ପାରମ୍ପାରିକ ପ୍ରଣାଳୀରୁ ବାହାରି ହାଇଟେକ ହେବ ଭାରତୀୟ ସେନା, ଜେଟ ପ୍ୟାକ ସୁଟ୍‌ ପିନ୍ଧି ଉଡିିବେ ସୈନିକ

କେନ୍ୟୁଜ୍(ବ୍ୟୁରୋ):ହାଇଟେକ୍‌ ହେବ ଭାରତୀୟ ଆର୍ମି । ଆକାଶରେ ଉଡ଼ିବେ ଭାରତୀୟ ଯବାନ । ରୋବଟ ଉଠାଇବେ ଭାର । ପାରମ୍ପାରିକ ପ୍ରଣାଳୀରୁ ବାହାରି ହାଇଟେକ ହେବ ଭାରତୀୟ ସେନା । ଫାଷ୍ଟ ଟ୍ରାକ ମୋଡରେ ଅପଗ୍ରେଡ ହେଉଛି ଭାରତୀୟ ସେନା। ଆଗକୁ ସେନା ୪୮ ଜେଟ୍‌ ପ୍ୟାକ୍‌ ସୁଟ ଓ ୧୦୦ ରୋବୋଟିକ ମୁଲ କିଣିବାକୁ ପ୍ରସ୍ତାବ ଦେଇଛି । ସ୍ୱଦେଶୀ କମ୍ପାନୀରେ ଏହା ଏମରଜେନ୍ସୀ ମୋଡରେ ତିଆରି ଚାଲିଛି । ଏପର୍ଯ୍ୟନ୍ତ ଫ୍ରିକ୍ସନ ଓ ହଲିଉଡ ଫିଲ୍ମରେ ଆମେ ଦେଖିଛୁ ଜେଟ୍‌ ପ୍ୟାକ ସୁଟ୍‌ ।

ଆମେରିକା ଓ ବ୍ରିଟେନ ଏହି ଜେଟ ପ୍ୟାକ୍‌ ସୁଟ୍‌ ଉପରେ ଗବେଷଣା କରୁଛି। ଏହି ଜେଟ ପ୍ୟାକ ସୁଟ୍‌ ପିଠି ଓ ହାତରେ ପିନ୍ଧି ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଉଡି ପାରିବେ ସୈନିକ। ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରେ ଉଡିବେ ସୈନିକ । ମରୁଭୂମି, ପାହାଡରୁ ୩ହଜାର ମିଟର ଉଚ୍ଚରେ ଯେପରି ଏହା ଉଡି ପାରିବ ସେନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ସୁଟ ସାହାଯ୍ୟରେ ଦୁର୍ଗମ ସ୍ଥାନରେ ପହଞ୍ଚିବାକୁ ଯବାନଙ୍କୁ ସହଜ ହେବ । ସେହିପରି ଦୁଗର୍ମ ସ୍ଥାନରେ ସେନାକୁ ଇନ୍ଧନ, ଖାଦ୍ୟ ଓ ଅନ୍ୟାନ୍ୟ ଜିନିଷ ପଠାଇବା ପାଇଁ ରୋବଟର ବ୍ୟବହାର କରାଯିବ। ଏହା ବ୍ୟତୀତ ସେନା ଜାମର ଓ ଡ୍ରୋନ କିଣିବାକୁ ମଧ୍ୟ ପ୍ରସ୍ତାବ ଦେଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.