ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ସମନ, ଖଣି ଦୁର୍ନୀତି ମାମଲାରେ କରିବ ଜେରା

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସ୍କାନରରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ରାଜ୍ୟରେ ବେଆଇନ ଖଣି ଖନନ ସହ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଇଡି ସମନ୍ ଜାରି କରିଛି । ରାଞ୍ଚିସ୍ଥିତ ଇଡି କାର୍ଯ୍ୟାଳୟରେ ତାଙ୍କୁ ଗୁରୁବାର ଜେରା କରାଯିବା ନେଇ ସମନ୍ ରେ ନିର୍ଦ୍ଦେଶ ରହିଛି । ଆଜି ସନ୍ଧ୍ୟାରେ ୟୁପିଏ ବିଧାୟକଙ୍କ ବୈଠକ ଡାକିଛନ୍ତି ହେମନ୍ତ।

ପୂର୍ବରୁ ଏହି ଖଣି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କ ସହଯୋଗୀ ପଙ୍କଜ ମିଶ୍ରା ଗିରଫ ହୋଇଥିଲେ । ପଙ୍କଜ ମିଶ୍ରାଙ୍କ ସହିତ ସମ୍ପୃକ୍ତ ଥିବା ୧୮ଟି ସ୍ଥାନ ଏବଂ ତାଙ୍କର ବ୍ୟାବସାୟିକ ସହଯୋଗୀମାନଙ୍କ ପ୍ରତିଷ୍ଠାନ ଉପରେ ମଧ୍ୟ ଇଡି ଜୁଲାଇ ୮ ତାରିଖ ଦିନ ଚଢ଼ଉ କରିଥିଲା । ପଙ୍କଜ ମିଶ୍ରା ବେଆଇନ ଭାବେ ବିପୁଳ ସମ୍ପତି ଆୟ କରିଥିବା ଅଭିଯୋଗ ରହିଛି । ସେ ପ୍ରାୟ ୪୨ କୋଟି ଟଙ୍କାର ସମ୍ପତି ହାତେଇଥିବା ଏବେ ସୁଦ୍ଧା ଜଣାପଡ଼ିଛି । ମାର୍ଚ ମାସରେ ମିଶ୍ରା ଏବଂ ଅନ୍ୟମାନଙ୍କ ନାମରେ ଇଡି ପିଏମ୍ଏଲ୍ଏ ଅନୁସାରେ ମାମଲା ରୁଜୁ କରିବା ପରେ ଚଢ଼ଉ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.