୧୬ ନଭେମ୍ବରରୁ ଆରମ୍ଭ ହେଉଛ ସୂର୍ଯ୍ୟଙ୍କ ଗୋଚର, ବଦଳିଯିବ ଏହି ୪ ରାଶିର ବ୍ୟକ୍ତିଙ୍କ ଭାଗ୍ୟ

ଗ୍ରହ ରାଜ ସୂର୍ଯ୍ୟ ପ୍ରତି ମାସରେ ଗୋଟିଏ ରାଶିକୁ ଚଳନ କରନ୍ତି ଯାହାକୁ ଆମେ ଗୋଚର ବୋଲି କହିଥାଉ । ସୂର୍ଯ୍ୟଙ୍କୁ ମାନ ସମ୍ମାନ ଉଚ୍ଚ ପଦର କାରକ ମନାଯାଇଥାଏ । ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ପ୍ରଭାବ ପ୍ରତି ରାଶି ଉପରେ ପଡିଥାଏ । ଯାହାକୁ ସଂକ୍ରାନ୍ତି ବୋଲି ମନାଯାଏ । ଚଳିତ ଥର ନଭେମ୍ବର ୧୬ ତାରିଖରେ ପଡୁଛି ବିଚ୍ଛା ସଂକ୍ରାନ୍ତି । ଏହି ଦିଦ ସନ୍ଧ୍ୟା ୭ଟା ୨୮ ମିନିଟରେ ସୂର୍ଯ୍ୟ ବିଚ୍ଛା ରାଶିକୁ ପ୍ରବେଶ କରିବେ । ସୂର୍ଯ୍ୟ ଦେବଙ୍କ ଏହି ଗୋଚର କିଛି ରାଶିଙ୍କୁ ଭଲ ଫଳ ଦେଉଥିବା ବେଳେ ଆଉ କିଛି ରାଶିଙ୍କୁ ଅଶୁଭ ଫଳ ପ୍ରଦାନ କରିବେ । ତେବେ ଆଜି ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଏହି ଚଳନ ଯୋଗୁ ଖୋଲିଯିବ ଭାଗ୍ୟ ।
ମିଥୁନ ରାଶି
ଏହି ରାଶିର ବ୍ୟକ୍ତିଙ୍କୁ ବହୁତ ଲାଭ ମିଳିବ । ସମାଜରେ ମାନ ସମ୍ମାନ ବଢ଼ିବ । ନୂଆ ଚାକିରି ପାଇଁ ଅଫର ପାଇବେ । ଏହି ସମୟରେ ନିବେଶ କରିବା ଲାଭ ହେବ ।ବେପାର ଓ ଚାକିରି କ୍ଷେତ୍ରରେ ବହୁତ ଲାଭ ମିଳିବ ।

କନ୍ୟା ରାଶି
ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଖୁସୀ ମିଳିବ । ବୈବାହିକ ଜୀବନରେ ଖୁସି ପାଇବେ । ପରିବାର ସହିତ ଭଲ ସମୟ କଟିବ । ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ । ପ୍ରଗତି ପଥରେ ଆପଣ ଚାଲିବେ ।
ବିଚ୍ଛା ରାଶି
ଏହି ରାଶିର ବ୍ୟକ୍ତିଙ୍କ ଦଶମ ଭାବରେ ସୂର୍ଯ୍ୟ ଅଛନ୍ତି । ଫଳରେ ଏହି ରାଶିର ବ୍ୟକ୍ତି ବହୁ ପ୍ରକାର ଖୁସୀ ପାଇବେ । ସମାଜରେ ମାନ ସମ୍ମାନ ବଢ଼ିବ । ରାଜନୀତିରେ ଜଡିତ ଲୋକଙ୍କୁ ଲାଭ ମିଳିବ । ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତିଙ୍କୁ ଚାକିରି ମିଳିବାର ସମ୍ଭାବନା ଅଧିକ ରହିଛି ।
ମକର ରାଶି
ଏହି ରାଶିରେ ସୂର୍ଯ୍ୟ ଏକାଦଶ ଭାବରେ । ପରବାର ସହିତ ଭଲ ସମୟ କଟିବ । ସନ୍ତାନଙ୍କ ପକ୍ଷରୁ କିଛି ଶୁଭ ସମାଚାର ମିଳିବ । କାରିଅରରେ ବହୁତ ଉପରକୁ ଯିବେ । ବେପାର ଓ ଚାକିରି କ୍ଷେତ୍ରରେ ବହୁତ ଲାଭ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.