ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଜିରୋ ନାଇଟ ଏବଂ ନୂଆ ବର୍ଷ ସେଲିବ୍ରେସନ ହେବ । ରାତି ୭ଟା ଠାରୁ ସୁରକ୍ଷା ବ୍ୟବସ୍ଥା କଡାକଡି ରହିବ । ଯେଉଁ ଯେଉଁ ଜାଗାରେ ହୋଟେଲ ରହିଛି ସେ ଜାଗାକୁ ଅତିରିକ୍ତ ଫୋର୍ସ ଦିଆଯିବ । ୨୮ ଟି ଜାଗାରେ ବ୍ଲକି ଚେକିଂ କରାହେବ । ରାତି ୭ ରୁ ସକାଳ ୬ ଯାଏଁ ଚେକିଂ ହେବ ।
ସାଧାରଣ ସ୍ଥାନରେ ରାତି ୧୦ ଟା ଯାଏଁ ମାଇକ ବିଜେଇବା ପାଇଁ ଅନୁମତି ରହିଛି । ଘର ଭିତରେ ରାତି ୧୨ ଟା ଯାଏଁ ମାଇକ ବଜାଇ ପାରିବେ । ୧୭ ଜାଗାରେ ଡ୍ରିଙ୍କ୍ ଡ୍ରାଇଭ ଚେକିଂ ହେବ । ୪ଟି ଜାଗାରେ କୁଇକ ଆକ୍ସନ ଟିମ ନିୟୋଜିତ ରହିବେ । ୩ ଟି ସ୍ଥାନରେ ଷ୍ଟ୍ରାଇକିଂ ଫୋର୍ସ ରହିବେ।