamsrk)

ଏହି ଫିଲ୍ମର ନିର୍ଦ୍ଦେଶନା ସିଦ୍ଧାର୍ଥ ଆନନ୍ଦ ଦେଉଛନ୍ତି। ଫିଲ୍ମରେ ଶାହରୁଖଙ୍କ ବ୍ୟତୀତ ଦୀପିକା ପାଦୁକୋନ ଏବଂ ଜନ ଆବ୍ରହମ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ । ତେବେ ଶାହରୁଖ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଫିଲ୍ମର ଟିଜର ରିଲିଜ କରିଛନ୍ତି। ଆଉ ଲେଖିଛନ୍ତି, ନିଜ ଚେୟାରର ବେଲ୍ଟ ବାନ୍ଧି ଦିଅନ୍ତି। ପଠାନର ଟିଜର ଆସିଗଲା। ୟଶରାଜ ଫିଲ୍ମର ୫୦ ବର୍ଷ ପୂରଣ ଖୁସି ସହିତ ପଠାନ କୁ ସେଲିବ୍ରେଟ କରନ୍ତୁ। ଏହହା ଆସନ୍ତା ଜାନୁଆରୀ ୨୫ରେ ରିଲିଜ ହେବ।

 

View this post on Instagram

 

A post shared by Shah Rukh Khan (@iamsrk)

ଶାହରୁଖଙ୍କ ଆଜି ଜନ୍ମ ଦିନ । ସେ ୫୭ ବର୍ଷରେ ପଦାର୍ପଣ କରିଛନ୍ତି । ଛୋଟ ଛୁଆଠୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସବୁ ବର୍ଗର ଲୋକ ତାଙ୍କ ଫ୍ୟାନ ଲିଷ୍ଟରେ ସାମିଲ ଅଛନ୍ତି । ଖାସ କରି ତାଙ୍କ ରୋମାଣ୍ଟିକ ଅନ୍ଦାଜ ଯୋଗୁଁ ଅଧିକାଂଶ ଝିଅ ତାଙ୍କ ଫ୍ୟାନ ଅଛନ୍ତି ।

ଶାହରୁଖ ଖାନଙ୍କ ଜନ୍ମ ୨ ନଭେମ୍ବର ୧୯୬୫ ମସିହା ଦିଲ୍ଲୀରେ ହୋଇଥିଲା । ତାଙ୍କ ବାପା ତାଜ ମହମ୍ମଦ ଖାନ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ଓ ତାଙ୍କ ମାଙ୍କ ନାଁ ଥିଲା ଫାତିମା । ଶାହରୁଖ ନିଜ ସ୍କୁଲ ଶିକ୍ଷା ଦିଲ୍ଲୀର ସେଣ୍ଟ କଲୋମ୍ବାସ ସ୍କୁଲରୁ କରିଥିଲେ । ପାଠ ସହିତ ସେ ଥିଏଟରେ ମଧ୍ୟ ନିଜ ପ୍ରତିଭା ଦେଖାଇଥିଲେ । ଏହାପରେ ସେ ହଂସରାଜ କଲେଜରୁ ଡିଗ୍ରୀ ହାସଲ କରିଥିଲେ । ପରେ ଜାମିଆ ମିଲିଆ ଇସଲାମିୟା ବିଶ୍ୱବିଦ୍ୟାଳୟରୁ ମାସ କମ୍ୟୁନିକେସନରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ।

Also Read : ୫୭ ବର୍ଷରେ କିଙ୍ଗ ଖାନ୍ : ଜନ୍ମଦିନ ଅବସରରେ ଫ୍ୟାନ୍ସ ପୁଣି ଦେଖିବେ ଶାହାରୁଖଙ୍କ ‘DDLJ’ ଫିଲ୍ମ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.